ଭୁବନେଶ୍ୱର,(ନି.ପ୍ର): ସାମାନ୍ୟ ବଚସାକୁ କେନ୍ଦ୍ରକରି ଉତ୍କ୍ଷିପ୍ତ ହୋଇପଡିଥିବା ଜଣେ ସେନାକର୍ମଚାରୀ ଯୁବକଙ୍କୁ ଗୁଳିମାଡ କରିବା ଘଟଣା ଖଣ୍ଡରିରି ଥାନା ଭରତପୁର ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି । ଆହତ ଯୁବକ ଜଣଙ୍କ ହେଲେ କୁଞ୍ଜ ବେହେରା । ତାଙ୍କ ଛାତିରେ ଗୁଳିବାଜିଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ତାଙ୍କୁ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଏହାକୁ ନେଇ ଭରତପୁରରେ ଚାପା ଉତ୍ତେଜନା ଲାଗି ରହିଛି । ଖବର ପାଇ ଖଣ୍ଡଗିରି ଥାନା ଅଧିକାରୀ ପଦ୍ମନାଭ ବେହେରା ପହଞ୍ଚô ଲୋକଙ୍କୁ ବୁଝାସୁଝା କରିବା ସହ ଆହତକୁ ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାପଡିଛି ।
ଏଭଳି ନାରକୀୟକାଣ୍ଡ ଭିଆଇଥିବା ଅବସରପ୍ରାପ୍ତ ସେନାକର୍ମଚାରୀଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି । ସୂଚନାଯୋଗ୍ୟ ଯେ, ଭରତପୁରରେ ରୁହନ୍ତି ପୂର୍ବତନ ସେନା କର୍ମଚାରୀ ଅଶ୍ୱିନୀ ରାଉତ । ଅଶ୍ୱିନୀ ଲାଇସେନ୍ସ ପ୍ରାପ୍ତ ଏକ ବନ୍ଧୁକ ରଖିଛନ୍ତିି । ସେହି ସାହିରେ ରହୁଥିବା କୁଞ୍ଜ ବେହେରାଙ୍କ ସହ ସୋମବାର ରାତିରେ ବଚସା ହେବାରୁ ଅଶ୍ୱିନୀ ଉତକ୍ଷିପ୍ତ ହୋଇ ଘରେ ରଖିଥିବା ବନ୍ଧୁକକୁ ଆଣି ତାଙ୍କୁ ଗଳିମାଡ କରିଥିଲେ । ଗୁଳିଟି କୁଞ୍ଜ ବେହେରାଙ୍କ ଛାତିରେ ବାଜିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି
