ଗୋଟିଏ ସ୍ଥାନରେ ଦୀର୍ଘ ସମୟ ଧରି ବସି କାମ କରିବା ଦ୍ୱାରା ଅଣ୍ଟା ଯନ୍ତ୍ରଣାର ଶିକାର ହେବାକୁ ପଡିଥାଏ l ଏହା ଆଜିକାଲିର ଗୋଟିଏ ସାଧାରଣ ସମସ୍ୟା ହୋଇ ଯାଇଛି l ଏହା ଆଜିକାଲିର ଜୀବନଶୈଳୀ ଦ୍ୱାରା ଅଧିକ ପ୍ରଭାବିତ ହେଉଛି l ତେଣୁ ଏହାକୁ ନେଇ ଗବେଷକ ମାନେ କିଛିଟା ଉପାୟ କୁ ବିଶେଷ ଭାବରେ ଅନୁଧ୍ୟାନ କରିଛନ୍ତି ଯାହାଦ୍ୱାରା ଅଣ୍ଟା ଯନ୍ତ୍ରଣା ରୁ ଆରାମ ପାଇହେବ l
– ଯଦି ଆପଣ ଗୋଟିଏ ସ୍ଥାନରେ ଦୀର୍ଘ ସମୟ ଧରି ବସି ରହୁଛନ୍ତି, ତେବେ ଆପଣଙ୍କ ପାଇଁ ଏହା ଠିକ ନୁହେଁ l ସେଥିପାଇଁ ଆପଣଙ୍କୁ ସାମାନ୍ୟ ସମୟ ବାହାର କରି କିଛି ନା କିଛି ବ୍ୟାୟାମ କରିବାକୁ ପଡିବ l ଯାହା ଆପଣଙ୍କ ଶରୀରକୁ ଆକ୍ଟିଭ ରଖିବ ଓ ଅଣ୍ଟା ଯନ୍ତ୍ରଣା ରୁ ଆରାମ ଦେବ l
– ଶରୀରରୁ ଜଳୀୟ ଅଂଶ କମିବା ଦ୍ୱାରା ମଧ୍ୟ କିଛି ଲୋକଙ୍କର ଅଣ୍ଟା ଯନ୍ତ୍ରଣା ସମସ୍ୟା ଦେଖା ଦେଇଥାଏ l ଏପରି ସ୍ଥିତିରେ ଅଣ୍ଟା ଯନ୍ତ୍ରଣା ରୁ ଆରାମ ପାଇବା ପାଇଁ ଶରୀରକୁ ହାଇଡ୍ରେଟ ରଖିବା ନିହାତି ଜରୁରୀ l ତେଣୁ ଅଧିକ ମାତ୍ରାରେ ପାଣି ପିଇବା ଉଚିତ l
– ଅଣ୍ଟା ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ବିନା ତକିଆ ରେ ଚଟାଣ ରେ ଶୋଇବା ଆବଶ୍ୟକ ଓ ଅଣ୍ଟା କୁ ଆରାମ ମିଳିବା ଭଳି କିଛିଟା ବ୍ୟାୟାମ କରିବା ଉଚିତ l
– ଯଦି କେବେବି ଆପଣ ଅଣ୍ଟା ଯନ୍ତ୍ରଣା ଅଧିକ ଅନୁଭବ କରୁଛନ୍ତି ତେବେ ଗରମ କିମ୍ବା ଥଣ୍ଡା ପାଣିରେ ସେକ ନିଅନ୍ତୁ, ଏହାଦ୍ୱାରା ରକ୍ତ ସଂଚାଳନ ଠିକ ଭାବରେ ହୋଇଥାଏ l ଏହାପରେ ଉକ୍ତ ସ୍ଥାନରେ ବ୍ରାହ୍ମୀ, ସୋରିଷ କିମ୍ବା ବାଦାମ ତେଲ ରେ ମାଲିସ କରନ୍ତୁ l ଏହାଦ୍ୱାରା ଆପଣଙ୍କ ଯନ୍ତ୍ରଣା କମିବାର ସମ୍ଭାବନା ରହିଛି l
– ଶରୀରରେ କ୍ୟାଲସିୟମ କମିବା ଦ୍ୱାରା ମଧ୍ୟ ଅଣ୍ଟା ଯନ୍ତ୍ରଣା ହେବାର ସମ୍ଭାବନା ରହିଥାଏ l ତେଣୁ କ୍ୟାଲସିୟମ ଯୁକ୍ତ ଖାଦ୍ୟ ନିୟମିତ ଭାବରେ ସେବନ କରନ୍ତୁ l
