Odisha news

ବିଶ୍ୱର ଶକ୍ତିଶାଳୀ ଦୈତ୍ୟ କଙ୍କଡା

0

ଦୁନିଆରେ ଏମିତି କିଛି ଜୀବଜନ୍ତୁ ଦେଖାଯାନ୍ତି ଯେଉଁ ମାନଙ୍କ ବିଷୟରେ ଆମେ ଜାଣିନଥାଉ l ତାସହିତ ଏମିତି କିଛି ଅଦ୍ଭୁତ ଥାନ୍ତି ଯାହାକି ଆମେ କଳ୍ପନା କରି ନଥାଉ l ଆମେ ଆଜି ଆପଣଙ୍କୁ ଏହିପରି ଗୋଟିଏ ଅଦ୍ଭୁତ ଜୀବ ବିଷୟରେ କହିବାକୁ ଯାଉଛୁ l ଏହି ଜୀବଟିର ନାମ ହେଲା “ଦୈତ୍ୟ କଙ୍କଡା ” ଏହାକୁ ଦୁନିଆର ବଳଶାଳୀ କଙ୍କଡା କୁହାଯାଏ l ଦୈତ୍ୟ କଙ୍କଡା ଏତେ ବଳଶାଳୀ ଯେ ମଣିଷର ହାଡକୁ ବି ଗୁଣ୍ଡ କରିଦିଏ l ଦେଖିବାକୁ ମଧ୍ୟ ଅତି ଭୟଙ୍କର ଅଟେ ହୁଏତ ଆପଣ ପାଖରୁ ଦେଖିଲେ ଡରିଯିବେ l କେବଳ ଏତିକି ନୁହେଁ ଗଛ ଉପରୁ ନଡ଼ିଆ କୁ ଖସେଇ ମାତ୍ର କେଇ ସେକେଣ୍ଡେରେ ଗୁଣ୍ଡ କରିଦିଏ l ଏହି କଙ୍କଡ଼ାର ବିଶେଷ ଗୁଣ ଯୋଗୁ ତାକୁ “କକୋନଟ କ୍ରାବ ” ମଧ୍ୟ କୁହାଯାଏ l ସୂଚନା ଅନୁସାରେ ଏହି କଙ୍କଡା ରେ ଥିବା ମୁନିଆଁ କଣ୍ଟା ଅତ୍ୟନ୍ତ ମାଝବୁତ ଅଟେ l ନଡ଼ିଆର ବାହାର ଚୋପାକୁ ମଧ୍ୟ ଅତି ସହଜରେ ଛିଡ଼ାଇ ଦେଇପାରେ l ଦୈତ୍ୟ କଙ୍କଡାର ଶରୀରରେ ୩୩00 ନିଉଟନର ଶକ୍ତି ଅଛି l

 

ଦକ୍ଷିଣ ପଶ୍ଚିମ ଓ ହିନ୍ଦ ମହାସାଗରରେ ଏହି ପ୍ରଜାତିର କଙ୍କଡା ଦେଖିବାକୁ ମିଳିଥାନ୍ତି l ଗୋଟିଏ ବୟସ୍କ ଦୈତ୍ୟ କଙ୍କଡାର ଲମ୍ବା ଏକ ମିଟର ହୋଇଥାଏ ଓ ଓଜନ ୪.୫ କେଜି ପାଖାପାଖି ଥାଏ l ସମୟ ସହିତ ଏହି ମାନଙ୍କର ରଙ୍ଗ ମଧ୍ୟ ବଦଳି ଯାଇଥାଏ l ଯୁବ ଅବସ୍ଥାରେ ଏମାନେ ଦେଖିବାକୁ ଖଇରିଆ ରଙ୍ଗର ହୋଇଥାନ୍ତି ଓ ଗୋଡ଼ରେ କଳା ରଙ୍ଗର ଗର ଥାଏ l ଯେବେକି ବୟସ୍କ ହେଲାପରେ ହାଲ୍କା କିମ୍ବା ଗାଢା ବାଇଗଣୀ ରଙ୍ଗର ହୋଇଯାନ୍ତି l

 

ଏମାନେ ପଚାଶଢା ଜିନିଷକୁ ଖାଇଥାନ୍ତି ଓ ତାସାହିତ ଅନ୍ୟ ପ୍ରଜାତିର ଜୀବ ମାନଙ୍କୁ ମଧ୍ୟ ମାରି ଖାଇଯାନ୍ତି l ଏହି କଙ୍କଡା ମାନଙ୍କର ଆଘ୍ରାଣ ଶକ୍ତି ଅଧିକ ଦୃଢ ଥାଏ l ଏହି କାରଣରୁ ରାତିରେ ମଧ୍ୟ ନିଜ ଖାଦ୍ୟର ଶିକାର କରିପାରି ଥାନ୍ତି l ଆହୁରି ମଧ୍ୟ କୁହାଯାଏ ଯେ ଅପରିଷ୍କାର ଜିନିଷ ପସନ୍ଦ ଥିବାରୁ ଯେକୌଣସି ପଚାସଢ଼ା ଜିନିଷକୁ ପାଆନ୍ତି ନେଇଆସନ୍ତି ,ଏହି କାରଣରୁ ଅମାନଙ୍କୁ ଚୋର କଙ୍କଡା ମଧ୍ୟ କୁହାଯାଏ l ବହୁ ବର୍ଷ ପୂର୍ବେ ଆମେରିକାର ଏକ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇ ଦକ୍ଷିଣ ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଖସିପଡିଥିଲା l ଆମେରିକାର ଚର୍ଚିତ ମହିଳା ପାଇଲଟ ଆମେଲୀଆ ଇଅରହାଟେ ଏହି ବିମନାଟିକୁ ଚଳାଉଥିଲେ l ବିମାନଟି ଦୁର୍ଘଟଣା ଗ୍ରସ୍ତ ହେବ ପରେ ଆମେଲୀଆ ଶବ ଆଉ ମିଳିନଥିଲା l କୁହାଯାଏ ଯେ ବିମାନଟି ଦୁର୍ଘଟଣା ଗ୍ରସ୍ତ ହେବା ପରେ ଏହି ଦୈତ୍ୟ କଙ୍କଡା ମାନେ ତାଙ୍କର ଶବକୁ ବୋହିନେଇ ଖାଇ ଦେଇଥିଲେl

Leave A Reply