ଭାରତରେ ଭାଇରାଲ ଫିବର୍ ରେ ପୀଡିତ ଛୋଟପିଲା : ଆପଣ କିପରି ଛୋଟ ପିଲା ମାନଙ୍କୁ କିପରି ଏଥିରୁ ରକ୍ଷା କରି ପାରିବେ , କଣ କହୁଛି ଗବେଷଣା
ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ର ଫିରୋଜାବାଦ୍ ରେ ଓ ମଥୁରା ରେ ଗତ କିଛି ମାସ ରୁ ଅଧିକ ସମୟ ରୁ ରହସ୍ୟମୟ ଭାଇରାଲ ଫିବର ରେ ଅଧିକାଂଶ ଲୋକଙ୍କର ମୃତ୍ୟୁ ଖବର ସାମ୍ନା କୁ ଆସୁଛି । ଉତ୍ତରପ୍ରଦେଶ ରୁ ଏହି ଜର କୁ ନେଇ କେତେଗୁଡ଼ିଏ ମାମଲା ସାମ୍ନା କୁ ଆସିଛି , ସେଥିରୁ ୧୦୦ ରୁ ଅଧିକ ମୃତ୍ୟୁ ମାମଲା ସାମ୍ନା କୁ ଆସିଛି ।
ୟୁପି ର ଅନ୍ୟ ଜିଲ୍ଲା କାନପୁର , ପ୍ରୟଗରଜ୍ ଓ ଗଜିଆବାଦ୍ ରୁ ମଧ୍ୟ ଭାଇରଲ ଜ୍ଵର ମାମଲା ସାମ୍ନାକୁ ଆସୁଛି । ତା ସହିତ ଦିଲ୍ଲୀ , ବିହାର , ହରିୟାଣା , ମଧ୍ୟପ୍ରଦେଶ ଓ ପଶ୍ଚିମ ବଙ୍ଗରୁ ମଧ୍ୟ ଭାଇରାଲ ଫିବାର ବ୍ୟାପିବାରେ ଲାଗିଛି । ସାଧାରଣତଃ ଦେଖା ଯାଇଥାଏ ଯେ ପିଲା ମାନେ ବର୍ଷକୁ ପ୍ରାୟ ୬-୮ ଥର ସଂକ୍ରମିତ ହୋଇ ଥାଆନ୍ତି । କଥାଟି ହେଲା କୋଭିଡ କଟକଣା ଉଠିବା ପରେ ପିଲାମାନେ ବାହାର ଦୁନିଆ ସମ୍ପର୍କରେ ଆସିଥିଲେ । ଏହା କୌଣସି ସଂକ୍ରମଣ ବଢିବାର ଗୋଟିଏ ମୁଖ୍ୟ କାରଣ । ଅନ୍ୟଟି ହେଲା ବାସି ଖାଦ୍ୟ ଓ ଅସନା ପାଣି । ଯାହା ବିଶେଷଜ୍ଞ ମାନଙ୍କ ମତରେ ସଂକ୍ରମଣ ର କାରଣ ଅଟେ ।
ତା ସହିତ ଏଜିପ୍ଟ ମଶା କାମୁଡିବା ଦ୍ବାରା ଡେଙ୍ଗୁ ଓ ଚିକେନ ଗୁନିଆ ଭଳି ଜ୍ଵର ମଧ୍ୟ ହୋଇଥାଏ । କିନ୍ତୁ ଆଜିକାଲି ଅଧିକାଂଶ ଜ୍ଵର
ଭାଇରାଲ ଅଟେ । ଏହା ଆପଣଙ୍କୁ ଦୁର୍ବଳ କରିବା ସହ ଅନେକ ମାତ୍ରାରେ ପ୍ରଭାବିତ କରିଥାଏ । ବର୍ତ୍ତମାନ୍ ଗବେଷକ ମାନଙ୍କ ମତରେ ଏହିସବୁ ଜ୍ଵର ପାଇଁ କେବଳ ସୁସ୍ଥ ପାନୀୟ ଜଳ ପିଇବା ଆବଶ୍ୟକ ।
ଭାଇରାଲ୍ ଜ୍ଵର ବ୍ୟତୀତ ଚଳିତ ଥର ଡେଙ୍ଗୁ ଜ୍ଵର ର ପ୍ରକୋପ ଦେଖିବାକୁ ମିଳିଛି । ଦ୍ବାରିକା ର ଡାକ୍ତର ମିନା ଜେ କହିଛନ୍ତି ପ୍ରାୟ ସବୁଦିନ ଡେଙ୍ଗୁ ର ୪-୫, ଟି ମାମଲା ଦେଖିବାକୁ ମିଳୁଛି । ପିଲା ମାନଙ୍କ ନିକଟରେ ଜ୍ଵର ସହ ଦେହ ଯନ୍ତ୍ରଣା , ବାନ୍ତି ଓ ପେଟ ସମସ୍ୟା ଇତ୍ୟାଦି ଦେଖିବାକୁ ମିଳୁଛି । ଏହାପରେ ଏହାକୁ ଠିକ୍ ଭାବରେ ପରୀକ୍ଷଣ କରି ସୁସ୍ଥ କରା ଯାଉଛି ।
ଡାକ୍ତରଖାନା ରେ ଭର୍ତି ହେବାର ସଂଖ୍ୟା ବଢୁଛି । ବେଳେବେଳେ କୌଣସି କ୍ଷତ ହେଲେ ରକ୍ତସ୍ରାବ ବନ୍ଦ୍ ହେଉ ନାହିଁ । କାରଣ ରୋଗୀଙ୍କର ପ୍ଲେଟଲେଟ୍ସ ସଂଖ୍ୟା କମ ରହୁଚି ।
ଗତବର୍ଷ କଣ ପାଇଁ ଜ୍ଵର ର ପ୍ରକୋପ ଦେଖା ଯାଇ ନଥିଲା ?
ଗତ ବର୍ଷ ଡାକ୍ତରଖାନା ରେ ଲକ୍ ଡାଉନ୍ କାରଣରୁ ଜ୍ଵର କମ୍ ଦେଖିବାକୁ ମିଳିଥାଏ । ବିଶେଷଜ୍ଞ ମାନେ କହିଛନ୍ତି ଯେ ସଂକ୍ରମଣ ଜ୍ଵର ବିଶେଷ ଭାବରେ ଜୁଲାଇ ରୁ ସେପ୍ଟେମ୍ବର ମଧ୍ୟରେ ଦେଖିବାକୁ ମିଳିଥାଏ । ବର୍ତ୍ତମାନ୍ ଏହା ଡିସେମ୍ବର ପର୍ଯ୍ୟନ୍ତ ଦେଖା ଯିବ ।
ବିଶେଷଜ୍ଞ ମାନଙ୍କ ମତରେ ସ୍କ୍ରବ ଟାଇଫସ୍ ଅଧିକ ଘାତକ –
ବିଶେଷଜ୍ଞ ମାନଙ୍କ ମତରେ ସ୍କ୍ରବ୍ ଟାଇ ଫସ୍ ଅଧିକ ଘାତକ ହୋଇପାରେ । ଡାକ୍ତର କହିଛନ୍ତି ଆମ ନିକଟକୁ ଗୋଟିଏ ୬ବର୍ଷର ପିଲା ଆସିଥିଲା , ତାକୁ ସପ୍ତାହେ ପର୍ଯ୍ୟନ୍ତ ଜ୍ଵର ଥିଲା ପରୀକ୍ଷା ପରେ ଜଣାପଡ଼ିଲା ତାକୁ ସ୍କ୍ରଵ ଟାଇ ଫସ । ପରେ ପିଲାଟି ସୁସ୍ଥ ହୋଇ ଘରକୁ ଯାଇଥିଲା । ବେଳେବେଳେ ଏହି ଜ୍ଵର ପ୍ରାଣ ଘାତକ ହୋଇଥାଏ । ଏହା ମଧ୍ୟ ଗୋଟିଏ ମହାମାରୀ ଜ୍ଵର ଅଟେ ।
ଯଦି ଏହି ମହାମାରୀ ଭୂତାଣୁ ଦୀର୍ଘ ଦିନ ଧରି ଶରୀରରେ ରହିଥାଏ ଏହା ଯକୃତ ଓ କିଡନୀ ର କ୍ଷତି ଘଟାଇ ଥାଏ । ଏହି ଭୂତାଣୁ କାରଣରୁ ପିଲା ମାନଙ୍କ ତ୍ୱଚରେ ବିଭିନ୍ନ ସଂକ୍ରମଣ ମଧ୍ୟ ଦେଖା ଯାଇଥାଏ । ଏହି କାରଣରୁ ମୃତ୍ୟୁ ସମ୍ଭାବନା ବଢ଼ି ଯାଇଥାଏ ।
ଗତବର୍ଷ ଡେଙ୍ଗୁ ର ମାମଲା –
ଗତବର୍ଷ ଜାନୁଆରୀ ରୁ ସେପ୍ଟେମ୍ବର ମଧ୍ୟରେ ଦିଲ୍ଲୀ ରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧୨୪ ମାମଲା ଆସିଥିଲା । ପୂର୍ବ ୪ବର୍ଷରେ ଏହା ସର୍ବାଧିକ ଅଧିକ ରହିଥିଲା । ବିଶେଷଜ୍ଞ
ମାନଙ୍କ ମତରେ କୌଣସି ଜ୍ଵର କୁ ସାଧାରଣ ଜ୍ଵର ଭାବିବା ଉଚିତ ନୁହେଁ ।
ଛୋଟ ପିଲାଙ୍କ ପାଇଁ ଏହି ଉପାୟ ଗ୍ରହଣ କରନ୍ତୁ –
ଘରର ଚାରି ପାଖ ଭଲରେ ସଫା କରିବା ଆବଶ୍ୟକ ଯାହାଦ୍ବାରା ମଶା ମାନଙ୍କ ର ପ୍ରଜନନ ଉପରେ ପ୍ରତିବନ୍ଧକ ଲାଗିବ । ଘରେ କିମ୍ବା ଘରର ଚାରି ପାଖରେ ପାଣି ଜାଣିବାକୁ ଦେବା ଉଚିତ୍ ନୁହେଁ ।
ଯେ କୌଣସି ଜ୍ଵର ୩ ଦିନରୁ ଅଧିକ ରହିଲେ ଡାକ୍ତରଖାନା ନେବା ଆବଶ୍ୟକ । ୧୦୩-୧୦୪ ମଧ୍ୟରେ ଜ୍ଵର ରହିବା ଉଚିତ୍ ନୁହେଁ , ଗୋଡ଼ ହାତ ଯଦି ଯନ୍ତ୍ରଣା ହେଉଛି କିମ୍ବା ତରଳ ଝାଡ଼ା ହେଉଛି ଏ ଗୁଡ଼ିକ ମହାମାରୀ ହୋଇପାରେ । ତେଣୁ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ ।
Comments are closed.