ଶ୍ରାବଣ ମାସ ଭଗବାନ ଶିବଙ୍କର ପ୍ରିୟମାସ ଅଟେ l ଏହି ମାସର ପ୍ରତ୍ୟକଟି ଦିନ ଶିବଙ୍କର ପୂଜାପାଇଁ ଉପଯୁକ୍ତ ଓ ଉତ୍ତମ ଅଟେ l ଶ୍ରାବଣ ମାସ ସୋମବାରରେ ଭଗବାନ ଶିବଙ୍କ ପୂଜା ,ମଙ୍ଗଳବାରରେ ମା ଗୌରୀଙ୍କ ପୂଜା ଓ ବୁଧବାର ଦିନ ବିଘ୍ନ ବିନାଶକ ଗଣେଶଙ୍କୁ ଆରାଧନା କରାଯାଏ l ଆଜି ଗୁରୁବାରରେ ଆପଣ ଭଗବାନ ଶିବଙ୍କ ସହିତ ବୃହସ୍ପତି ଓ ଭଗବାନ ବିଷ୍ଣୁଙ୍କ ପୂଜାକଲେ ଆଶୀର୍ବାଦ ଲାଭ କରିବେ l
ପୂଜାବିଧି -ଗୁରୁବାର ସକାଳୁ ସ୍ନାନସାରି ପୂଜା କରୁଥିବା ସ୍ଥାନରେ ଭଗବାନ ଶିବଙ୍କର ଫଟ କିମ୍ବା ଶିବଲିଙ୍ଗ ସ୍ଥାପନ କରନ୍ତୁ l ତାପରେ ଗଙ୍ଗାଜଳ ଛିଞ୍ଚି ଅଭିଷେକ କରନ୍ତୁ l ଭୋଳାନାଥଙ୍କୁ ଫୁଲ ,ଅକ୍ଷତ ,ଚନ୍ଦନ ,ବେଲପତ୍ର ,ଧୂପ ,ଦୀପ ,ଗାଈ କ୍ଷୀର ଇତ୍ୟାଦି ଅର୍ପଣ କରନ୍ତୁ l ଗୁରୁବାର ଦିନ ଶିବଙ୍କୁ ବେସନ ଲଡୁ ଭୋଗ ଲଗାଇବା ଉଚିତ l ଶିବଙ୍କ ସହିତ ମାତା ପାର୍ବତୀ ଓ ଗଣେଶଙ୍କର ଆରାଧନା କରନ୍ତୁ ଗୁରୁବାରରେ ଶିବ ଚାଳିଶ ପାଠ କରିବା ଦ୍ୱାରା ଶୁଭ ଫଳ ମିଳିଥାଏ l
ଏହା ପରେ ଭଗବାନ ବିଷ୍ଣୁ ଓ ବୃହସ୍ପତିଙ୍କୁ ଅକ୍ଷତ ,ତୁଳସୀ ,ହଳଦୀ ,ଚନ୍ଦନ ,ହଳଦିଆ ରଙ୍ଗର ଫୁଲ ,ଧୂପ ,ଦୀପ ଆଦି ଅର୍ପଣ କରନ୍ତୁ l ବିଷ୍ଣୁଙ୍କ ଆଗରେ ବିଷ୍ଣୁ ଶହଶହ ନାମ ପାଠ କରି ତାଙ୍କର ଆଳତି କରନ୍ତୁ l ଶ୍ରାବଣ ମାସରେ ହରିହର ମାନେ ଭଗବାନ ବିଷ୍ଣୁ ଓ ଭଗବାନ ଶିବଙ୍କର ପୂଜା ଏକା ସହିତ ହୋଇଥାଏ l ଶ୍ରାବଣ ମାସରେ ଅନେକ ସ୍ଥାନରେ କୃଷ୍ଣଙ୍କୁ ମଧ୍ୟ ପୂଜା କରାଯାଏ l ଶ୍ରାବଣ ମାସରେ ଭଗବାନ ବିଷ୍ଣୁଙ୍କ ସହିତ ଅନ୍ୟ ଦେବତା ମାନେ ଯୋଗ ନିଦ୍ରାରେ ରହିଥାନ୍ତି l ଧାର୍ମିକ ମାନ୍ୟତା ଅନୁସାରେ ଏହି ସମୟରେ ଭଗବାନ ଶିବଙ୍କ ପାଖରେ ସମ୍ପୂର୍ଣ ବ୍ରହ୍ମାଣ୍ଡକୁ ପାଳନ କରିବାର ଦାଇତ୍ୱ ଗ୍ରହଣ କରିଥାନ୍ତି
