Odisha news

କିଶୋରୀ ବାଳିକା “ଜୀବନ କୈଶଳ ଶିକ୍ଷା” ତାଲିମ୍ ଆୟୋଜିତ

0

ଫୁଲବାଣୀ,୧୭ା୭, କନ୍ଧମାଲ ଜିଲ୍ଲାର ସ୍ୱେଛାସେବୀ ଅନୁଷ୍ଠାନ ସ୍ୱାତୀ ବନ୍ଧଗଡରେ ତôବା ସମ୍ବଳ କେନ୍ଦ୍ର ଠାରେ “କିଶୋରୀ ବାଳିକା ଜୀବନ କୈ÷ାଶଳ ଶିକ୍ଷା” ଶିର୍ଷକ ଏକ ଦୁଇଦିନିଆ ତାଲିମ୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଫିରଙ୍ଗିଆ ବ୍ଲକ ର ଅପହଚଂ ଅଚଂଳର ପାହିରାଜୁ, କୁଏରମାଣ୍ଡୁ, ବାଲନ୍ଦାପଡା, ଲୁଇସିଂ ଓ ପକାରି ଆଦି ପଚଂୟାତ ର ୨୫ ରୁ ଉର୍ଦ୍ଧ କିଶୋରୀ ବାଳିକା ଯୋଗଦେଇଛନ୍ତି । କାର୍ଯ୍ୟକ୍ରମରେ ତାଲିମ୍ ଦାତା ଭାବେ ସ୍ୱାତୀର ବିଶ୍ୱରଞ୍ଜନ କର ଯୋଗ ଦେଇ ବିଭିନ୍ନ ଜୀବନ କୈ÷ାଶଳ ସମ୍ପର୍କିତ ଶିକ୍ଷା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ପିଲାମାନେ କିପରି ନିଜର ପରିଚୟକୁ ସମାଜ ଆଗରେ ପ୍ରତିଷ୍ଠିତ କରିବାକୁ ବିଭିନ୍ନ ପଦକ୍ଷପ ନେଇ ପାରିବେ ଯଥା ଆତ୍ମ ବିଶ୍ୱାସକୁ ବଜାୟ ରଖି କୃତକାର୍ଯ୍ୟ ହୋଇପାରିବେ, ଆବେଗକୁ ଚିହ୍ନି ବ୍ୟବହାର କରିବା ସହ ପରିବର୍ତନ ଆଣିପାରିବେ ଓ ମୈ÷ାଳିକ ଯୋଗାଯୋଗ ମାଧ୍ୟମରେ ବିଭିନ୍ନ ଦିଗଗୁଡିକୁ ସୁଚାଇପାରିବେ । ଏହି ସବୁ ଦିଗରେ ବିଭିନ୍ନ କୋ÷÷ଶଳ ଅବଲମ୍ବନ କରି ପିଲାମାନଙ୍କୁ ହସ ଓ ଖେଳ ମାଧ୍ୟମରେ ବୁଝାଇ ଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମ ର ଲକ୍ଷ କିଶୋରୁ ଅବସ୍ଥାରୁ ନିଜେ ନିଜକୁ ସଚେତନତା କରିବାରେ ସକ୍ଷମ ହୋଇ, ନିଜର ଜୀବନ ଶୈ÷ଳି ରେ ପରିବର୍ତନ କରିବା ସହ ନିଜର ସାଙ୍ଗସାଥି ଙ୍କୁ ଗ୍ରାମ ସ୍ଥରରେ ସଚେତନ କରିବାରେ ସହଯୋଗ କରିବା ବୋଲି ଅନୁଷ୍ଠାନ ପକ୍ଷରୁ ଜଣାପଡିଛି । କାର୍ଯ୍ୟକ୍ରମକୁ, କ୍ରାଏ, କୋଲକତା ସହାୟତା କରିଥିବା ବେଳେ, ତାଲିମ ପରିଚାଳନା ବେଳେ ସୈ÷ାରଭ ପଣ୍ଡା, ଆଲୋକ ସାମନ୍ତରାୟ, ମାଣିକ ବେହେରା, ପ୍ରଭାସିନି ଦଳବେହେରା, ଅନୁପମା କହଁର ଓ ଅନନ୍ତ ଚରଣ ମଲ୍ଲିକ ପ୍ରମୁଖ ସହୋଯୋଗ କରିଥିଲେ ।

 

Nalco
Leave A Reply