Odisha news

ଜମନକିରା : ଘଣ୍ଟା ଘଣ୍ଟା ଧରି ପାଣି ପଡୁଛି ଅଧିକାରୀଙ୍କ ଧ୍ୟାନ ନାହିଁ

0

ଜମନକିରା : ଜଳ ସଂଚୟ ପାଇଁ ରାଜ୍ୟ ସରକାର ତଥା କେନ୍ଦ୍ର ସରକାର ଅନେକ ଯୋଜନା କରୁଥିବା ବେଳେ ଜମନକିରା ମୁଖ୍ୟ ସ୍ଥାନରେ ପାନୀୟ ଜଳ ଯୋଗାଣ ଅଧିକାରୀଙ୍କ ଅବହେଳା ଯୋଗୁଁ ଜଳର ଅପବ୍ୟବହାର ହେଉଥିବା ଦେଖିବାକୁ ମିଳୁଛି l ଜମନକିରା ବ୍ଲକ ସଦର ମହାକୁମା ସ୍ଥିତ କଦଳିମୁଣ୍ଡା ଛକ ଠାରୁ ପ୍ରାୟ ୧ଶହ ମିଟରରେ ଅଛି ଏକ ନଳ, ହେଲେ ଦିନକୁ ଦୁଇ ଥର ଲେଖାଏ ପ୍ରଶାସନ ଦ୍ୱାରା ପାନୀୟ ଜଳ ଛାଡ଼ଯାଇଥାଏ କିନ୍ତୁ ଏହି ନଳକୂପରେ ଟେପ ନଥିବାରୁ ଲୋକ ପାଣି ନେବାପରେ ସେମିତି ଛାଡିଦେଇଥାନ୍ତି l ଯାହା ଫଳରେ ହଜାର ହଜାର ଲିଟର ପାଣି ଜମିକୁ ବହି ଯାଇଥାଏ l ସବୁଠୁ ବଡ଼ କଥା ହେଲା ଏହି ନଳଟି ବ୍ଲକ ପରିସରରୁ ମାତ୍ର ୧୦୦ ମିଟର ଦୂରରେ ରାସ୍ତା କଡରେ ଅବସ୍ଥାପିତ ଥିବାବେଳେ ପ୍ରତ୍ୟକ ଦିନ ଏହି ବାଟ ଦେଇ ଅନେକ ଅଧିକାରୀ ଯିବା ଆସିବା କରିଥାନ୍ତି ହେଲେ କାହାରି  ଧ୍ୟାନ ଏଥିପ୍ରତି ନଥାଏ। ହେଲେ ସବୁଦିନ ଏହି ପରି ପାଣି ଅପବ୍ୟବହାର ହେଉଥିବା ଯୋଗୁଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

Leave A Reply