ଭୁବନେଶ୍ୱର, ୨୭ : ଆସନ୍ତା କାଲି ଓଡ଼ିଶାକୁ ୯ଟି ସ୍ୱତନ୍ତ୍ର ଟ୍ରେନ ଯୋଗେ ବାହାରେ ଥିବା ପ୍ରବାସୀ ଓଡ଼ିଆମାନେ ଆସି ପହଂଚିବେ । ଏଥି ମଧ୍ୟରୁ ଗୁଜରାଟର ସୁରାଟରୁ ୩ଟି ଟ୍ରେନ ବ୍ରହ୍ମପୁରକୁ ଆସିବ । ଏହା ବ୍ୟତୀତ ଗୁଜୁରାଟ ରାଜ୍ୟରୁ ଗୋଟିଏ ଟ୍ରେନ୍ ବାଲେଶ୍ୱର ଏବଂ ଆଉ ୨ଟି ଟ୍ରେନ୍ ନିର୍ଗୁଣ୍ଡି ଷ୍ଟେସନରେ ଆସି ପହଂଚିବ । ସେହିପରି ଗୁଜୁରାଟ ବରୋଦାର ଆଉ ଏକ ଟ୍ରେନ୍ ବାଲେଶ୍ୱରକୁ ଆସିବ । ରାଜସ୍ଥାନରୁ ଯୋଦ୍ଧପୁରରୁ ଏକ ଟ୍ରେନ୍ ବାଲେଶ୍ୱରରେ ଏବଂ ମୁମ୍ବାଇରୁ ଏକ ଟ୍ରେନ୍ କଟକରେ ଆସି ପହଂଚିବ ବୋଲି ରେଳବାଇ ସୂତ୍ରରୁ ଜଣାପଡ଼ିଛି । ଯେଉଁ ସ୍ଥାନରେ ପ୍ରବାସୀ ଓଡ଼ିଆ ଓହ୍ଲାଇବେ ସେ ସବୁ ସ୍ଥାନ ମାନଙ୍କରେ ବିଶେଷ ବ୍ୟବସ୍ଥା ଗ୍ରହଣ କରାଯାଇଛି ।