ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ପୂର୍ବତନ ରାଜ୍ୟସଭା ସଦସ୍ୟ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ଖୁବ କମ ବୟସରେ ସ୍ଵାଧୀନତା ସଂଗ୍ରାମରେ ଯୋଗଦେଇଥିଲେ ।
ଭବାନୀ ବାବୁ ଶ୍ରୀ ପଣ୍ଡାଙ୍କ ପରିବାର ସହିତ ବ୍ୟକ୍ତିଗତ ଭାବେ ଜଡିତ ଥିଲେ ଏବଂ ପିଲା ଦିନରୁ ସେ ତାଙ୍କୁ ମନେରଖୁଛନ୍ତି। ତାଙ୍କ ବିୟୋଗରେ ରାଜ୍ୟ ତଥା ଦେଶ ଜଣେ ସୁଯୋଗ୍ୟ ସନ୍ତାନଙ୍କୁ ହରାଇଲା ବୋଲି ଶ୍ରୀ ପଣ୍ଡା ନିଜର ଶୋକ ବାର୍ତ୍ତାରେ କହିଛନ୍ତି । ଶ୍ରୀ ପଣ୍ଡା ଏହି ଦୁଃଖଦି ପରିସ୍ଥିତିରେ ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି।