ଆମେ ସାଧାରଣ ଭାବରେ ଭାବିଥାଉ ଯେ ନିଦ ଆସିବା ସମୟରେ କିମ୍ବା ଥକା ଲାଗିଲେ ହାଇ ଆସିଥାଏ l କିନ୍ତୁ ସାଉଥ କାରଲିନା ର ମେଡିକାଲ ୟୁନିଭର୍ସିଟି ର ମାନ୍ୟତା ଅନୁସାରେ ହାଇ ଏଭଳି ହର୍ମନ କାରଣରୁ ଆସିଥାଏ ଯାହା ହାର୍ଟ ରେଟ କୁ କିଛି ସମୟ ପାଇଁ ବଢ଼ାଇ ଦେଇଥାଏ l ତେଣୁ ଆମେ ଯେତେବେଳେ ଥକି ଯାଇଥାଉ ଆମକୁ ଆଲାର୍ଟ କରିବା ପାଇଁ ହାଇ ଆସିଥାଏ l କିନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତ ଅନୁସାରେ ଅଧିକ ହାଇ ମାରିବା ଶରୀର ପାଇଁ ଠିକ ନୁହେଁ l
ଅତ୍ୟଧିକ ହାଇ ଆସିବା ହୋଇପାରେ ଏହି ରୋଗର କାରଣ :-
* ଗବେଷକ ଙ୍କ ମତରେ ଆବଶ୍ୟକତା ଠାରୁ ଅଧିକ ହାଇ ଆସିବା ଏହା ପଛରେ ନିଦ୍ରା ହୀନତା ସାଧାରଣ କାରଣ ଅଟେ l ଏହାକୁ ସ୍ଲିପ ଅପିନିଆ ମଧ୍ୟ କୁହାଯାଇ ଥାଏ l ସ୍ଲିପ ଏପିନିଆ ଗୋଟିଏ ସାଙ୍ଘାତିକ ସ୍ଲିପ ଡିସ ଅର୍ଡର ଅଟେ l ଯେଉଁଥିରେ ବାରମ୍ବାର ପ୍ରଶ୍ୱାସ ଅଟକି ଯାଇ ଥାଏ , ଏଭଳି ସ୍ଥିତି ରେ ଡାକ୍ତର ଙ୍କୁ ସାକ୍ଷାତ କରିବା ସବୁଠୁ ଜରୁରୀ l
* ଯଦି କୌଣସି ବ୍ୟକ୍ତି ଅଧିକ ଔଷଧ ସେବନ କରିଥାଏ ତେବେ ତାକୁ ଅତ୍ୟଧିକ ହାଇ ଆସିଥାଏ l ଆମେ ଅନେକ ସମୟରେ ଡାକ୍ତର୍ ଙ୍କ ବିନା ପରାମର୍ଶ ରେ କିଛିଟା ଔଷଧ ଖାଇ ଥାଉ , ଯାହାକି ହାଇ ଆସିବାର କାରଣ ହୋଇଥାଏ , ଯାହାକୁ ମେଡିକେସନ କୁହାଯାଏ l ତେଣୁ ସବୁବେଳେ ଡାକ୍ତର ଙ୍କ ପରାମର୍ଶ ରେ ସେବନ କରନ୍ତୁ l
* ଅତ୍ୟଧିକ ହାଇ ଆସିବା ବ୍ରେନ ଡିସ ଅର୍ଡର ମଧ୍ୟ କାରଣ ହୋଇଥାଏ l ପାର୍କିସନ ଡିଜିଜ , ମଲ୍ଟି ପଲ୍ ସ୍କେଲେରୋସିସ ଓ ମାଇଗ୍ରେନ ଭଳି ସମସ୍ୟା ମଧ୍ୟ ଅତ୍ୟଧିକ ହାଇ ହୋଇଥାଏ l
* ଗବେଷକ ଙ୍କ ମତରେ ଅତ୍ୟଧିକ ହାଇ ଆସିବା ଏନ୍ଗାଯାଇଟି ବା ଷ୍ଟ୍ରେସ ର କାରଣ ହୋଇପାରେ l ତେଣୁ ଏଭଳି ହେଉ ଥିଲେ ଡାକ୍ତର ଙ୍କୁ ପରାମର୍ଶ କରନ୍ତୁ l
* ଯଦି କୌଣସି ବ୍ୟକ୍ତିର ଚାରି ପାଖରେ ଆକ୍ସିଜେନ କମିବାକୁ ଲାଗିଥାଏ ତ ହାଇ ଆସିବା ଆରମ୍ଭ ହୋଇଯାଏ l ଏପରି ସ୍ଥିତି ରେ ବାରମ୍ବାର ହାଇ ଆସିଲେ ହାର୍ଟ ଆଟକ ମଧ୍ୟ ହୋଇପାରେ l