Odisha news

ଡକାୟତୀ ପାଇଁ ପ୍ରସ୍ତୁତୀ ବେଳେ ମାରଣାସ୍ତ୍ର ସହ ଏକ ସବାରୀଗାଡି ଏବଂ ୩ ଯୁବକ ଗିରଫ

0

ତୁମୁଡିବନ୍ଧ,୧୭ା୭, ତୁମୁଡ଼ିବନ୍ଧ ଥାନା ଅଂଚଳରେ ବଢିବାରେ ଲାଗିଛି ଅପରାଧିକ ଘଟଣା ମାନ । ଗତ ୧୫ ତାରିଖ ଶୁକ୍ରବାର ଦିନ ତୁମୁଡ଼ିବନ୍ଧ ପୋଲିସ ଆମ୍ବେଦକର ଛକ ଏବଂ ମାତୃଗାଁ ମଧ୍ୟସ୍ତ ଲମ୍ବା ଘାଟିରୁ ଏକ ମହିନ୍ଦ୍ରା ସବାରି (ଓ.ଆର ୧୨ଏ-୭୩୫୩) ଗାଡି ସହତ ତିନିଜଣ ସ୍ଥାନୀୟ ଯୁବକଙ୍କୁ ଗିରଫ୍ କରିଛି । ସେମାନଙ୍କ ସହିତ ୫ଟି ଧାରୁଆ ଛୁରି ଗୋଟିଏ ଲୁହା ପାଇପ୍, ଗୋଟିଏ ସାଇକେଲ ଚେନ ଓ କ୍ରାଙ୍କ୍ ସେମାନଙ୍କ ଗାଡିରୁ ଜବତ କରିଛି । ସେମାନଙ୍କ ମଧ୍ୟରେ ତେଲିମୁଣ୍ଡା ଗ୍ରାମର ଉମାକାନ୍ତ ବଟକର (୨୦), ସାରଙ୍ଗଡ ଥାନା ଅଂଚଳର ମିଲନ ନାୟକ(୩୦), ବୁଡାପଡା ଗ୍ରାମର ପିଙ୍କୁ ନାୟକ (୨୧) ଙ୍କୁ କେସ୍ ନଂ ୬୦/୨୨ ଭାରତୀୟ ପିଙ୍ଗଳକୋର୍ଟ ଧାରା ୩୯୯, ୪୦୨, ୩୫୩ ଅନୁଯାଇ ଏକ ଡକାୟତ ମାମଲା ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏମାନେ କୌଣସି ଏକ ଡକାୟତି କାମ ଭିଆଇବା ପୂର୍ବରୁ ଗିରଫ କରାଯାଇଥିବା ପୋଲିସ ସୁଚନା ଦେଇଛି । ତେବେ ପୋଲିସ ଏମାନଙ୍କ ସହିତ ଅନ୍ୟ କିଏକିଏ ସାମିଲ ରହିଛନ୍ତି ଏବଂ ଏମାନଙ୍କର ଅନ୍ୟାନ୍ୟ କୌଣସି ଅପରାଧିକ ମାମଲାରେ ସଂମ୍ପୃୁକ୍ତି ରହିଛିନା ନାହିଁ ସେହି ଦିଗରେ ଅଧିକ ତଦନ୍ତ ଜାରି ରହିଥିବା ସ୍ଥାନୀୟ ଥାନା ଅଧିକାରୀ ତରୁଣ ତପନ ବେହେରା ସୁଚନା ଦେଇଛନ୍ତି ।

 

Nalco
Leave A Reply