Odisha news

ଗବେଷଣା କହୁଛି ପେଟର ଚର୍ବି କୁ କମାଇଥାଏ ପିଆଜ, ଜାଣନ୍ତୁ କିପରି କରିବେ ବ୍ୟବହାର

0

ଆମେ ପ୍ରାୟ ଓଜନ ହ୍ରାସ କରିବା ପାଇଁ ବିଭିନ୍ନ ଉପାୟ ଗ୍ରହଣ କରିଥାଉ l କିନ୍ତୁ ଆପଣ କଣ କେତେବେଳେ ପିଆଜ ଦ୍ୱାରା ଓଜନ ହ୍ରାସ ହୋଇପାରିବ ସେହି ବିଷୟରେ ଚିନ୍ତା କରିଛନ୍ତି l ଆଜ୍ଞା ହଁ, ଆଜି ଆପଣ ଜାଣିବେ ପିଆଜ ଦ୍ୱାରା ଓଜନ ହ୍ରାସ ପଦ୍ଧତି ବିଷୟରେ l ଗବେଷଣା କହୁଛି ଯେ ଆମ ରୋଷେଇ ଘରେ ବ୍ୟବହୃତ ହେଉଥିବା ପିଆଜ ରେ କ୍ୱେରସେଟିନ ନାମକ ଫ୍ଲେବୋନାଏଡ଼ ରହିଛି l ଯାହା ସାହାଯ୍ୟରେ ପେଟ ରେ ଜମି ରହିଥିବା ଚର୍ବି କୁ ହ୍ରାସ କରାଯାଇ ପାରିବ l

– ପିଆଜ ରେ ପ୍ରବାୟୋଟିକ ଗୁଣ ରହିଛି ଓ ଏଥିରେ କ୍ୟାଲୋରୀ ମାତ୍ରା ଖୁବ କମ ରହିଥାଏ l ଯାହା ଶରୀରରେ ଆଣ୍ଟି ଓବେଶିଟି ପ୍ରଭାବ କୁ ଛାଡି ଶରୀରକୁ ଅନେକ ପ୍ରକାର ଲାଭ ଦେଇଥାଏ l

ଆସନ୍ତୁ ଆଜି ଜାଣିବା ପିଆଜର ଉପଯୋଗ ଦ୍ୱାରା କିପରି ଓଜନ ହ୍ରାସ କରିବା -:

– ସାଲାଡ଼ ଭାବରେ ବ୍ୟବହାର କରି :
ଓଜନ ନିୟନ୍ତ୍ରଣ କରିବା ପାଇଁ ଆପଣ କଞ୍ଚା ପିଆଜ କୁ ସାଲାଡ଼ ଭାବରେ ସେବନ କରିପାରିବେ l ଏଥିରେ କେବଳ ସାଧାରଣ ଭାବରେ ଲେମ୍ବୁ ଓ ଲୁଣ ମିଶାଇ ସେବନ କରି ପାରିବେ l

– ପିଆଜ ରସ କରନ୍ତୁ ସେବନ :
ଦୁଇଟି ପିଆଜ କୁ ସିଝାଇ ଗ୍ରାଇଣ୍ଡର ରେ ବାଟି ନିଅନ୍ତୁ l ଏହାପରେ ତାକୁ ଛାଣି ସେଥିରେ ଲେମ୍ବୁ ରସ ଓ ଲୁଣ ମିଶାଇ ସେବନ କରନ୍ତୁ l ଏହାଦ୍ୱାରା ମଧ୍ୟ ଆପଣଙ୍କ ଓଜନ ହ୍ରାସ ହେବ l

– ସୁପ ମଧ୍ୟ ସେବନ କରନ୍ତୁ :
ପିଆଜ ସହିତ ଅନ୍ୟ ସମସ୍ତ ପରିବାକୁ ମିଶାଇ ଏହାର ସୁପ ପ୍ରସ୍ତୁତ କରନ୍ତୁ l ଏହା ସ୍ୱାସ୍ଥ୍ୟ ପକ୍ଷରେ ହିତକର ହେବା ସହିତ ଓଜନ ମଧ୍ୟ ହ୍ରାସ ହୋଇଥାଏ l

– ରାତ୍ରୀ ଭୋଜନ ରେ ସାମିଲ କରନ୍ତୁ :
ପ୍ରତିଦିନ ରାତ୍ରୀ ଭୋଜନ ସମୟରେ ନିଜ ଖାଦ୍ୟରେ ନିହାତି ପିଆଜ ସାମିଲ କରନ୍ତୁ l ଯାହା ଆପଣଙ୍କ ପେଟର ଚର୍ବି କୁ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରିବ l

Nalco
Leave A Reply