Odisha news

କାହିଁକି ରାତ୍ରି ଭୋଜନ ପରେ ଚାଲିବା ଆବଶ୍ୟକ ? କଣ ରହିଛି ଏହା ପଛର ସ୍ୱାସ୍ଥ୍ୟଗତ ଲାଭ

ଚାଲିବାର ଅନେକ ପ୍ରକାର ଲାଭ ଶରୀର ପାଇଁ ରହିଛି l କିନ୍ତୁ ରାତ୍ରି ଭୋଜନ ପରେ କିଛି ସମୟ ପାଇଁ ଚାଲିବା ନିହାତି ଜରୁରୀ l ରାତ୍ରି ଭଜନ ପରେ ସାଧାରଣତଃ ସମସ୍ତେ ଶୋଇବାକୁ ଚାଲି ଯାଇ ଥାଆନ୍ତି l କିନ୍ତୁ ଏହା ଠିକ ନୁହେଁ l ରାତିରେ ଖାଇ ସାରିବା ପରେ ଚାଲିବା ଦ୍ୱାରା ଶରୀରରେ ଅଧିକ ଗ୍ୟାସ୍ଟ୍ରିକ ଏଞ୍ଜାଇମ ର ଉତ୍ପାଦନ କରିବା ସହିତ ପୋଷାକ ତତ୍ଵକୁ ଅବର୍ଜବ କରିବାର ଶକ୍ତି ମିଳିଥାଏ l ଯାହାଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହିଥାଏ l

ରାତ୍ରି ଭୋଜନ ପରେ ଚାଲିବାର ଲାଭ –

* ରାତ୍ରି ଭୋଜନ ପରେ ଚାଲିବା ଦ୍ୱାରା ଇମ୍ୟୁନିଟି ବଢିଥାଏ l ଚାଲିବା ଦ୍ୱାରା ଶରୀରର ଟକ୍ସିନ ବାହାରକୁ ବାହାରି ଥାଏ ଓ ଅନ୍ତରୀଣ ଅଙ୍ଗ ସୁସ୍ଥ ରହିଥାଏ l

* ମେଟାବଳିଯିମ କୁ ବୁଷ୍ଟ କରିବା ପାଇଁ ରାତ୍ରି ଭୋଜନ ପରେ ତୁରନ୍ତ ଚାଲିବା ଆବଶ୍ୟକ l ଚାଲିବା ଦ୍ୱାରା ଆପଣଙ୍କ ଶରୀରର ଚର୍ବି ହ୍ରାସ ହୋଇଥାଏ l ତା ସହିତ ଓଜନ ମଧ୍ୟ ହ୍ରାସ ହୁଏ l

* ରାତ୍ରି ଭୋଜନ ପରେ ଚାଲିବା ଦ୍ୱାରା ଶରୀରରେ ରକ୍ତ ଶର୍କରା ସ୍ତର ନିୟନ୍ତ୍ରିତ ରହିଥାଏ l ଯାହାଦ୍ୱାରା ହାଇପର ଗ୍ଲିସେମିକ ସମସ୍ୟା ମଧ୍ୟ ଦୂର ହୋଇଥାଏ l

* ରାତ୍ରି ଭୋଜନ ପରେ ଚାଲିବା ଦ୍ୱାରା ଡିପ୍ରେସନ ଦୂର ହୋଇଥାଏ l ଚିନ୍ତା ଦୂର ହୁଏ l

*ରାତ୍ରି ଭୋଜନ ପରେ ଚାଲିବା ଦ୍ୱାରା ନିଦ୍ରା ହୀନତା ଦୂର ହୋଇଥାଏ l ଚାଲିବା ଦ୍ୱାରା ମାନସିକ ଭାରସାମ୍ୟ ହ୍ରାସ ହୋଇଥାଏ l

Comments are closed.