ମସ୍କୋ: ଟିଭି ସୋ’ରେ ନିଜ ସମ୍ପର୍କ ବାବଦରେ ଏକ ବିସ୍ମୟକର କଥା କହିଛନ୍ତି ଜଣେ ନାବାଳିକା | ନିଜର ୧୦ ବର୍ଷର ପ୍ରେମିକ କିଭଳି ତାଙ୍କ ଛୁଆର ବାପା ହେବାକୁ ଯାଉଛନ୍ତି ଏହି କାହାଣୀ କହିଛନ୍ତି ଜଣେ ୧୩ ବର୍ଷର ନାବାଳିକା | ଦି ଋଷିଆ ଚ୍ୟାନେଲରେ ପ୍ରଦର୍ଶିତ ଏକ ସୋ’ରେ ଋଷିଆର ହେଲେଁଙ୍ଗସରକ ସହରର ଡରିୟା ଓ ଇବାନ ନାମକ ଦମ୍ପତି ନିଜ ସମ୍ପର୍କର କାହାଣୀ ବଖାଣିଛନ୍ତି | କିଭଳି ବର୍ଷେ ତଳେ ସେମାନଙ୍କ ପ୍ରେମ ଆରମ୍ଭ ହୋଇଥିଲା ଓ ସେ ଗର୍ଭବତୀ ହୋଇଥିଲେ ତାହା ପ୍ରକାଶ କରିଛନ୍ତି |
ଗର୍ଭବତୀ ହୋଇଥିବା ୧୩ ବର୍ଷର ଝିଅ ଜଣକ କହିଛନ୍ତି ଯେ ତାଙ୍କ ଗର୍ଭରେ ବଢୁଥିବା ଶିଶୁର ବାପା ହେଉଛନ୍ତି ତାଙ୍କ ୧୦ ବର୍ଷର ପ୍ରେମିକ | ଝିଅ ଜଣକ କହିଛନ୍ତି ଯେ ବର୍ଷେ ତଳେ ସେ ପ୍ରେମିକାଙ୍କୁ ଭେଟିଥିଲେ ଓ ପ୍ରଥମ ଦେଖାରେ ହିଁ ପ୍ରେମ ହୋଇଯାଇଥିଲା | ତେବେ ପ୍ରେମିକ ଇବାନଙ୍କ ଡାକ୍ତରଙ୍କ କହିବା ମୁତାବକ ସେ କେବେ ବି ଏହି ଛୁଆର ବାପା ହୋଇପାରିବେ ନାହିଁ|