Odisha news

୧୬ ବର୍ଷର ପିଲା ୧୮ ମାସ ହେଲା ହେଇନାହିଁ ଶୌଚ : କିନ୍ତୁ ଦିନକୁ ଖାଉଛି ୨୦ଟି ରୁଟି

0

ଗୋଟିଏ ୧୬ ବର୍ଷର ପିଲାଟିକୁ କୁହାଯାଉଛି ଯେ ଅଦ୍ଭୁତ ରୋଗ ହୋଇଯାଇଛି l ସେ ଗତ ୧୮ ମାସ ହେଲାଣି ଶୌଚ କରିବାକୁ ଯାଇନାହିଁ ଓ ସେ ପ୍ରତେକ ଦିନ ୧୮ ରୁ ୨୦ ଟି ରୁଟି ଖାଉଛି l ବର୍ତ୍ତମାନ ପର୍ଯ୍ୟନ୍ତ ପିଲାଟିର କୌଣସି ଅସୁବିଧା ହୋଇନାହିଁ କିନ୍ତୁ ତାର ପରିଜନ ଏହି କଥାକୁ ନେଇ ଚିନ୍ତିତ ଅଛନ୍ତି ଯେ ,ତାଙ୍କ ପୁଅ କୌଣସି ବଡ ରୋଗର ଶିକାର ହୋଇନାହିଁ l

ଏହି ଘଟଣାଟି ମଧ୍ୟ ପ୍ରଦେଶର ମୁରେନା ଜିଲ୍ଲାରେ ଘଟିଛି l ମୁରେନା ଜିଲ୍ଲାରେ ରହୁଥିବା ଗୋଟିଏ ଗରିବ ପରିବାର ଏହି ଅଦ୍ଭୁତ ରୋଗର ତାଙ୍କ ପୁଅ ଶିକାର ହୋଇଥିବା ଖବର ଗଣମାଧ୍ୟମରେ ଦେଇଛନ୍ତି ସେ ଅନେକ ଡାକ୍ତରଙ୍କୁ ଦେଖାଇଥିଲେ ମଧ୍ୟ ଡାକ୍ତର ମାନେ ଯାଞ୍ଚ କରିବାର କଥା କହି ଦୁରେଇ ରହୁଛନ୍ତି l ପିଲାଟିର ନାମ ହେଉଛି ଆଶିଷ ଚାନ୍ଦିଲ ଓ ତାଙ୍କ ପିତାଙ୍କ ନାମ ହେଉଛି ମନୋଜ ଚାନ୍ଦିଲ l

ତାଙ୍କ ପିତା ସରକାରୀ ଡାକ୍ତର ଖାନାରୁ ନେଇ ଘରୋଇ ଡାକ୍ତର ଖାନା ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ଡାକ୍ତରଙ୍କୁ ପରାମର୍ଶ କରିଛନ୍ତି l ଡାକ୍ତର ମାନେ ଏହି ରୋଗକୁ ଜାଣିବା ପାଇଁ ବିଭିନ୍ନ ପରୀକ୍ଷାନିରୀକ୍ଷା କରି ଥିଲେ ମଧ୍ୟ କୌଣସି ତଥ୍ୟ ପାଉନାହାନ୍ତି l ସେ ପ୍ରତେକ ଦିନ ଏତେ ଗୁଡିଏ ରୁଟି ଖାଇବା ସତ୍ଵ ମଧ୍ୟ ପେଟରେ କୌଣସି ଅସୁବିଧା ଦେଖାଯାଉ ନାହିଁ l

ପିଲାଟି ଗୋଟିଏ ସାମାନ୍ୟ ବସ୍ଥାରେ ଜୀବନ ଜାପାନ କରୁଛି l ଘର ଲୋକମାନେ ଏହି କଥାକୁ ନେଇ ଚିନ୍ତିତ ଅଛନ୍ତି ଯେ ତାଙ୍କ ପୁଅ କୌଣସି ବଡ ରୋଗରେ ଆକ୍ରାନ୍ତ ନାହିଁ l ଗୋଟିଏ ସରକାରୀ ଡାକ୍ତର ଖାନାର ଶିଶୁ ରୋଗ ବିଶେଷଜ୍ଞ ବିଭିନ୍ନ ପ୍ରକାରର ପରୀକ୍ଷା କରିବା ପାଇଁ କହିଛନ୍ତି l ଯେହେତୁ ପିଲାଟିର ଆର୍ଥିକ ପରିସ୍ଥିତି ସ୍ୱଚ୍ଛ ନୁହେଁ ତେଣୁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଇଛି ଯେ ଡାକ୍ତରୀ ଯାଞ୍ଚ ପାଇଁ କିଛିଟା ସୁବିଧା ଯୋଗାଇ ଦିଆଯାଉ l

IEC 2 years
Leave A Reply