ଭାରତୀୟ ଚଳଚିତ୍ର ଜଗତ ନିଜର ଗ୍ଲାମର ଓ ଏଣ୍ଟରଟେନମେଣ୍ଟ ପାଇଁ ଖୁବ ପ୍ରସିଦ୍ଧ, ଚଳିତ ବର୍ଷ ଅନେକ ଗୁଡିଏ ଚଳଚିତ୍ର ସିନେ ପ୍ରେମୀ ଙ୍କୁ ମନରଞ୍ଜନ କରିବାରେ ସାହାଯ୍ୟ କରିଥିଲା, କେବଳ ଚଳଚିତ୍ର ନୁହେଁ ଏଥି ସହିତ ବଲିଉଡ ସହିତ ଓଲିଉଡ଼ ଖବର ମଧ୍ୟ ପ୍ରଶଂସକ ଙ୍କ ମନକୁ ଆକର୍ଷିତ କରିଥିଲା l
– ସର୍ବ ପ୍ରଥମେ ଜାଣିବା ଆଲିଆ ଭଟ ଓ ବେଦାଙ୍ଗ ରୈନl ଙ୍କ ଜିଗରା ମୁଭି ବକ୍ସ ଅଫିସ ରେ ଫର୍ଜି କଲେକ୍ସନ କୁ ଚର୍ଚା ସାଉଁଟି ଥିଲା, ସୂଚନା ଯୋଗ୍ୟ ଯେ ଚଳଚିତ୍ର କୁ ନେଇ ବଢ଼େଇ ଚଢେଇ କଲେକ୍ସନ ଚର୍ଚା ସାଉଁଟି ଥିଲା,
– ବଲିଉଡ ରେ ଚଳିତ ବର୍ଷ ଗ୍ୟାଙ୍ଗ ଷ୍ଟାର ଲରେନ୍ସ ବିଷ୍ଣୋଇ ଖୁବ ଛାଇ ଯାଇଥିଲା, ୨୦୨୪ ଆରମ୍ଭ ରେ ସଲମାନ ଖାନ ଙ୍କୁ ଜୀବନ ରୁ ମାରି ଦେବାର ଧମକ ମିଳିଥିଲା, ଏହି ଧମକ ବର୍ଷ ଶେଷ ପର୍ଯ୍ୟନ୍ତ ଜାରି ରହିଥିଲା, କିନ୍ତୁ ଏହାର ପ୍ରତିଶୋଧ ସ୍ୱରୂପ ବାବା ସିଦ୍ଦିକି ଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ହତ୍ୟା କରିଥିଲା, ତଥାପି ଲରେନ୍ସ ଗ୍ୟାଙ୍ଗ ର ଧମକ ଥମି ନଥିଲା, ଲଗାତାର ଭାବରେ ଧମକ ମିଳି ଚାଲିଥିଲା l ବଲିଉଡ କିଙ୍ଗ ଖାନ ଶାହରୁଖ ଙ୍କ ପାଇଁ ମଧ୍ୟ ବାନ୍ଦ୍ରା ପୋଲିସ ଷ୍ଟେସନ କୁ ଧମକ ପୁର୍ଣ କଲ ଆସିଥିଲା ଯେଉଁଥିରେ ୫୦ ହଜାର ଟଙ୍କା ଅପରାଧୀ ମାନେ ମାଗିଥିଲେ l
– ବଲିଉଡ ଇଣ୍ଡଷ୍ଟ୍ରି ରେ ଚଳିତ ବର୍ଷ ସୋନାକ୍ଷୀ ସିନହା ଓ ଜାହିର ଇକବଲ ଙ୍କ ବିବାହ ଚର୍ଚା ସାଉଁଟି ଥିଲା, ସୋନାକ୍ଷୀ ଇଣ୍ଟର ରିଲିଜିଅନ ବିବାହ କରିଥିବାରୁ ସନାତନି ଙ୍କ ନିକଟରେ ଖୁବ କଟାକ୍ଷ ର ସମୁଖୀନ ହୋଇଥିଲେ l ଏପରିକି ସୋନାକ୍ଷୀ ଙ୍କ ବିବାହ ରେ ତାଙ୍କର ୨ଭାଇ ମଧ୍ୟ ଅନୁପସ୍ଥିତ ଥିଲେ l
– ଭାରତର ୨୨ ବର୍ଷ ପୁରୁଣା ରହସ୍ୟ ବଲିଉଡ ଚଳଚିତ୍ର ‘ଦି ସାବରମତୀ ରିପୋର୍ଟସ ‘ ଜରିଆରେ ଲୋକ ଲୋଚନ କୁ ଆସିଥିଲା, ଯେଉଁଥିରେ ଅଭିନୟ କରିଥିଲେ 12th ଫେଲ କଳାକାର ବିକ୍ରାନ୍ତ ମେସି, ନିଜର ଦମଦାର ଅଭିନୟ ଦ୍ୱାରା ଦର୍ଶକ ଙ୍କ ମନକୁ ଜିଣି ପାରିଥିଲେ l ଏହି ଚଳଚ୍ଚିତ୍ରଟି ରେ ଗୋଧ୍ରା ଗଣହତ୍ୟା ର ନିଚ୍ଛକ କାହାଣୀ ଦର୍ଶକ ଙ୍କୁ ଦେଖା ଯାଇଛି l
– ବକ୍ସ ଅଫିସ ରେ ସବୁଠୁ ଅଧିକ ଚର୍ଚା ସାଉଁଟି ଥିଲା ଚଳଚିତ୍ର ପୁଷ୍ପା -2 , ଯେଉଁଥିରେ ଦମଦାର ଅଭିନୟ କରିଥିଲେ ଆଲୁ ଅର୍ଜୁନ ଓ ରଶ୍ମିକା ମନ୍ଦନା , ପୁଷ୍ପା -2 ଯେଉଁଦିନ ରିଲିଜ ହୋଇଥିଲା ୨୮୨.୯୧କୋଟି ଟଙ୍କା ବ୍ୟବସାୟ କରିଥିଲା, ଏବଂ ୧୫ ଦିନ ମଧ୍ୟରେ ୯୯୦ .୭ କୋଟି ଟଙ୍କାର ବ୍ୟବସାୟ କରିଥିଲା, ଏହାଛଡା ପୁଷ୍ପା -2 ଚଳଚିତ୍ର ନାୟକ ଆଲୁ ଅର୍ଜୁନ ମଧ୍ୟ ଜେଲ ଦଣ୍ଡ ପାଇଥିବା ଘଟଣା ପ୍ରଶଂସକ ଙ୍କ ମନରେ କଷ୍ଟ ଦେଇଥିଲା l
– ଓଲିଉଡ଼ ଚଳଚିତ୍ର ଜଗତ ରେ ୨୦୨୪ ବେଶ ଖୋରାକ ଦେଇଥିଲା ଦର୍ଶକ ଙ୍କୁ, ବସ , ଡାଲଚିନି, ଆଇ ଲଭ ୟୁ 2 ଭଳି ଚଳଚିତ୍ର ୨୦୨୪ ରେ ରିଲିଜ ହୋଇଥିଲା ଏବଂ ସିନେମା ହଲ ଗୁଡିକରେ ବେଶ ବ୍ୟବସାୟ କରିଥିଲା, ଏଥି ସହିତ ୨୦୨୪ ରେ ନିର୍ଦେଶକ ତଥା କଳାକାର ମନୋଜ ମିଶ୍ର ଙ୍କ ବିବାହ ବେଶ କଣ୍ଟ୍ରୋଭର୍ତ୍ସି ରେ ରହିଥିଲା ଓଲିଉଡ଼ ଜଗତରେ l