Odisha news

ଶରୀରକୁ ଭିତରୁ ଗରମ ରଖିବ ରୋଷେଇ ଘରର ଏହି ୫ଟି ମସଲା , ଥଣ୍ଡା ବଢିବା ସମୟ ରେ ନିହାତି କରନ୍ତୁ ସେବନ

0

ଯେପରି ଶୀତ ଋତୁରେ ତାପମାତ୍ରା ହ୍ରାସ ହୋଇଥାଏ, ଏବଂ ମଣିଷ ଶରୀରରେ ପୋଷାକ ର ଲେୟାରିଙ୍ଗ ବଢି ଯାଇଥାଏ, କିନ୍ତୁ ଟିକେ ଭାବନ୍ତୁ ତ ଯଦି ଆମ ଶରୀର ଭିତରୁ ଗରମ ରହିବ ତେବେ ଆମକୁ କେତେ ଲାଭ ମିଳିବ l ଏବଂ ଆମ ସ୍ୱାସ୍ଥ୍ୟ ମଧ୍ୟ ସୁନ୍ଦର ରହିବ l ଆୟୁର୍ବେଦ ଅନୁସାରେ ଭାରତୀୟ ରୋଷେଇ ଘରର ୫ଟି ମସଲା ଆମ ଶରୀରକୁ ଭିତରୁ ଗରମ ରଖିଥାଏ l ଏବଂ ବିଭିନ୍ନ ରୋଗ ଠାରୁ ମଧ୍ୟ ରକ୍ଷା କରିଥାଏ, ଆସନ୍ତୁ ଜାଣିବା ସେହି ମସଲା ଗୁଡିକ ବିଷୟ ରେ l

* ଶୀତଋତୁ ରେ ଜିରା ହେଉଛି ପାୱାର ହାଉସ –
ଆମେ ସାଧାରଣ ଭାବରେ ଜିରା ର ବ୍ୟବହାର ରୋଷେଇ ଛୁଙ୍କ ରେ କରିଥାଉ, କିନ୍ତୁ ଶୀତଋତୁ ରେ ଜିରା ର ବ୍ୟବହାର ଶରୀର କୁ ଗରମ ରଖିବାରେ ସାହାଯ୍ୟ କରିଥାଏ, ଶୀତଋତୁ ରେ ନିୟମିତ ଜିରା କୁ ପାଣିରେ ଫୁଟାଇ ସେବନ କରିବା ଦ୍ୱାରା ଶରୀର ଗରମ ରହିଥାଏ l

* ଅଦା ଭିତରୁ ସରଡ଼ିକୁ କରିବ ଛୁ ମନ୍ତର –
ଶୀତ ଦିନେ ଆମେ ଅଦା ର ଅଲଗା ଅଲଗା ବ୍ୟବହାର କରିଥାଉ, ଯେପରିକି ଚା ରେ ପ୍ରୟୋଗ କରୁ, କିମ୍ବା ଅଦା ସହିତ ମହୁ ସେବନ କରୁ, କିନ୍ତୁ ଶୀତ ଦିନ ରେ ଅଦା ର ରସ କୁ ନିୟମିତ ସେବନ କରିବା ଦ୍ୱାରା ଶରୀର ଭିତରୁ ଗରମ ରହିଥାଏ l

* ଡ଼ାଲିଚୀନୀ ହେଉଛି ସୁଗନ୍ଧରେ ପୁର୍ଣ –
ଯଦି ଶୀତଋତୁ ରେ ଆପଣ ମସଲା ଚା ସେବନ କରୁଛନ୍ତି ତେବେ ସେଥିରେ ଖଣ୍ଡିଏ ଡ଼ାଲିଚୀନୀ ନିହାତି ବ୍ୟବହାର କରନ୍ତୁ, ଚାର ସ୍ୱାଦ ବଢାଇବା ସହିତ ଡ଼ାଲିଚୀନୀ ଶରୀର କୁ ଗରମ ରଖିଥାଏ, ଡ଼ାଲିଚୀନୀ ଶରୀର ରେ ବ୍ଲଡ଼ ଶେର୍କୁଲେସନ କୁ ନିୟନ୍ତ୍ରିତ କରିଥାଏ l

* ଗୋଲମରିଚ ସ୍ୱାଦ ବୃଦ୍ଧି କରିଥାଏ –
ଗୋଲମରିଚ ର ପ୍ରୟୋଗ ତରକାରୀ, ସାଲାଡ଼, ଡାଲି ପ୍ରାୟ ସମସ୍ତ ଖାଦ୍ୟରେ ପ୍ରୟୋଗ କରାଯାଏ, ଗୋଲମରିଚ ସେବନ ଦ୍ୱାରା ଶରୀରର ତାପମାତ୍ରା ବଢିଥାଏ, ଏବଂ ସଂକ୍ରମଣ ର ବିପଦ ହ୍ରାସ ହୋଇଥାଏ l

* ମିଠା ସୁଗନ୍ଧିତ ଗୁଜୁରାତି –
ଶୀତଋତୁ ରେ ଗୁଜୁରାତି ଚା ସେବନ କରିବା ଖୁବ ହିତକର, ଏହା ଶରୀରକୁ ଭିତରୁ ଗରମ ରଖିଥାଏ ଏବଂ ହାର୍ଟ ପାଇଁ ମଧ୍ୟ ଖୁବ ଉପକାରୀ, ଗୁଜୁରାତି କୁ ଶୀତଋତୁ ରେ ଚୋବାଇ ସାମାନ୍ୟ ଉଷୁମ ପାଣି ପିଇବା ଦ୍ୱାରା କାଶ ରୁ ଆରାମ ମିଳିଥାଏ l

Leave A Reply