ରାୟଗଡା,୨୧ ।୫(Rabindra patkhandal)- କରୋନା ଭଳି ମହା ବିପତ୍ତି ଗ୍ରାସୀଛି ସାରା ବିଶ୍ୱକୁ । ଲୋକେ ଦାନାଦାନା ପାଇଁ ତ୍ରାହି ତ୍ରାହି ଡ଼ାକ ଛାଡୁଛନ୍ତି । କାମ ନାପଇ ଦାଦନ ଖଟିବାକୁ ଯାଇଥିବା ଲୋକେ ନିଜ ଘରକୁ ଫେରିଛନ୍ତି । ଘରବାହୁଡାଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ଏବଂ ଖାଦ୍ୟ ଯୋଗାଇଦେବା ପାଇଁ ସରକାର ତୁରନ୍ତ ବନ୍ଦ ପଡିଥିବା କାର୍ଯ୍ୟ ଆରମ୍ଭ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଏଭଳି ଘଡିସନ୍ଧି ମୁହୁର୍ତ୍ତରେ ମଧ୍ୟ ର୍ଦୁନୀତି ପିଛା ଛାଡୁନାହିଁ । ଗୋଟିଏ ପଟେ ଜିଲ୍ଲାପାଳ ୩୦ହଜାର ଶ୍ରମିକଙ୍କ ହାତକୁ କାମ ଯୋଗାଇ ଦିଆଯାଇଛି ବୋଲି ମତବ୍ୟକ୍ତ ଦେଉଥିବା ବେଳେ ଶ୍ରମିକ ପେଟକୁ ଲାତ ମାରି ମେସିନ ଜରିଆରେ କାମ ଚାଲିଛି । ଦିନରାତି ମ୍ୟାସିନ ସାହାଯ୍ୟରେ କାମ କରାଇ ଶ୍ରମ ଦିବସ ସୃଷିକରି ଲୋକଙ୍କ ଆର୍ଥକ ମେରୁଦଣ୍ଡରେ ସୁଧାର ଆଣିବାରେ ଅହରହ ପ୍ରୟାସ ଚାଲିଛି କହି ରାଜ୍ୟ ଓ ଜାତୀୟ ସ୍ତରରେ ସବାସି ସାଉଁଟିବାକୁ ପଞ୍ଚାୟତ ସମିତ ଗୋଷ୍ଠି ଉନ୍ନୟନ ଅଧିକାରୀ ଖୁବ ବନ୍ଦ ବସ୍ତ କରିଛନ୍ତି ।

ତ ହାଣ୍ଡିର ଗୋଟିଏ ଭାତ ପରିଖିବା ଭଳି ରାୟଗଡା ବ୍ଲକ ହାଟ ଶେଷଖାଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାମଚନ୍ଦ୍ରପୁରରେ ଏଭଜିଏନଆଇଜିଏ ଯୋଜନରେ ଚାଲିଥିବା ପୋଖରୀ ଖନନ କାର୍ଯ୍ୟକୁ ଉଦାହରଣ ରୂପେ ନିଆଯାଇପାରେ । ଗାଁ ମୁଣ୍ଡରେ ଶ୍ରମିକଙ୍କ ହାତକୁ କାମ ସେମାନଙ୍କ ଆର୍ଥକ ମୋରୁଦଣ୍ଡକୁ ସୁଦୃଢ଼ କରାଯଉଥିବାର ଡିଣ୍ଡିମ ପିଟାଯାଉଛି । କିନ୍ତୁ ବାସ୍ତବିକରେ ସେଠାରେ କୌଣସି ଶ୍ରମିକ ନୁହେଁ ବଡବଡ କ୍ଷମତା ସମ୍ପନ୍ନ ଜେସିବି ମ୍ୟାସିନରେ ଖନନ କାର୍ଯ୍ୟ ଚାଲିଛି । ମ୍ୟାସିନଟି ଘଣ୍ଟାକରେ ମାଟିକୁ ତାଡିପକାଉଥିବା ବେଳେ ତିନୋଟି ଟ୍ରାକକ୍ଟର ଜରିଆରେ ମାଟିକୁ ବୋହି ପୋଖରୀର ହିଡ ତିଆରି କରାଯାଉଥିବାର ଚିତ୍ର ଯିଏ ଦେଖିଛି ସିଏ ଏଭଳି ମୁହୁର୍ତ୍ତରେ ପ୍ରଶାସନର ଉଦାସିନତାକୁ ନିନ୍ଦା କରିଛି । ଲୋକଙ୍କୁ କାର୍ଯ୍ୟ ଯୋଇବା ପାଇଁ ଯୁଦ୍ଦକାଳୀନ ଭିତରେ ୫ଲକ୍ଷ ଟଙ୍କା ବିନିମୟରେ ଏହି କାର୍ଯ୍ୟ ଶେଷ କରିବାକୁ କାର୍ଯ୍ୟାଦେଶ ଦିଆଯାଇଥିଲା । ପାର୍ଯ୍ୟାପ୍ତ ଶ୍ରମ ଦିବସ ସୃଷ୍ଟିକରି ଲୋକଙ୍କ ପ୍ରତି ସପ୍ତାହରେ ମଜୁରୀ ଟଙ୍କା ଦେବାକୁ ନିଦେ୍ର୍ଦଶ ମଧ୍ୟ ଦିଆଯାଇଥିଲା । କାର୍ଯ୍ୟ ଚାଲିଛି ସତ କିନ୍ତୁ ଶ୍ରମିକ ପେଟକୁ ଲାତମାରି ଠିକାଦାରଙ୍କ ଦ୍ୱାରା ମ୍ୟାସିନ ଲଗାଇ କାର୍ଯ୍ୟ ସମ୍ପାଦନ କରାଯାଉଥିବା ପରିଲିଖିତ ହୋଇଛି । ସବୁଠାରୁ ବିଡମ୍ବନାର କଥା କେରୋଡା ଠାରୁ ରାୟଗଡାକୁ ଲମ୍ବିଥିବା ରାଜରସ୍ତା ପାଶ୍ୱରେ ଏହି କାର୍ଯ୍ୟ ଚାଲିଛି ।

ଆଉ ପ୍ରବାସୀ ଶ୍ରମିକଙ୍କ ଥଇଥାନ ପାଇଁ ପ୍ରତିଦିନ ଜିଲାର ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଡିଆରଡିଏ ପ୍ରକଳ୍ପ ନିଦେ୍ର୍ଦଶକ, ଉପ-ଜିଲ୍ଲାପାଳ, ତହସିଲଦାର, ବିଡିଓ ଭଳି ବଡବଡିଆ ଅଧିକାରୀ ମାନେ ଏହି ରାସ୍ତାଦେଇ ଦିନରାତି ଚଳପ୍ରଚଳ କରିଥାନ୍ତି । କିନ୍ତୁ କାହାର ଏଥିପ୍ରତି ନିଘା ନଥିବା ଶ୍ରମିକଙ୍କ ପ୍ରତି ଅତ୍ୟନ୍ତ ଅବିଚାର ବୋଲି ରାମଚନ୍ଦ୍ରପୁର ଗ୍ରାମର ପାଲକା ଭୀମ, ବିଡିକା ରାଙ୍ଗା ଭଳି ଶ୍ରମିକ ମାନେ କହିଛନ୍ତି । ଏହାକୁ କଉଦାହରଣ ରୂପେ ଯଦି ନିଆଯାଇଥାଏ ତେବେ ଜିଲାରେ ୩୦ହାଜର ଶ୍ରମିକଙ୍କୁ କର୍ମ ସଂସ୍ଥାନ ଯୋଗାଇ ଦିଆଯାଇଛି ବୋଲି ଜିଲାପାଳ ପ୍ରମୋଦ କୁମାର ବେହେରା ଦେଇଥିବା ମତରେ କେତେ ସତ୍ୟତା ରହିଛି ତାହା ତର୍ଜମା କରିବାର ବେଳ ଆସିଛି । ଜିଲା ପ୍ରଶସନକୁ ଅନ୍ଧାରରେ ରଖି ପରମ୍ପରା ଅନୁଯାଇ ଠିକାଦାର କାର୍ଯ୍ୟ ଚାଲିଛି ।

ଆଉ ଶ୍ରମିକ ଏବଂ ଶ୍ରମଶକ୍ତି ପ୍ରତି ଆଦର ନଥସିବାରୁ ଏହି ଜିଲାରୁ ପର୍ଯ୍ୟାପ୍ତ ଶ୍ରମିକ ଦାଦନ ହୋଇ ବାହାର ରାଜ୍ୟକୁ ଯାଇ ଖଟୁଛନ୍ତି ବୋଲି ସ୍ୱେଚ୍ଚାସେବୀ ବିଜୟ କୁମାର ମିଶ୍ର ମତବ୍ୟକ୍ତ କରିଛନ୍ତି । ତେବେ ଏସମ୍ପର୍କରେ ରାୟଗଡା ପଞ୍ଚାୟତ ସମିତର ଗୋଷ୍ଟିଉନ୍ନୟନ ଅଧିକାରୀ ରାଜେନ୍ଦ୍ର ମାଝିଙ୍କୁ ପଚାରିବାରେ ଏସମ୍ପର୍କରେ ତଦନ୍ତ କରିବା ପରେ ସତ୍ୟତାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମତବ୍ୟକ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here