ନୂଆଦିଲ୍ଲୀ :ୱାଟସ ଆପ ପକ୍ଷରୁ ତାର ୟୁଜର ମାନଙ୍କୁ କ୍ୟାସ ବ୍ୟାକ ସୁବିଧା ଦେବାର ପ୍ରସ୍ତୁତି ଚାଲିଛି l ଯଦି ଆପଣ ୱାଟସ ଆପ ବ୍ୟବହାର କରୁଛନ୍ତି ତେବେ ପଇସା ରୋଜଗାର କରିପାରିବେ l ଖବରଟି ଏହିପରି ୱାଟସ ଆପ ନିଜର ପିୟର -ଟୁ-ପିୟର ପେମେଣ୍ଟ ସର୍ଭିସ ପାଇଁ ଅଧିକରୁ ଅଧିକ ଭାରତୀୟଂକୁ ପ୍ରଲୋଭିତ କରିବା ପାଇଁ କ୍ୟାସ ବ୍ୟାକ ରିବାର୍ଡ ଦେବାକୁ ଆରମ୍ଭ କରି ଦେଇଛି l କମ୍ପାନୀ ପକ୍ଷରୁ ମର୍ଚ୍ଚାଣ୍ଟ ପେମେଣ୍ଟ ପାଇଁ ସମାନ ମାତ୍ରାର ଇନସେନଟିଭ ଟେଷ୍ଟିଙ୍ଗ କରୁଛି l ମିଳିଥିବା ସୂଚନା ଅନୁସାରେ କମ୍ପାନୀ ପକ୍ଷରୁ ଗୁଗୁଲ ସହିତ ଅନ୍ୟମାନଙ୍କ ପ୍ରତିଦ୍ବନ୍ଦିତା କରିବାର ଇଛା ରହିଛି l
ୱାଟସ ଆପ ର ଏହି ନୂଆ ପଦକ୍ଷେପ ଦ୍ୱାରା ଭାରତରେ ୧୦୦ ମିଲିୟନ ଉପଭୋଗକର୍ତ୍ତା ଙ୍କ ପାଇଁ ନିଜ ପେମେଣ୍ଟ ଅଧିକ କରିବା ପାଇଁ ରେଗିଲେଟରି ଆପୃଭାଲ ମିଳିବାର କିଛିଦିନ ପରେ ୧ ବିଲିୟନ ରୁ ଅଧିକ ଉପଭୋକ୍ତା ଙ୍କର ଗୋଟିଏ ବଡ଼ ବଜାର ଅଟେ l ମିଳିଥିବା ସୂଚନା ଅନୁସରେ କୁହାଯାଇଛି ଯେ କମ୍ପାନୀ ପକ୍ଷରୁ ମଇ ମାସ ଶେଷ ସୁଧା ୱାଟସ ଆପ ବ୍ୟବହାରୀ ମାନଙ୍କ ପାଇଁ ୩୩ ଟଙ୍କାରୁ କ୍ୟାସବ୍ୟାକ ଆରମ୍ଭ କରିବ l
ୱାଟସ ଆପ ରେ ୧ ଟଙ୍କାରୁ ଆରମ୍ଭ ହେବ ପଇସା ଟ୍ରାନ୍ସଫର କରିବାର ପ୍ରକ୍ରିୟା l ଏହି ରାଶି ଆପଣଙ୍କୁ ଛୋଟ ଲାଗିପାରେ କିନ୍ତୁ ଏହା ଖୁବ ଉପଯୋଗୀ ରହିବ ବୋଲି ସୂଚନା ଦିଆ ଯାଇଛି l ତା ସହିତ ସୂଚନା ମିଳିଛି ଯେ ଭାରତର ସବୁଠୁ ବଡ଼ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ପାଇଁ ମୋବାଇଲ ପେମେଣ୍ଟ କରୁଥିବା ବ୍ୟକ୍ତିଙ୍କ ପାଇଁ ଏଭଳି ଇନସେନଟିଭ ଟେଷ୍ଟିଙ୍ଗ କରିବାକୁ ଯାଉଛି l ରିଲାଏନ୍ସ ୱାଟସ ଆପ ର ଗୋଟିଏ ପାର୍ଟନର ଅଟେ l