Odisha news

ପରିବା କିଣିଲେ ଆଖିରୁ ଆସୁଛି ଲୁହ : ଯାହା ଛୁଇଁଲେ ଅର୍ଦ୍ଧଶତକ ବାହାରେ

0
ଅସ୍ତରଙ୍ଗ, ୩/୧୨ -ଗ୍ରାମାଞ୍ଚଳ ରେ ଲୋକ ମାନଙ୍କ ପ୍ରମୁଖ ଖାଦ୍ୟ କଞ୍ଚାପରିବା କୁ ଆଳୁ, ସହଜ ରେ ବର୍ତ୍ତମାନ ଆଳୁ ରେଟ ଆକାଶଛୁଆଁ l ପଶ୍ଚିମବଙ୍ଗ ରୁ ଆଳୁ ଆସୁଥିଲା ଆଉ ସୁଲଭ ମୂଲ୍ୟ ରେ ଖାଉଟି ଆଳୁ ପାଉଥିଲେ କିନ୍ତୁ ପଶ୍ଚିମବଙ୍ଗ ରୁ ଆଳୁ ଆମଦାନୀ ବନ୍ଦ ହେଇଯିବା ପରେ ଏବେ ସରକାର ଉତ୍ତରପ୍ରଦେଶ ଆଳୁ ରାଜ୍ୟ କୁ ଆଣୁଛନ୍ତି, କିନ୍ତୁ ଗୋଟେ ପଟେ ବ୍ୟବସାୟୀ କହୁଛନ୍ତି ପଶ୍ଚିମବଙ୍ଗ ଆଳୁ ବନ୍ଦ କିନ୍ତୁ ବଜାର ରେ ଗଛିତ ହୋଇ ୧କିଲୋ କୁ ୬୦ ଟଙ୍କା ରେ ବିକ୍ରିକରାଯାଉଛି, ତାହେଲେ ଏଥିରୁ ସ୍ପଷ୍ଟ ପ୍ରମାଣ ଅଛି ଏହା ଷ୍ଟକ ଆଳୁ କିନ୍ତୁ ଏହାକୁ ଭିନ୍ନ ଭିନ୍ନ ଚାଟୁକାର ବ୍ୟବସାୟୀ ଖାଉଟି ଙ୍କୁ ଭୁଆଁ ବୁଲାଇ ଠକୁଛନ୍ତି କିନ୍ତୁ ଏହି ବାବଦରେ ଯୋଗାଣ ବିଭାଗ ସମ୍ପୂର୍ଣ୍ଣ ନିରବଦ୍ରଷ୍ଟା ଅଭିନୟ ପରିପ୍ରକାଶ କରୁଛନ୍ତି l ଅନ୍ୟ ପଟେ କହିବାକୁ ଗଲେ ଆଳୁ କୁ ଢାଲ କରି ଏବେ ଅନ୍ୟ କଞ୍ଚାପରିବା ରେ ହାତ ମାରିହଉନି, ଯାହାକୁ ଛୁଇଁଲେ କୌଣସି ପରିବା ୫୦ ଟଙ୍କା ତଳକୁ ନାହିଁ, ବାଇଗଣ, ବୀନ, କୋବି, ଝୁଡ଼ଙ୍ଗ, ପୋଟଳ, ଭେଣ୍ଡି ଏହିଭଳି କଞ୍ଚାପରିବା ମାର୍ଗଶିର ମାସ ରେ ରେଟ କମ ରୁହେ କିନ୍ତୁ ଏହି ସବୁ ସବୁଜ ପରିବା ଏବେ ୫୦ ରୁ ଉର୍ଦ୍ଧ ଟଙ୍କା ଓ ଅନେକ ବ୍ୟବସାୟୀ ୬୦ ରୁ ୭୦ ଟଙ୍କା ରେ ବିକ୍ରି କରୁଛନ୍ତି l ଆମ ଅସ୍ତରଙ୍ଗ ଉପକୂଳ ଦୋକଷି ପଟୁ ତଥା ନଦୀ ପଠା ରେ ପର୍ଯ୍ୟାପ୍ତ ପରିମାଣ ରେ କଞ୍ଚା ପରିବା ଅମଳ ହେଉଥିବା ବେଳେ ଆମ ବ୍ୟବସାୟୀ ମାନେ ଗ୍ରାହକ ଙ୍କୁ ମିଛ କହି ଅନେକ ଟଙ୍କା ଲୁଟୁଛନ୍ତି l ବ୍ରହ୍ମପୁର,ଗଞ୍ଜାମ, ଛତ୍ରପୁର, ବାଲେଶ୍ୱର, ଯାଜପୁର ଏହିଭଳି ସ୍ଥାନ ରୁ ପରିବା ଆସୁଛି ଆଉ ଏହାକୁ ଆମେ ଉଚ୍ଚ ଦରରେ ବିକ୍ରି କରୁଛୁ, ଯାହାକୁ ନେଇ ଗ୍ରାହକ ମାନଙ୍କ ଭିତରେ ଏକ ପ୍ରକାର ଅସନ୍ତୋଷ ପ୍ରକାଶ ପାଇଛି, ସାଧାରଣତଃ ଗ୍ରାମାଞ୍ଚଳ ରେ କାର୍ତ୍ତିକ ମାସ ରୁ ମାଘ ମାସ ପର୍ଯ୍ୟନ୍ତ ବିଭିନ୍ନ ଓଷା ବ୍ରତ ପାଇଁ କଞ୍ଚା ପରିବା ର ଆବଶ୍ୟକ ଅଧିକ ଥାଏ ଆଉ ଯାହାର ଭରପୁର ଫାଇଦା ଉଠାଉଛନ୍ତି କିଛି ଅସାଧୁ ବ୍ୟବସାୟୀ l କଞ୍ଚାଲଙ୍କା ର ମୂଲ୍ୟ ୨୦୦ ଟଙ୍କା କେଜି ଥିବା ବେଳେ ଧନିଆପତ୍ର ୧୦୦ ଗ୍ରାମ କୁ ୨୫ ରୁ ୩୦ ଟଙ୍କା ରେ ବିକ୍ରି କରାଯାଉଛି,ଯାହାଅତ୍ୟନ୍ତ ଲଜ୍ୟାଜନକ କଥା l ଅସ୍ତରଙ୍ଗ ଅଞ୍ଚଳ ରେ ଶନିବାର ଓ ମଙ୍ଗଳବାର ସାପ୍ତାହିକ ହାଟ ରେ ନିର୍ଭରକରି ଚଳୁଥିବା ଖାଉଟି ଯେତେବେଳେ ହାଟ କୁ ଆସୁଛନ୍ତି ପରିବା କିଣୁଛନ୍ତି ସତ କିନ୍ତୁ ସାଧାରଣ ରେ ଗୋଟେ ଦିନମଜୁରିଆ ରେ ଦିନକର ମଜୁରୀ ହାଟ ବ୍ୟାଗ କୁ ଅପୂରଣୀୟ ରଖୁଛି, ଯାହା ଅତ୍ୟନ୍ତ କଷ୍ଟଦାୟକ ପରିସ୍ଥିତି ଖାଉଟି ଓ ଦିନମଜୁରିଆ ଙ୍କ ଜୀବନ ରେ ଘଟୁଛି, ଏ ବାବଦରେ ଆମେ ଅସ୍ତରଙ୍ଗ ଯୋଗାଣ ବିଭାଗ ଅଧିକାରୀ ଶିବପ୍ରସାଦ ମହାନ୍ତି ଙ୍କ ସହ କଥାବାର୍ତ୍ତା ହୋଇ ମତାମତ ଆଣିଥିଲୁ,ଆଗାମୀ ଦିନ ରେ ଏ ବାବଦରେ ତଦନ୍ତ କରାଯିବ ବୋଲି କହିଛନ୍ତି l
Leave A Reply