Odisha news

ଏହିସବୁ ଭିଟାମିନ ଓ ମିନେରାଲ ପୁରୁଷ ମାନଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକ , ଜାଣନ୍ତୁ କାହିଁକି

ହେଲ୍ଥ ଡ଼ଟ୍ କମ୍ ର ଗବେଷଣା ଅନୁସାରେ ଜଣା ପଡ଼ିଛି ଯେ ସପ୍ଲିମେଣ୍ଟ ବଦଳରେ ପ୍ରାକୃତିକ ଖାଦ୍ୟ ଶରୀର ପାଇଁ ଖୁବ୍ ଆବଶ୍ୟକ । ଏଠାରେ କିଛି ଏପରି ପୋଷାକ ତତ୍ତ୍ଵ ବିଷୟରେ କୁହା ଯାଉଚି ଯାହା ପୁରୁଷ ମାନଙ୍କ ପାଇଁ ଖୁବ୍ ଆବଶ୍ୟକ । ସେହି ଖାଦ୍ୟ ଗୁଡ଼ିକୁ ସେବନ କରିବା ଦ୍ୱାରା ସେମାନଙ୍କୁ ମିଳିବ ଅନେକ ଲାଭ । ଆସନ୍ତୁ ଜାଣିବା ସେଗୁଡିକ କଣ –
– ଯେତେବେଳେ ଆମ ମସଲ୍ସ ରେ କିଛି ଅସୁବିଧା ଦେଖା ଦେଇଥାଏ ସେତେବଳେ ଆପଣଙ୍କୁ ଭିଟାମିନ ଡି ଆବଶ୍ୟକ । ଭିଟାମିନ ଡି ଆପଣଙ୍କ ଇମ୍ୟୁନ୍ ସିଷ୍ଟମ କୁ ଠିକ୍ ରଖିଥାଏ ଓ ହାଡ କୁ ମଜବୁତ୍ ରଖିବାରେ ସାହାଯ୍ୟ କରିଥାଏ । ଭିଟାମିନ ଡି ପାଇଁ କମଳା ରସ , ଶସ୍ୟ ଜାତୀୟ ଖାଦ୍ୟ, ଦୁଗ୍ଧ , ଦହି ଇତ୍ୟାଦି ସେବନ କରିବା ଉଚିତ୍ ।
– ଯେଉଁ ପୁରୁଷ ମାନେ ଶାକାହାରୀ ଅଟନ୍ତି , ସେମାନେ ଜିଙ୍କ୍ କମିବାର ସମ୍ମୁଖିନ ହୋଇ ପାରନ୍ତି । ଜୀଙ୍କ କମିବା ଦ୍ଵାରା ଶରୀର ବିଭିନ୍ନ ସଂକ୍ରମଣ ରେ ଆକ୍ରାନ୍ତ ହୋଇଥାଏ । ରେଡ୍ ମିଟ୍, ସି ଫୁଡ୍ ଓ ଅଣ୍ଡା ଚିକେନ ରେ ଜୀଙ୍କ ରହିଥାଏ । ଯଦି ଆପଣ ଶାକାହାରୀ ତେବେ ବିଭିନ୍ନ ପ୍ରକାର ଛୁଇଁ , ଶିମ୍ବ , ମସୁର ଡାଲି ଖାଇବା ଆବଶ୍ୟକ ।
– କ୍ୟାଲସିୟମ ମଶଲସ , ହାଡ ଓ ନର୍ଭ୍ କୁ ସପୋଟ କରିଥାଏ । ସେଥି ପାଇଁ ପୁରୁଷ ମାନଙ୍କୁ ଏହାର ଅଧିକ ଆବଶ୍ୟକତା ରହିଥାଏ । ଦୁଗ୍ଧ , ଦହି , ମାଛ ଓ ସବୁଜ ପନିପରିବା ଖାଇବା ଆବଶ୍ୟକ ।
– ପୋଟାସିୟମ ବ୍ଲଡ଼ ପ୍ରେସର୍ ରେ ସୋଡିୟମ୍ ର ମାତ୍ରକୁ କମ୍ କରିଥାଏ । ରକ୍ତ ବାହିକା ଗୁଡ଼ିକୁ ସୁସ୍ଥ ରଖିବା ପାଇଁ କ୍ୟାଲସିୟମ ର ବିଶେଷ ଅବଦାନ ରହିଛି ।
– ଭିଟାମିନ ସି କୁ ଇମ୍ୟୁନିଟି ବୁଷ୍ଟାର୍ ମଧ୍ୟ କୁହା ଯାଇଥାଏ । ଭିଟାମିନ ସି ପୁରୁଷ ମାନଙ୍କର ଯୌନ ସ୍ବାସ୍ଥ୍ୟ କୁ ମଧ୍ୟ ବଢାଇ ଥାଏ । ଖଟା ଫଳ ଭିଟାମିନ ସି ର ଭଲ ସ୍ରୋତ ଅଟେ ।

Comments are closed.