ଯୋଗ ଆମ ସଂସ୍କୃତି ଓ ଆତ୍ମା ସହିତ ଜଡିତ l ଅନେକ ବର୍ଷରୁ ଭାରତରେ ଯୋଗର ସୃଷ୍ଟି ହୋଇଥିଲା l ଯୋଗ ଆମ ଜୀବନ କୁ ଗୋଟିଏ ନୂଆ ମୋଡ଼ ଦେବା ସହିତ ଶାରୀରିକ, ଆଧ୍ୟାତ୍ମିକ ଓ ମାନସିକ ଭାବରେ ସୁଦୃଢ଼ କରିଥାଏ l ଯୋଗ ଦିବସର ମହତ୍ୱ ହେଉଛି ଦୁନିଆରେ ଯୋଗର ମହତ୍ଵକୁ ସାରା ଦୁନିଆକୁ ସଚେତନ କରିବା l କାରଣ ଆଜିକାଲି ପରିବେଶ ଦୂଷିତ ହେବା ସହିତ ମଣିଷର ଶାରୀରିକ ଅସୁସ୍ଥତା ବଢିବାକୁ ଲାଗିଛି l
ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ, ତେଣୁ ଯୋଗର ଗୁରୁତ୍ୱକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିବା ପାଇଁ ୨୦୧୪ ରେ ସଂଯୁକ୍ତ ରାଷ୍ଟ୍ର ମହାସଭା ରେ ୬୯ ତମ ଅଧିବେଶନ ରେ ଭାଷଣ ଦେବା ସମୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ର ପ୍ରସ୍ତାବ ରଖିଥିଲେ l ଏହାପରେ ୧୧ ଡିସେମ୍ବର ୨୦୧୪ ରେ ମାତ୍ର ୩ ମାସ ମଧ୍ୟରେ ବହୁମତ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୋଗ ଦିବସ ପ୍ରସ୍ତାବ କୁ ସ୍ୱୀକାର କରି ଥିଲେ ଓ ଜୁନ ୨୧, ୨୦୧୫ ରେ ପ୍ରଥମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ କରାଯାଇ ଥିଲା l ଏହି ଦିନଟି ୨୦୧୫ ରେ ପ୍ରଥମ ଥର ପାଇଁ ପାଳିତ ହୋଇଥିଲା l
ସଂଯୁକ୍ତ ରାଷ୍ଟ୍ର ମହାସଭାର ତଥ୍ୟ ଅନୁସାରେ ଚଳିତ ବର୍ଷ ଯୋଗ ର ଥିମ ‘ ମନବତା ପାଇଁ ଯୋଗ ‘ ରଖାଯାଇଛି l କାରଣ କରୋନା ମହାମାରୀ ପାଇଁ ଆମେ ଶାରୀରିକ, ମାନସିକ ସ୍ତରରେ କ୍ଷତି ହୋଇଛି l ଯାହା ବର୍ତମାନ ମାନବ ସମାଜ ପାଇଁ ଗୋଟିଏ ବଡ଼ ଆହ୍ୱାନ ହୋଇଛି l ଯୋଗ ଦ୍ୱାରା କେବଳ ଶରୀର ସୁସ୍ଥ ହୋଇ ନଥାଏ ମସ୍ତିଷ୍କ ଓ ଶରୀର ମଧ୍ୟରେ ସନ୍ତୁଳନ ରଖିବା ମୁଖ୍ୟ ଉଦେଶ୍ୟ ଅଟେ l
କାହିଁକି ଯୋଗ ଦିବସ ଜୁନ ୨୧ ରେ ପାଳନ କରାଯାଇ ଥାଏ -:
ପ୍ରତି ବର୍ଷ ୨୧ ଜୁନ ରେ ଯୋଗ ଦିବସ ପାଳନ କରିବାର ମୁଖ୍ୟ ଉଦେଶ୍ୟ ହେଉଛି, ପ୍ରଥମ କାରଣ ହେଉଛି ବର୍ଷର ଏହିଦିନ ଟି ରେ ସୂର୍ଯ୍ୟ ଦୀର୍ଘ ସମୟ ଧରି ପୃଥିବୀ ପୃଷ୍ଠରେ ରହିଥାନ୍ତି l ଯାହାକୁ ପ୍ରତିକାର ଭାବରେ ମଣିଷର ସ୍ୱାସ୍ଥ୍ୟ ସହିତ ଯୋଡ଼ା ହୋଇଥାଏ l ଅନ୍ୟ ପକ୍ଷରେ କୁହାଯାଇ ଥାଏ ଯେ ସୂର୍ଯ୍ୟ ଏହିଦିନ ଦକ୍ଷିଣାୟନ ଗତି କରି ଥାଆନ୍ତି ଓ ଏହାପରେ ଆସନ୍ତା ପୁର୍ଣିମାରେ ଭଗବାନ ଶିବ ନିଜର ୭ଟି ଶିଷ୍ୟଙ୍କୁ ପ୍ରଥମଥର ଯୋଗ ଶିକ୍ଷା ଦେଇଥିଲେ l ଏହି କାରଣ ପୌରାଣିକ ଓ ଧାର୍ମିକ ମାନ୍ୟତା ଉପରେ ଆଧାରିତ l
