Odisha news

ମହିଳା ଥାନା ଅଧିକାରୀଙ୍କ ଦବଙ୍ଗଗିରି , ଭୋକିଲା ପ୍ରବାସୀ ଶ୍ରମିକଙ୍କୁ ନିସ୍ତୁକ ମାଡ,ଚିକିତ୍ସାଳୟରେ ଭର୍ତି

0

ବଅଁରପାଳ: ଭୋକ ଉପାସରେ ଶ୍ରମିକ ମାନେ ଥାନା ଅଧିକାରୀଙ୍କୁ ଅଭିଯୋଗ କରିବାକୁ ଆସିଥିଲେ । ମହିଳା ଥାନା ଅଧିକାରୀ ଯେଉଁ ଖାଦ୍ୟ ଦେଲେ ପ୍ରବାସୀ ଶ୍ରମିକ ମାନେ ଜୀବନରେ ଭୁଲି ପାରିବେ ନାହିଁ । ବାରମ୍ବାର ଅଭିଯୋଗ ସତ୍ୱେ କଟାଂବଣିଆ ଥାନାରେ କାର୍ଯ୍ୟରତ ମହିଳା ଏସଆଇଙ୍କ ଦବଙ୍ଗଗିରି ଯୋଗୁଁ ସ୍ଥାନୀୟ ଅଚଂଳବାସୀ ତ୍ରାହି ତ୍ରାହି ଡାକ ଦେଉଛନ୍ତି । ପୁଲିସ ଅଧିକାରୀ ନୀରବଦ୍ରଷ୍ଟା ସାଜିଥିବା ବେଳେ ଡିଜି ଏ ଦିଗରେ ପଦକ୍ଷେପ ନେବାକୁ ଦାବୀ ହେଉଛି । କଟାଂବଣିଆ ସ୍ଥିତ ଟାଟା ବିଏସଏଲ କାରଖାନାରେ ଥିବା ଠିକା ସଂସ୍ଥା ରେଡିକାଷ୍ଟରେ ଛତିଶଗଡ ରାଜ୍ୟର ଶ୍ରମିକ ମାନେ କାର୍ଯ୍ୟ କରୁଥିଲେ । କରୋନା ଯୋଗୁଁ ସମଗ୍ର ଦେଶରେ ଲକ୍ ଡାଉନ୍ ଯୋଗୁଁ କାର୍ଯ୍ୟ ବନ୍ଦ ହୋଇପଡିଥିବା ବେଳେ ମାର୍ଚ ମାସରୁ ଶ୍ରମିକ ମାନେ ହାତ ବାନ୍ଧି ବସିରହିଛନ୍ତି ।

ଭୋକ ଉପାସରେ ଦିନ କାଟୁଥିବା ବେଳେ ଠିକା ସଂସ୍ଥାର ଅଧିକାରୀଙ୍କୁ ଦରମା ପ୍ରଦାନ ପାଇଁ ବାରମ୍ବାର ଦାବୀ କରିବା ସହିତ ଖାଇବା ପାଇଁ ଟଙ୍କା ଦେବାକୁ ନିବେଦନ କରିଥିଲେ । ଠିକା ସଂସ୍ଥା ଦରମାଦେବା ତ ଦୂରର କଥା ଶ୍ରମିକ ମାନଙ୍କ ଦାବୀକୁ କର୍ଣ୍ଣପାତ କରିନଥିଲେ । ଏପରିକି ନିଜ ରାଜ୍ୟକୁ ଫେରିଯିବା ପାଇଁ କୋ÷ଣସି ପଦକ୍ଷେପ ଗ୍ରହଣ କରିନଥିଲେ । ଶେଷରେ ଶ୍ରମିକ ମାନେ ଦୀର୍ଘ ୨ ମାସ କାଳ ଭୋକ ଉପାସରେ ଦିନ କାଟୁଥିବା ବେଳେ ଠିକାସଂସ୍ଥା ବିରୁଦ୍ଧରେ ଅଭିଯୋଗ କରିବାକୁ ୧୦ରୁ ଅଧିକ ଶ୍ରମିକ ଯାଇଥିଲେ । ସେଠାରେ କାର୍ଯ୍ୟରତ ମହିଳା ଏସଆଇ ଏଫଆଇଆର ରଖିବାତ ଦୂରର କଥା ୬ ଜଣ ଶ୍ରମିକ ଚନ୍ଦନ ଦାସ, ମାହିକ ସେଖ, ମୁକ୍ତାର ଖାଁ, ସିଦ୍ଧିକ ଅଖତାର, ଆରମ ସେଖ, ଓ ଇଜିହାର ଖାଁକୁ ନିସ୍ତୁକ ମାଡ ମାରି ଲହୁଲୁହାଣ କରି ଦେଇଥିଲେ । ପରିସ୍ଥିତି ଏପରି ହୋଇଥିଲା ମାଡ ମାରିବା ପରେ ସେମାନଙ୍କୁ ନିଜେ ଚିକିତ୍ସାଳୟରେ ଚିକିତ୍ସା କରିଥିଲେ ।

ଅଭିଯୋଗ କରିବାକୁ ଆସିଥିବା ଶ୍ରମିକ ମାନଙ୍କୁ ବିନା କାରଣରେ ଥାନାରେ ଅଟକ ରଖି ଥିବାର ଜଣାପଡିଛି । ଦିନ ଦିନ ଧରି ଭୋକ ଉପାସରେ ଦିନ କାଟୁଥିବା ଶ୍ରମିକ ମାନଙ୍କୁ ଏପରି ବ୍ୟବହାର ଏବଂ ମାଡ ଘଟଣାକୁ ନେଇ ସ୍ଥାନୀୟ ଅଚଂଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ଘଟଣାକୁ ମୋବାଇଲରେ ଭିଡିଓ ରେକଡିଂ କରୁଥିବା ୪ ଜଣଙ୍କର ମୋବାଇଲ ଛଡାଇନେବା ସହିତ ଜୀବନରେ ମାରି ଦେବାକୁ ଧମକ ଚମକ ଦେଇଥିଲେ । ଏହି ମହିଳା ଥାନା ଅଧିକାରୀ ଗତ ବର୍ଷ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆଶାଳୀନ ବ୍ୟବହାର କରିବା ଅଭିଯୋଗରେ ଆନେ୍ଦାଳନ ହୋଇଥିଲା । ବର୍ତମାନ ଏଭଳି ଜଣେ ଥାନା ଅଧିକାରୀ ମାଡ ମାରି ନିଲମ୍ବିତ ହୋଇଥିବା ବେଳେ ଏହି ଘଟଣାର ତଦନ୍ତ ସହିତ ଡିଜି, ଆଇଜି,ଏସ.ପି ପଦକ୍ଷେପ ନେବାକୁ ଦାବୀ ହେଉଛି । ଛତିଶଗଡର ଏହି ଶ୍ରମିକ ମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ନିବେଦନ କରାଯାଇଛି ।

Nalco
Leave A Reply