ଧାମନଗର (Basudev tripathy): ବାତ୍ୟା ଅମ୍ପନର ପ୍ରଭାବରେ ଧାମନଗର ଅଞ୍ଚଳର ବ୍ୟାପକ କ୍ଷୟ କ୍ଷତି ଘଟିଛି । ମଙ୍ଗଳବାର ବିଳମ୍ବିତ ରାତ୍ରିରୁ ବୁଧବାର ଅପରାହ୍ନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଓ ପବନରେ ଧାମନଗର ଅଞ୍ଚଳର ବହୁ କଚ୍ଚାଘର ନଷ୍ଟ ହୋଇ ଥିବାବେଳେ ବଡ଼ବଡ଼ ଗଛମାନ ଭାଙ୍ଗିପଡ଼ିଥିଲା । ଧାମନଗର ଅଗ୍ନିଶମ ବିଭାଗର କର୍ମ·ରୀମାନେ ରାସ୍ତାରେ ଭାଙ୍ଗି ପଡ଼ିଥିବା ଗଛଗୁଡ଼ିକୁ କାଟି ତୁରନ୍ତ ସଫା କରିଥିଲେ । ବାତ୍ୟା ପ୍ରଭାବରେ ଧାମନଗର ଅଞ୍ଚଳରେ ବ୍ୟାପକ ଧାନ, ମୁଗ ଓ ପନିପରିବା ଫସଲ ନଷ୍ଟ ହୋଇଥିବାବେଳେ ବହୁ ·ଷୀଙ୍କର କଦଳି ଓ ଅମୃତଭଣ୍ଡା ·ଷ କ୍ଷତି ହୋଇଥିବା ଦେଖିବାକୁ ମିଳିଛି ।
ବାତ୍ୟା ପୂର୍ବରୁ ସ୍ଥାନୀୟ ପ୍ରଶାସନ ତରଫରୁ ଧାମନଗର ବ୍ଲକର ୩୧ଟି ପଞ୍ଚାୟତର ଆଶ୍ରୟ ସ୍ଥଳି ମାନଙ୍କରେ ପ୍ରାୟ ୨ହଜାର ୯୨ଜଣ ବ୍ୟକ୍ତିଙ୍କୁ ଏବଂ ଧାମନଗର ଏନ୍ଏସିର ୪ଟି ଆଶ୍ରୟ ସ୍ଥଳିରେ ୪୪୮ଜଣ ବ୍ୟକ୍ତିଙ୍କୁ ରଖାଯାଇଥିବାବେଳେ ସେମାନଙ୍କୁ ଶୁଖିଲା ଖାଦ୍ୟ ଏବଂ କେତେକ ସ୍ଥାନରେ ରନ୍ଧାଖାଦ୍ୟ ଦିଆଯାଇଥିବା ଜଣାଯାଇଛି । ବାତ୍ୟା ପରେ ଆଶ୍ରୟ ସ୍ଥଳିରେ ଥିବା ଲୋକେ ନିଜ ନିଜ ଘରକୁ ଫେରିଛନ୍ତି । ଝଡ଼ ବାତ୍ୟା ଯୋଗୁ ଧାମନଗର ବ୍ଲକ ଅଞ୍ଚଳରେ ଶତାଧିକ କଚ୍ଚାଘର ଭାଙ୍ଗିଥିବାବେଳେ ଶହ ଶହ ଏକର ଡ଼ାଳୁଅ ଧାନ, ମୁଗ ଓ ପନିପରିବା ·ଷ ନଷ୍ଟ ହୋଇଛି । କେତେ ପରିମାଣରେ କଚ୍ଚାଘର ଭାଙ୍ଗିଛି ତାହାର ସଠିକ ହିସାବ ୨ଦିନ ମଧ୍ୟରେ ଦିଆଯିବବୋଲି ବିଡ଼ିଓ ଦୁର୍ଗାଚରଣ ମୁର୍ମୁ ଜଣାଇଛନ୍ତି ।
ଝଡ଼ ବାତ୍ୟାରେ ପ୍ରାୟ ୩.୪ହେକ୍ଟର ଧାନ ·ଷ ନଷ୍ଟ ହୋଇଥିବାବେଳେ ପ୍ରାୟ ୫୦.୮ ହେକ୍ଟର ଅଣଧାନ·ଷ ନଷ୍ଟ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାଯାଇଛି ଏବଂ ଏହି ରିପୋର୍ଟ ଆଜି ଭଦ୍ରକ ଜିଲ୍ଲା ମୁଖ୍ୟ କୃଷିଅଧିକାରୀଙ୍କୁ ପ୍ରଦାନ କରାଯାଇଛି ବୋଲି ଧାମନଗର ବ୍ଲକ କୃଷି ଅଧିକାରୀ ଭାଷ୍କରଚନ୍ଦ୍ର ଦାସ ସୂଚନା ଦେଇଛନ୍ତି । ବାତ୍ୟା ଅମ୍ପନରେ ବିଦୁ୍ୟତ୍ ବିଭାଗର ବଡ଼ଧରଣର କ୍ଷୟକ୍ଷତି ହୋଇନଥିବାବେଳେ ବାତ୍ୟା ପରେ ପରେ ଲୋକେ ବିଦୁ୍ୟତ୍ ସଂଯୋଗ ପାଇଥିବା ଜଣାଯାଇଛି ।