ଅସ୍ତରଙ୍ଗ ୨୧ /୦୫ : ଗତ ବୁଧବାର ଦିନ ହୋଇଥିବା ଆମ୍ପନର ତାଣ୍ଡବ ଲୀଳରେ ଅସ୍ତରଙ୍ଗର ଜାହାନିଆଁ ଉପକୂଳର ୨୫ କି.ମି. ବ୍ୟାପି ଝାଉଁ , କାଜୁ ଓ ଲୁଣା ଜଙ୍ଗଲର ବ୍ୟାପକ କ୍ଷତି ଘଟିଅଛି । ଖାଲି ସେତିକି ନୁହେଁ ଆମ୍ଫନ ଦ୍ୱାରା ମଧ୍ୟ ଏହି ଅଂଚଳରେ ଥିବା ଶହ ଶହ ପାନ ବରଜ , ନଡିଆ ଓ ତାଳ ଗଛ ଶହ ବିଦ୍ୟୁତ୍ ଖୁଣ୍ଟଧରାଶ୍ରାୟୀ ହୋଇପଡିଥିବା ବେଳେ, ଚାଳ ଛପର ତଥା କଚ୍ଚା ଘରଣ୍ଟ କେତେକାଂଶରେ କ୍ଷତିଗ୍ରସ୍ଥ ହୋଇଥିବା ଜଣାପଡିଅଛି ।
ଏଠାରେ ପ୍ରକାଶ ଯୋଗ୍ୟ ଯେ, ୨୦୧୯ ମେ ୨ ତାରିଖ ଦିନ ଏହି ଉପକୂଳରେ ତାଣ୍ଡବ ରଚିଥିଲା ଫନି ଳ ଏହାର ପ୍ରଭାବରେ ବହୁ ଧନ ଜୀବନ କ୍ଷତିଗ୍ରସ୍ଥ ହୋଇଥିବା ବେଳେ ସରକାରୀ ସାହାର୍ଯ୍ୟ ମଧ୍ୟ ଲୋକଙ୍କ ପାଖରେ ପହଁଚି ପାରିଥିଲା ।
ଏହି ଉପକୂଳବାସୀ ସେମାନଙ୍କର ଅଣ୍ଟାକୁ ଏହି ବର୍ଷକ ମଧ୍ୟରେ ସଳଖୁ ଥିବା ବେଳେ ୨୦୨୦ ମସିହା ମେ ମାସ ୨୦ ତାରିଖରେ ପୁଣି ଏକ ମହାବାତ୍ୟା ଦେଖାଦେଇଥିଲା ଜାହାନିଆଁ ଉପକୂଳରେ । ଏହି ମହାବାତ୍ୟାରେ ଉପକୂଳରେ ସମ୍ଭାବ୍ୟ ବାତ୍ୟାକୁ ପ୍ରତିରୋଧ କରିବା ପାଇଁ ସୃଷ୍ଟି ହୋଇଥିବା ପ୍ରକୃତିକ ଓ କୃତିମ ଲୁଣା ଜଙ୍ଗଲ ପ୍ରାୟ ଧ୍ୱଂସ ପାଇଥିବା ବେଳେ ବହୁ କଚ୍ଚା ଘର, ତାଳ, ନଡିଆ ଓ ପାନ ବରଜ ମଧ୍ୟ ମାଟିରେ ଲୋଟି ପଡିଅଛି ।
ବାତ୍ୟା ଦ୍ୱାରା ସାମୁଦ୍ରୀକ ଜୁଆର ଉଠିବାରୁ ଛୁରିଆନା, ନଗର , କୋରଣା ଆଦି ପଂଚାୟତରେ କେତକ ଗାଁରେ ଲୁଣା ଜଳ ପ୍ରବେଶ ମଧ୍ୟ କରିଥିବା ଦେଖିବାକୁ ମିଳିଅଛି । ଯେଉଁସବୁ ଗଛ ପଡି ରାସ୍ତା ଅବରୋଧ ହୋଇଥିଲା ତାହାକୁ ଗ୍ରାମ ଉନ୍ନୟନ ବିଭାଗ ପୂତ୍ତ ଓ ଗୃହ ନିର୍ମାଣ ବିଭାଗଙ୍କ ସମେତ ଏନ.ଡି.ଆର.ଏଫ. ଟିମ୍ ଦମକଳ ବାହୀନି ପ୍ରଭୃତି ସଫା କରିଥିବା ବେଳେ ବାତ୍ୟାର ପ୍ରକୋପ କମିବା ପରେ ତହସିଲଦାର ରାଜଲକ୍ଷ୍ମୀ ନାୟକ, ବ୍ଲକ ଅଧ୍ୟକ୍ଷ ସ୍ୱାଧିନ କୁମାର ନାୟକ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୁଖ କ୍ଷତିଗ୍ରସ୍ଥ ଅଂଚଳ ବୁଲି ସ୍ଥିତି ପରିଖି ଆଗାମୀ ଦିନରେ ଆଇନ ମୁତାବକ ସରକାରୀ ସାହାର୍ଯ୍ୟ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।
ଗଲା ଫନି ବାତ୍ୟାରେ ଉଜୁଡି ପଡିଥିବା ଲୋକଙ୍କର ଚାଳ ଘର ଓ ପାନ ବରଜ ଆଦି କ୍ଷତିଗ୍ରସ୍ଥ ହୋଇଥିଲେ ମଧ୍ୟ ବର୍ଷେ ବିତିଯାଇଥିଲେବି କ୍ଷତିଗ୍ରସ୍ଥ ଲୋକମାନେ ସେମାନଙ୍କର ଟଙ୍କା ପାଇବା ପାଇଁ ହକ୍ ରହିଥିଲେବି ତହସିଲ କତୃପକ୍ଷ ଉକ୍ତ ଟଙ୍କାକୁ ଅଦ୍ୟାବଧି ସରକାରୀ ତାଲିକା ଭୁକ୍ତ କ୍ଷତିଗ୍ରସ୍ଥକାରୀଙ୍କୁ ପ୍ରଦାନ କରିନଥିବାରୁ ତାହା ପ୍ରପିଡିତ ଜନତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଅଛି ।
ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ସରକାରୀ ନିୟମ ମୁତାବକ ଫନି ଓ ଆମ୍ପାନ କ୍ଷତିଗ୍ରସ୍ଥ ଜନତାଙ୍କୁ ଯଥାବିଧି ସାହାର୍ଯ୍ୟ ଯୋଗାଇ ଦେବା ପାଇଁ ଜନସାଧାରଣଙ୍କ ତରଫରୁ ନିବେଦନ କରାଯାଇଅଛି ଓ ଫନିରେ ଯେଉଁ ୨୦୦୦ ଗୁହାଳ ଭାଙ୍ଗିଥିଲା ସେ ଅର୍ଥ କ୍ଷତିଗ୍ରସ୍ଥ କାରୀଙ୍କୁ ତହସିଲ କତୃପକ୍ଷ ଦେବାର ଥିଲେ ମଧ୍ୟ ଫନି ଓ ଆମ୍ପାନ ଦ୍ୱାରା କ୍ଷତିଗ୍ରସ୍ଥ ହିତାଧିକାରୀଙ୍କୁ ପ୍ରଦାନ ପାଇଁ ପ୍ରପିଡିତଙ୍କ ଦାବି ହେଉଛି ।