ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ (UNSC ) ରେ ଆଉଥରେ ଭାରତ ପାକିସ୍ତାନ ର ପର୍ଦାଫାଶ କରିଛି, ଭାରତ କରିଥିବା ଆଲୋଚନା ରେ ୧୯୭୧ ଯୁଦ୍ଧର ଉଲ୍ଲେଖ କରି ପାକିସ୍ତାନ ବିରୁଦ୍ଧରେ ଆଲୋଚନା କରିଥିଲା, ଏହି ସମୟ ରେ ଭାରତୀୟ ରାଜନାୟୀକ ଏଲଡସ ମାଥିୟୁ ପୁଂନୁସ କହିଛନ୍ତି ଯୁଦ୍ଧ ସମୟରେ ଯୌନ ହିଂସା ଜଘନ୍ୟ ଅପରାଧ ଭାବରେ ଗ୍ରହଣ କରାଯାଇଥିଲା, ଏହାର କଠୋର ଶବ୍ଦ ରେ ନିନ୍ଦା ହେବା ଜରୁରୀ, ଏଭଳି କାର୍ଯ୍ୟ ପାଇଁ ଇଣ୍ଟରନେଶନାଲ କୋର୍ଟ ଅଫ ଜଷ୍ଟିସ ରେ ଠିଆ କରିବା ଜରୁରୀ l
ଭାରତ ପକ୍ଷରୁ ପୂନୁସଁ କହିଥିଲେ ୧୯୭୧ ରେ ତତ୍କାଳୀନ ପୂର୍ବ ପାକିସ୍ତାନ ରେ ପାକିସ୍ତାନୀ ସେନା ନିର୍ଭୟ ରେ ମହିଳାଙ୍କ ବିରୁଦ୍ଧରେ ଘୋର ଯୌନ ଶୋଷଣ ଏବଂ ଯୌନ ଅପରାଧ କରିଥିଲେ, ଯାହାକି ଲଜ୍ଜାଜନକ , ଏହି ନିନ୍ଦନୀୟ ଘଟଣା ଆଜି ମଧ୍ୟ ନିର୍ଭୟ ଭାବରେ ଜାରି ରହିଛି, ପାକିସ୍ତାନ ରେ ଅଳ୍ପସଂଖ୍ୟକ ସମୁଦାୟ ଙ୍କ ବିରୁଦ୍ଧରେ ଉତ୍ପୀଡ଼ନ ର ଅନେକ ମାମଲା ଦର୍ଜ ରହିଛି, ଅନେକ ମହିଳା ଏବଂ ଯୁବତୀ ଅପହରଣ ହୋଇଛନ୍ତି, ଜବରଦସ୍ତି ବିବାହ କରିବା, ଯୌନ ହିଂସା ଏବଂ ଜବରଦସ୍ତି ଧର୍ମ ପରିବର୍ତ୍ତନ ର ଖବର ମଧ୍ୟ ସାମ୍ନା କୁ ଆସିଛି, ଏହି ସମସ୍ତ ଘଟଣା ର ବିବରଣୀ ନିକଟରେ OHCHR ରିପୋର୍ଟ ରେ ଦର୍ଜ ହୋଇଛି l
ଭାରତ ପକ୍ଷରୁ ସଂଯୁକ୍ତ ରାଷ୍ଟ୍ର ମହାସଭା ରେ ୧୯୭୧ ରେ ବଙ୍ଗଳାଦେଶ ମୁକ୍ତି ସଂଗ୍ରାମ ସମୟ ରେ ପାକିସ୍ତାନୀ ସେନା ଏବଂ ତାର ସହଯୋଗୀ ଯିଏ କି ସେହି ସମୟ ରେ ପୂର୍ବ ପାକିସ୍ତାନ କୁହାଯାଉଥିଲା ସେତେବେଳେ ୪ ଲକ୍ଷରୁ ଉର୍ଧ ମହିଳାଙ୍କ ସହିତ ପୂର୍ବ ପାକିସ୍ତାନ ରେ ଦୁଷ୍କର୍ମ କରାଯାଇଥିଲା l