Odisha news

ଶୀତଋତୁରେ ଏହିସବୁ ଘରୋଇ ଉପାୟକୁ ଆପଣାଇ ନିଜ ଶୁଷ୍କ ତ୍ୱଚାର ଯତ୍ନ ନିଅନ୍ତୁ

0

ଶୀତଋତୁ ଆସିବା ମାତ୍ରକେ ଆମ ତ୍ୱଚା ଶୁଷ୍କ ହେବାକୁ ଲାଗିଥାଏ l କାରଣ ଆମର ଟ୍ୱସଗାରୁ ମଇଶ୍ଚରାଇଜର ଚାଲି ଯାଇଥାଏ l ଯେତେ କ୍ରିମ ଲଗାଇଲେ ମଧ୍ୟ ତ୍ୱଚାରେ ଶୁଷ୍କତା ସେହିଭଳି ଛାଇ ରହିଥାଏ l ଅନ୍ୟ ଋତୁ ଆପଏଖ ଶୀତଋତୁରେ ଅଧିକ ପରିମାଣରେ ତୈଳ ମାଲିସ ଓ ଯତ୍ନ ନେବାର ଆବଶ୍ୟକତା ପଡିଥାଏ l ସବୁଠୁ ଅଧିକ ଆମର ହାତ, ଗୋଡ଼, ମୁହଁ ରେ ଶୁଷ୍କତା ଦେଖା ଦେଇଥାଏ l ତେଣୁ ଏହି ସମୟରେ ବିଶେଷ ଭାବରେ କିପରି ଧ୍ୟାନ ରଖିବେ ଆସନ୍ତୁ ସେହି ବିଷୟରେ ଜାଣିବା l

* ହାତ ଗୋଡ଼ ଧୋଇବାରେ ପଦ୍ଧତି :
ଆମେ ଶୀତଋତୁରେ ଯଦି ହାତ ଗୋଡ଼ ଧୋଇଥାଉ ଅଧିକାଂଶ ସମୟରେ ଠିକ ଭାବରେ ସାବୁନ ଛାଡି ନଥାଏ ଓ ଏହି କାରଣରୁ ତ୍ୱଚା ଶୁଷ୍କ ହୋଇ ଥିବାର ଦେଖା ଯାଇଥାଏ l ତେଣୁ ଶୀତଋତୁରେ ଯଦି ଆପଣ ସାବୁନ ବ୍ୟବହାର କରି ଧୋଇ ହଉଛନ୍ତି ତେବେ ଠିକ ଭାବରେ ଧୋଇ ହେବା ଆବଶ୍ୟକ l ସବୁବେଳେ ଗ୍ଲିସେରିନ ଯୁକ୍ତ ସାବୁନ ବ୍ୟବହାର କରନ୍ତୁ l

* ଉଷୁମ ପାଣି ବ୍ୟବହାର କରନ୍ତୁ :
ସୀତା ଦିନରେ ଅଧିକ ଗରମ ପାଣି କିମ୍ବା ଅଧିକ ଥଣ୍ଡା ପାଣି ବ୍ୟବହାର କରିବା ଠିକ ନୁହେଁ l ଅଧିକ ଗରମ ଥିବା ପାଣିକୁ ବ୍ୟବହାର କରିବା ଦ୍ୱାରା ତ୍ୱଚାର ମଇଶ୍ଚରାଇଜର ନଷ୍ଟ ହୋଇଥାଏ l ହାତ ଓ ଗୋଡ଼କୁ ଅଧିକ ରଗଡି ପୋଛିବା ଉଚିତ ନୁହେଁ l ଏହାଦ୍ୱାରା ତ୍ୱଚା ଶୁଷ୍କ ହୋଇଥାଏ l

* ମଇଶ୍ଚରାଇଜର ଯୁକ୍ତ କ୍ଲିନ ଜର ବ୍ୟବହାର କରନ୍ତୁ :
ଶୀତଦିନେ ଯଦି ଆପଣ କ୍ଲିନ ଜର ବ୍ୟବହାର କରିବାର ଅଭ୍ୟାସ ରଖିଛନ୍ତି ତେବେ ମଇଶ୍ଚରାଇଜର ଯୁକ୍ତ କ୍ଲିନ ଜର ବ୍ୟବହାର କରନ୍ତୁ l ଏହା ତ୍ୱଚା କୁ ସୁନ୍ଦର ଓ ଉଜ୍ଜଳ ରଖିଥାଏ l ନଚେତ ଦହି ଓ ଲେମ୍ବୁର ସମିଶ୍ରଣ ମଧ୍ୟ ଏହାକୁ ଠିକ ରଖିବାରେ ସାହାଯ୍ୟ କରିଥାଏ l

* ମହୁ ଓ ଦୁଗ୍ଧ ରେ ମାଲିସ :
ଶୀତଋତୁରେ ମହୁ ଓ ଦୁଗ୍ଧରେ ପ୍ରତିଦିନ ନିଜର ହାତ, ପାଦ,ମୁଖ ମଣ୍ଡଳର ମାଲିସ କରନ୍ତୁ l ଏହା ତ୍ୱଚାକୁ ଶୁଷ୍କତା ରୁ ଦୁରେଇ ରଖିବା ସହିତ ତ୍ୱଚାରେ ଚମକ ଆଣିଥାଏ l

* ବ୍ୟାୟାମ ଓ ପ୍ରାଣାୟାମ :
ଶୀତଋତୁରେ ବ୍ୟାୟାମ ଓ ପ୍ରାଣାୟାମ ନିୟମିତ ଭାବରେ କରିବା ଆବଶ୍ୟକ l କାରଣ ଏହା ଆମ ସ୍ୱାସ୍ଥ୍ୟକୁ ଠିକ ରଖିବା ସହିତ ତ୍ୱଚାର ଶୁଷ୍କତାକୁ ଦୂର କରିଥାଏ l ତ୍ୱଚାରେ ଚମକ ଆଣିଥାଏ l କାରଣ ବ୍ୟାୟାମ ସମୟରେ ତ୍ୱଚାରୀ ଝାଳ ବାହାରିବା ଦ୍ୱାରା ତ୍ୱଚା ଉଜ୍ଜଳ ଦେଖା ଯାଇଥାଏ l

Leave A Reply