ପୁରୀ, ୧୪ା୫ : ବିଶ୍ୱ ପ୍ରଶିଦ୍ଧ ଘୋଷଯାତ୍ରା ପାଇଁ ପ୍ରତିଦିନ ଭଳି ଗୁରୁବାର ସକାଳେ ରଥଖଳାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ପୂର୍ବରୁ ୧୬୨ଜଣ ସେବାୟତଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା। ଥର୍ମାଲ ସ୍କ୍ରିନିଂରୁ ସମସ୍ତ ସେବକ ସୁସ୍ଥ ଥିବା ଜଣାପଡିଛି। ଏଥିସହ କୋଭିଡ- ୧୯ ପରୀକ୍ଷା ପାଇଁ ବୁଧବାର ଦିନ ୫୫ଜଣଙ୍କର ସ୍ୱାବ ନମୁନା ସଂଗହ ହୋଇଥିବା ବେଳେ ଆଜି ୭୫ଜଣଙ୍କର ସ୍ୱାବ ନମୁନା ସଂଗ୍ରହ କରାଯାଇଛି।ଆଜିସୁଦ୍ଧା ଅନୁକୂଳ ଚକକୁ ଛାଡି ରଥଖଳାରେ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥର ବର୍ତ୍ତମାନ ସୁଦ୍ଧା ୩୪ଟି ତୁମ୍ବର ବିନ୍ଧ କାର୍ଯ୍ୟ ଶେଷ ହୋଇଛି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନନ୍ଦିଘୋଷର ଥର ଗୋଟିଏ ଚକରେ ପହି ଲାଗି ହୋଇ ବିଲେଇ ବାଡିଆ କାମ ଚାଲିଛି।