Y2K କଣ ? ମଣିଷ ସମାଜ ବର୍ତମାନ କମ୍ୟୁଟେର ଉପରେ ନିର୍ଭରଶୀଳ, କିନ୍ତୁ କମ୍ପ୍ୟୁଟର ଜନିତ ବହୁତ ବଡ଼ ସମସ୍ୟା ଆଗକୁ ମଣିଷ ସମୁଖୀନ ହେବାକୁ ଯାଉଛି, ଯାହା ହେଉଛି Y2K ସମସ୍ୟା , ଏହା ୨୦୩୮ ରେ ଘଟିବାକୁ ଯାଉଛି, ବୈଜ୍ଞାନିକ ଙ୍କ ନିକଟରେ ଏହାକୁ ସମାଧାନ କରିବା ପାଇଁ ୧୩ ବର୍ଷ ସମୟ ରହିଛି, ତେଣୁ ଏହାକୁ ନେଇ ଅଧିକ ଚର୍ଚା ହେଉନାହିଁ, ୧୯ ଜାନୁଆରୀ ୨୦୩୮ ରେ ଦୁନିଆର ସମସ୍ତ କମ୍ୟୁଟେର ସିଷ୍ଟମ ସଠିକ ସମୟ ଦେଖାଇ ପାରିବେ ନାହିଁ, କାହିଁକିନା କିଛିଟା ଡିଭାଇସ ସମୟ ର ଠିକ ଗଣତି କରିବା ପାଇଁ ବିଶେଷ ଉପାୟ ର ବ୍ୟବହାର କରି ଥାଆନ୍ତି l
୨୦୩୮ ରେ କଣ ରହିଛି କମ୍ପ୍ୟୁଟର ସମସ୍ୟା ?
ସମସ୍ତ କମ୍ପ୍ୟୁଟର ସିଷ୍ଟମ ସମୟ କୁ କାଉଣ୍ଟ କରିବା ପାଇଁ 32-bit signed integer ର ବ୍ୟବହାର କରିଥାଆନ୍ତି, ଯାହାକି ଜାନୁଆରୀ ୧ ୧୯୭୦ ରୁ ବର୍ତମାନ ପର୍ଯ୍ୟନ୍ତ ସେକେଣ୍ଡ ସଂଖ୍ୟା କୁ ଗଣିଥାଏ , ଯେତେବେଳେ ଏଥିରେ ଆଉ ଗୋଟିଏ ଡିଜିଟ ଯୋଡିହେବ, ସେତେବେଳେ ଏହି ସଂଖ୍ୟା ନେଗେଟିଭ ହୋଇଯିବ, ଯାହାକୁ ବୁଝିବା କମ୍ପ୍ୟୁଟର ପାଇଁ ଅସୁବିଧା ହୋଇଯିବ କି କେଉଁ ସମୟ ଠିକ ଅଟେ l
କେତେ ପଛକୁ ହୋଇଯିବ ସମୟ ?
୧୯ ଜାନୁଆରୀ ୨୦୩୮ କୁ ୦୩ :୧୪: ୦୭ UTC ର ଗୋଟିଏ ସେକେଣ୍ଡ ପରେ କିଛି କମ୍ପ୍ୟୁଟର ରେ ଅସୁବିଧା ଆରମ୍ଭ ହୋଇଯିବ, ଏବଂ ୨୦୩୮ କୁ ୧୯୦୧ ଭାବିବାକୁ ଲାଗିବ କମ୍ପ୍ୟୁଟର, ଏହାଦ୍ୱାରା ଡାଟା ଖରାପ ହୋଇଯିବ, ଏବଂ ସିଷ୍ଟମ ମଧ୍ୟ କ୍ରାସଁ ହୋଇଯିବ, ଏବଂ ଅନେକ ଗୁଡିଏ ପ୍ରୋଗ୍ରାମ କାମ କରିବା ବନ୍ଦ କରିଦେବ, ଯାହାକି ୟୁନିକ ଟାଇମିଙ୍ଗ ସିଷ୍ଟମ ର ବ୍ୟବହାର କରିଥାଆନ୍ତି l
ବୈଜ୍ଞାନିକ ମାନେ ୨୦୦୬ ରେ ଏହି ବିଷୟରେ ଜାଣିଲେ ଏବଂ ବର୍ତମାନ ପର୍ଯ୍ୟନ୍ତ କୌଣସି ସମାଧାନ ମିଳିନାହିଁ, ଏହାର ସମାଧାନ ପାଇଁ 32-bit ଟାଇମିଙ୍ଗ ରେ ପରିବର୍ତ୍ତନ କରି 64-bit କରିବାକୁ କୁହାଯାଇଛି l