Odisha news

ଆସିଗଲା ଶୀତଋତୁ : ଏହିସବୁ ଘରୋଇ ଉପାୟକୁ ଆପଣାଇ ଥଣ୍ଡା କଫ ସମସ୍ୟାରୁ ଆରାମ ପାଆନ୍ତୁ

0

ଶୀତଋତୁ ରେ ଗଳାରେ କଫ ଜମିବା ଗୋଟିଏ ସାଧାରଣ ସମସ୍ୟା, ଯାହା ଦ୍ୱାରା କେହି ମଧ୍ୟ ପ୍ରଭାବିତ ହୋଇପାରନ୍ତି l ଋତୁ ପରିବର୍ତ୍ତନ ହେବା ସହିତ ଆମେ କଫରେ ପୀଡିତ ହୋଇଥାଉ l ଏହା ଆମର ଦୈନନ୍ଦିନ ଜୀବନ କୁ ମଧ୍ୟ ପ୍ରଭାବିତ କରିଥାଏ l କଫ ଶୀତଋତୁରେ ଅଧିକ ପ୍ରଭାବିତ କରିଥାଏ l ଅନେକ ସମୟ ରେ ଆମେ ଔଷଧ ସେବନ କରିଲେ ମଧ୍ୟ ଆରାମ ପାଇନଥାଉ କିମ୍ବା ପ୍ରତ୍ୟେକ ସମୟ ରେ ଔଷଧ ଖାଇବା ମଧ୍ୟ ସମ୍ଭବ ନୁହେଁ, ତେଣୁ ଆୟୁର୍ବେଦ ଅନୁସାରେ କିଛିଟା ଘରୋଇ ଉପାୟ ଦ୍ୱାରା ମଧ୍ୟ କଫ ହ୍ରାସ କରି ହୋଇଥାଏ l

* ସବୁଠୁ ପୁରାତନ ଉପାୟ ହେଲା ଉଷୁମ ଦୁଗ୍ଧ ସହିତ ହଳଦୀ, ଉଷୁମ କ୍ଷୀର ଓ ହଳଦୀ ଅନେକ ରୋଗ ପାଇଁ ଗୋଟିଏ ଆଣ୍ଟି ବାୟୋଟିକ ଭଳି କାମ କରିଥାଏ l ହଳଦୀ ରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଶରୀର ରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହିତ କଫ ପାଇଁ ମଧ୍ୟ ରାମବାଣ l

* ଯଦି ଛାତିରେ କଫ ଜମି ରହୁଛି ତେବେ ନିୟମିତ ଭାବରେ ଷ୍ଟିମ ନିଅନ୍ତୁ, ନିୟମିତ ଷ୍ଟିମ ନେବା ଦ୍ୱାରା ଗଳାରୁ କଫ କ୍ଳିଅର ହୋଇଥାଏ l ଏବଂ କଫ ସମସ୍ୟାରୁ ମଧ୍ୟ ଆରାମ ମିଳିଥାଏ l

* ଅଦା ରସ ଗଳାରେ ଇମ୍ଫ୍ଲାମେସନ କୁ ହ୍ରାସ କରାଇଥାଏ, ଏବଂ କଫ ବାହାର କରିବାରେ ସାହାଯ୍ୟ କରେ l ନିୟମିତ ଶୀତଋତୁ ସେବନ କରିବା ଆବଶ୍ୟକ l

* ତୁଳସୀ ଅଣ୍ଟିବ୍ୟାକ୍ଟେରିଆଲ ଗୁଣରେ ଭରପୁର ଅଟେ, ଯାହାକି ଆମକୁ ଅନେକ ସଂକ୍ରମଣ ଠାରୁ ରକ୍ଷା କରିଥାଏ l ଶୀତଋତୁରେ ନିୟମିତ ସେବନ ଦ୍ୱାରା ଗଳାରୁ କଫ ସମସ୍ୟା ଦୂର ହୋଇଥାଏ l

* ସବୁଠୁ ଉପଯୋଗୀ ହେଉଛି ଲୁଣାପାଣି ରେ ଗର୍ଗଳ କରିବା, ଏହା ଛାତିରେ ଜମିଥିବା କଫ କୁ ବାହାର କରିବାରେ ସାହାଯ୍ୟ କରିଥାଏ l ଏବଂ ଗଳା ଯନ୍ତ୍ରଣାରୁ ମଧ୍ୟ ଆରାମ ମିଳିଥାଏ l

Leave A Reply