କ୍ୟାନ୍ସର ଭଳି ଜୀବନ ନେଉଥିବା ମାରାତ୍ମକ ରୋଗ ସହିତ ଲଢ଼ିବା ପାଇଁ ଗୋଟିଏ ବଡ଼ ସଫଳତା ମିଳିଛି, ରୁଷ ର କ୍ୟାନ୍ସର ଭ୍ୟାକସିନ ପ୍ରିକ୍ଲିନିକାଲ ଟ୍ରାଏଲ ରେ ପାସ ହୋଇଯାଇଛି , ଏବଂ ବ୍ୟବହାର ପାଇଁ ସମ୍ପୂର୍ଣ ପ୍ରସ୍ତୁତ l ନୂତନ mRNA ଆଧାରିତ କ୍ୟାନ୍ସର ଭ୍ୟାକସିନ ୩ବର୍ଷ ପର୍ଯ୍ୟନ୍ତ ଚାଲିଥିବା ଟ୍ରାଏଲ ରେ ସୁରକ୍ଷିତ ସାବ୍ୟସ୍ତ ହୋଇଛି l ଏହାର ତଥ୍ୟ ରୁଷ ର ଫେଡେରଲ ମେଡିକାଲ ଏଣ୍ଡ ବାୟୋଲୋଜିକାଲ ଏଜେନ୍ସି ପକ୍ଷରୁ ଦିଆଯାଇଛି l
ରୁଷ କ୍ୟାନ୍ସର ଭ୍ୟାକସିନ mRNA ଉପରେ ଆଧାରିତ, ଯାହାକି ପ୍ରତ୍ୟେକ ରୋଗୀଙ୍କର RNA କଷ୍ଟମାଈଜ କରାଯିବ l ଏହି ଭ୍ୟାକସିନ ଟ୍ୟୁମର ସାଇଜ କୁ କମ କରିବ, ଏବଂ ତାର ଗ୍ରୋଥ କୁ ସ୍ଲୋ କରିବ, ଏହି ଭ୍ୟାକସିନ ର ଅଧ୍ୟୟନ ରେ ଖୁବ ଭଲ ରେଜଲ୍ଟ ମିଳିଛି, ଅର୍ଥାତ ଏହି ଭ୍ୟାକସିନ ୬୦ ରୁ ୮୦ ପ୍ରତିଶତ ପର୍ଯ୍ୟନ୍ତ ଟ୍ୟୁମର ସାଇଜ କୁ ହ୍ରାସ କରିଥିଲା l ଏହା ବର୍ତମାନ ସମ୍ପୂର୍ଣ ବ୍ୟବହାର ପାଇଁ ପ୍ରସ୍ତୁତ l
କେଉଁ କ୍ୟାନ୍ସର ଉପରେ ସବୁଠୁ ଅଧିକ ରହିବ ପ୍ରଭାବଶାଳୀ ?
ରୁଷ ର ଭ୍ୟାକସିନ mRNA ବର୍ତମାନ କାର୍ଯ୍ୟକାରୀ ହେବାପାଇଁ ପ୍ରସ୍ତୁତ ହୋଇ ସାରିଛି, ଏହାର ପ୍ରଭାବ ସମସ୍ତ କ୍ୟାନ୍ସର ଉପରେ ସମାନ ନୁହେଁ, କୋଲୋରେକଟଲ କ୍ୟାନ୍ସର ଏହି ଭ୍ୟାକସିନ ର ସର୍ବ ପ୍ରଥମ ଟାର୍ଗେଟ ଥିଲା , ଯାହାର ପ୍ରଭାବ ଖୁବ ଭଲ ଦେଖିବାକୁ ମୀଲଥିଲା l ଏହାଛଡା ବ୍ରେନ କ୍ୟାନ୍ସର ଏବଂ ସ୍କିନ କ୍ୟାନ୍ସର ପାଇଁ ମଧ୍ୟ ଏହାର ବ୍ୟବହାର କରାଯାଇପାରିବ l ସେପ୍ଟେମ୍ବର ରୁ ଅକ୍ଟୋବର ମଧ୍ୟରେ ଏହି ଭ୍ୟାକସିନ ର ପ୍ରଥମ ହ୍ୟୁମାନ ଟ୍ରାଏଲ କରାଯିବ l
କେତେ ମୂଲ୍ୟ ରହିବ ଏହି ଭ୍ୟାକସିନ ର ?
ରୁଷ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ଭ୍ୟାକସିନ କୁ ଗୋଟିଏ ବିଶେଷ ନିୟମ ଦ୍ୱାରା ମଞ୍ଜୁରୀ ଦେଇଛନ୍ତି, ଏହି କାରଣରୁ ଏହା ଅଲଗା ଔଷଧ ଠାରୁ ପୃଥକ ଅଟେ, ଏହା ବିଭିନ୍ନ କ୍ୟାନ୍ସର ରୋଗୀଙ୍କ ପାଇଁ ଅଲଗା ଅଲଗା ପ୍ରସ୍ତୁତ କରାଯାଇଛି, ଏହି ଭ୍ୟାକସିନ ର ଗୋଟିଏ ଡୋଜ ୩୦୦,୦୦୦ ରୁବଲ ଅର୍ଥାତ ଭାରତୀୟ ମୁଦ୍ରାରେ ୨.୫ ଲକ୍ଷ ଟଙ୍କା ଅଟେ , ଏବଂ ରୁଷ ସରକାର ଏହାକୁ ରୁଷ ନାଗରୀକ ଙ୍କ ପାଇଁ ମାଗଣାରେ ଉପଲବ୍ଧ କରାଇବେ l