Odisha news

ପୁନିତଙ୍କ ତ୍ରିଶତକ, ମେଘାଳୟ ୫୫୫/୩

0

ଭୁବନେଶ୍ୱର: କିଟ୍‌ ଷ୍ଟାଡିୟମରେ ମେଘାଳୟର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ରଣଜୀ ଟ୍ରଫି ପ୍ଲେଟ ଗ୍ରୁପର ଏକ ମ୍ୟାଚରେ ସିକିମ୍‌ ପ୍ରଥମ ଇନିଂସରେ ୨୧୯ରନ୍‌ କରିଥିବା ବେଳେ ମେଘାଳୟ ୧୧୭ ଓଭରରେ ୩ ୱିକେଟ୍‌ ହରାଇ ୫୫୫ ରନ୍‌ କରିଛି । ପୁନିତ ବିଷ୍ଟଙ୍କ ତ୍ରିଶତକ(୩୦୧) ଓ ରାଜ ବିଶ୍ୱଙ୍କ ୧୭୫ରନ୍‌ ଚର୍ଚ୍ଚିତ ଘଟଣା ଥିଲା । ଚଳିତ ରଣଜୀ ସିଜନରେ ପୁନିତ ତ୍ରିଶତକ ହାସଲ କରି କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି ।
ଦ୍ୱିତୀୟ ଦିନ ମେଘାଳୟ ୧୦୧/୨ରୁ ବ୍ୟାଟିଂ ଆରମ୍ଭ କରିଥିଲା । ବିଶ୍ୱ ୪୮ରନ୍‌ ଓ ବିଷ୍ଟ ୨୯ରନରୁ ପାଳି ଆରମ୍ଭ କରିଥିଲେ । ବିଶ୍ୱ ୩୨୧ ବଲରୁ ୨୫ ଚୌକା ସହାୟତାରେ ୧୭୫ରନ୍‌ କରି ଏକମାତ୍ର ବ୍ୟାଟ୍ସମ୍ୟାନ ଭାବେ ଆଜି ପାଭିଲିୟନ ଫେରିଥିଲେ । ତେବେ ଗୋଟିଏ ଦିନରେ ବିଶ୍ୱ ତ୍ରିଶତକ ହାସଲ କରି ଆଉ ଏକ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି । ସେ ୨୯୩ ବଲରୁ ୪୮ ଚୌକା ଓ ଗୋଟିଏ ଛକା ମାରି ଅପରାଜିତ ୩୦୧ରନ୍‌ କରିଛନ୍ତି । ସାଥୀ ଖେଳାଳି ଯୋଗେଶ ନାଗର ୩୦ରନ କରି ଅପରାଜିତ ଅଛନ୍ତି । ସିକିମର ମିଲିନ୍ଦ କୁମାର ୨ଟି ଓ ଭୁତିଆ ଗୋଟିଏ ୱିକେଟ୍‌ ସଫଳତା ପାଇଛନ୍ତି ।

Leave A Reply