Odisha news

ଭିତରକନିକାରେ ୨୧୮ ମ୍ୟାନଗ୍ରୁଭ ପିଟା ବା ନବରଙ୍ଗୀ ଚଢେଇ

0
ରାଜନଗର :  ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ମ୍ୟାନଗ୍ରୁଭ ପିଟା ବା ନବରଙ୍ଗୀ ଚଢେଇଙ୍କ ଗଣନା ଶେଷ ହୋଇଛି। ଶନିବାର ଗୋଟିଏ ଦିନରେ ୩୬ଟି ଟିମରେ ୭୨ଜଣ ବନକର୍ମଚାରୀ ୫ଟି ରେଞ୍ଜ ରେ ଏହି ବିରଳ ପକ୍ଷୀଙ୍କ ଗଣନା କରିଥିଲେ। ସକାଳେ ଓ ଅପରାହ୍ନରେ ଏହି ପକ୍ଷୀ ଗଣନା କରାଯାଇଥିଲା। ଗଣନାରେ ଭିତରକନିକା ଜାତୀୟ ଉଦ୍ୟାନର ୫ଟି ରେଞ୍ଜ ମଧ୍ୟରୁ ୩ଟି ରଂଜେରେ ୨୧୮ ମ୍ୟାନଗ୍ରୁଭପିଟା ଚଢେଇଙ୍କୁ ଗଣନା ବେଳେ ଚିହ୍ନଟ କରାଯାଇଛି। ଗହୀରମଥା ଓ କୁଜଙ୍ଗ ଦୁଇଟି ରେଞ୍ଜ ରେ ମ୍ୟାନଗ୍ରୁଭପିଟା ଚଢେଇଙ୍କୁ ଦେଖିବାକୁ ମିଳିନଥିବା ବେଳେ ମହାକାଳପଡା, ରାଜନଗର ଓ କନିକା ରେଞ୍ଜ ରେ ୨୧୮ଟି ଏହି ବିରଳ ପକ୍ଷୀଙ୍କୁ ଦେଖିବାକୁ ମିଳିଥିଲା। କନିକା ରେଞ୍ଜ ର ଭିତରକନିକା ଫରେଷ୍ଟ ବ୍ଲକ ଅଂଚଳରେ ସର୍ବ।ଧିକ ୩୨ଟି ମ୍ୟାନଗ୍ରୁଭପିଟା ଚଢେଇଙ୍କୁ ଚିହ୍ନଟ କରାଯାଇଥିଲା। ଗତବର୍ଷ ଠାରୁ ଭିତରକନିକା ଜାତୀୟ ଉଦ୍ୟାନରେ ଏହି ପକ୍ଷୀଙ୍କର ଗଣନା କରାଯାଉଛି। ଗତବର୍ଷ ୧୭୯ଟି ପକ୍ଷୀ ଚିହ୍ନଟ ହୋଇଥିବା ବେଳେ ଚଳିତବର୍ଷ ଏହି ସଂଖ୍ୟା ୨୧୮କୁ ବୃଦ୍ଧି ପାଇଛି। ଅର୍ଥ।ତ୍‌ ଗତବର୍ଷ ଠାରୁ ୩୯ଟି ପକ୍ଷୀ ଅଧିକ ଚିହ୍ନଟ କରାଯାଇଛି। ଏହି ନବରଙ୍ଗୀ ଚଢେଇ ବା ମ୍ୟାନଗ୍ରୁଭ ପିଟା ଚଢେଇଙ୍କ ଦେହରେ ଇନ୍ଦ୍ରଧନୁ ପରି ୯ଟି ରଂଗ ଦେଖିବାକୁ ମିଳିଥାଏ। ତାର ମୁଣ୍ଡ ଓ ପେଟ କମଳା ରଙ୍ଗ  ହୋଇଥାଏ। ଆଖି ପାଖରେ କଳା ରଙ୍ଗ ଥିବାବେଳେ ଡେଣାରେ ଧଳା, ନୀଳ ଓ ଧୂଷର ମିଶ୍ରିତ ରଙ୍ଗ ଦେଖିବାକୁ ମିଳେ।  ଓଡିଶାରେ ଏହାକୁ ନବରଙ୍ଗୀ ଚଢେଇ କୁହାଯାଇଥାଏ। ଆମ ଅଞ୍ଚଳ ରେ ଏପ୍ରକାର ପକ୍ଷୀ ଦେଖାଯାଉଥିବାରୁ ପରିବେଶବିତ୍, ବୁଦ୍ଧିଜୀବି ମାନେ ଖୁସି ଵେକ୍ତ କରିଛନ୍ତି।
Nalco
Leave A Reply