Odisha news

ବାଇକ୍ ଦୁର୍ଘଟଣାରେ ବୃଦ୍ଧ ଗୁରୁତର 

0
ବୁଗୁଡ଼ା : ତା ୦୩/୦୯/୨୩ :  ବୁଗୁଡ଼ା ଥାନା ଗୋଲିଆ ଗ୍ରାମସ୍ଥ ବାଘୁଆ ପୋଲ ନିକଟରେ ଏକ ବାଇକ୍ ଦୁର୍ଘଟଣାରେ ଜଣେ ବୃଦ୍ଧ ଗୁରୁତର ହୋଇଥିବା ଜଣାଯାଇଛି । ଗୁରୁତର ବୃଦ୍ଧ ଜଣକ ହେଲେ ଗୋଲିଆ ଗ୍ରାମର ଅଭି ସାହୁ । ପ୍ରକାଶ ଯେ , ଗତକାଲି ରାତିରେ ବୃଦ୍ଧ ଅଭି ପରିସ୍ରା କରିବା ପାଇଁ ଘରୁ ବାହାରି ରାସ୍ତା ପାରି ହେଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା  । ଧକ୍କା ଫଳରେ ସେ ଫୋପାଡି ହୋଇ ପଡିବା ସହ ଆହତ ହୋଇଥିଲେ । ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ ବୁଗୁଡ଼ା ମେଡିକାଲକୁ ଅଣାଯାଇଥିଲା  । ଦୁର୍ଘଟଣାରେ ତାଙ୍କର ଡାହାଣ ଗୋଡ ଭାଙ୍ଗି ଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅନ୍ଯତ୍ର ସ୍ଥାନାନ୍ତର କରାଯାଇଥିଲା ।
Leave A Reply