ପଞ୍ଜାବ ର ଜଳନ୍ଧର ରେ ଗୋଟିଏ ଏଭଳି ସ୍କୁଲ ରହିଛି ଯେଉଁଠି ଛାତ୍ରଛାତ୍ରୀ ଙ୍କ ମୁହଁ ଦେଖି ପ୍ରତ୍ୟେକ ବ୍ୟକ୍ତି ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି l ପଞ୍ଜାବ ଜଳନ୍ଧର ର ପୋଲିସ ଡ଼ିଏଭି ସ୍କୁଲ ଗୋଟିଏ ଏଭଳି ସ୍କୁଲ ଯେଉଁଠି ୪୬ ଯାଆଁଳା ପିଲା ପାଠ ପଢି ଥାଆନ୍ତି, ଏହାଛଡା ଅନେକ ଟ୍ରିପଲେଟ ଅର୍ଥାତ ୩ଜଣ ଏକାଭଳି ଦେଖାଯାଉ ଥିବା ପିଲାମାନେ ମଧ୍ୟ ଶିକ୍ଷା ଗ୍ରହଣ କରନ୍ତି l ଏମାନଙ୍କ ମଧ୍ୟରୁ କିଛି ଏକାଭଳି ଦେଖା ଯାଉଥିବା ଛାତ୍ରଛାତ୍ରୀ ମଧ୍ୟ ଅଛନ୍ତି l ଯାହାଙ୍କୁ ଜାଣିବା ଖୁବ କଷ୍ଟ ମଧ୍ୟ ହୋଇଥାଏ l ନର୍ସରୀ କ୍ଲାସ ରୁ ନେଇ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଏଠାରେ ଏକାଭଳି ଦେଖା ଯାଉଥିବା ଏବଂ ଯାଆଁଳା ପିଲା ପାଠ ପଢୁଛନ୍ତି l ୨୦ ରୁ ଉର୍ଧ୍ଵ ପିଲା ମଧ୍ୟ ଏଠାରେ ଏକାଭଳି ଦେଖିବାକୁ ଅଟନ୍ତି l ଏଠାରେ ପଢ଼ୁଥିବା ପିଲା ମାନଙ୍କ ମଧ୍ୟରେ ଏଭଳି ଯାଆଁଳା ଛୁଆ ଅଛନ୍ତି ଯେଉଁ ମାନଙ୍କର ଅଭ୍ୟାସ ମଧ୍ୟ ଏକା ପ୍ରକାରର l
ଅନେକ ସମୟ ରେ ସ୍କୁଲ ର ଶିକ୍ଷକ ଓ ଶିକ୍ଷୟତ୍ରୀ ମଧ୍ୟ ଏହି ପିଲା ମାନଙ୍କୁ ଦେଖି ଧୋକା ଖାଇ ଯାଇ ଥାଆନ୍ତି l ତେଣୁ ଅସୁବିଧାର ସମୁଖୀନ ନହେବା ପାଇଁ ଏହି ପିଲା ମାନଙ୍କୁ ଅଲଗା ଅଲଗା ସେକ୍ସନ ରେ ରଖ ଯାଇଥାଏ l ତଥାପି ଅନେକ ସମୟରେ ଶିକ୍ଷକ ଶିକ୍ଷୟତ୍ରୀ ଅସୁବିଧା ର ସମୁଖୀନ ହୁଅନ୍ତି l ଅନେକ ସମୟରେ ଏଭଳି ମଧ୍ୟ ହୋଇଥାଏ ଯେ ଜଣେ ଭୁଲ କରିଥାଏ ଏବଂ ଅନ୍ୟ ଜଣେ ଗାଳି ଶୁଣିଥାଏ l
ଯାଁଆଳ ଶିଶୁ କାହିଁକି ଜନ୍ମ ହୋଇ ଥାଆନ୍ତି ଏହା ପଛରେ ୩ଟି କାରଣ ରହିଛି –
– ଅନେକ ସମୟରେ ଏଭଳି ହୋଇଥାଏ ଯେ ଗର୍ଭ ଧାରଣ ପରେ ଅଣ୍ଡା ଦୁଇ ଭାଗରେ ବିଭାଜିତ ହୋଇଯାଏ , ଏପରି ସ୍ଥିତିରେ ଗର୍ଭାଶୟ ରେ ଦୁଇଟି ଅଲଗା ଅଲଗା ଶିଶୁ ବିକଶିତ ହୋଇ ଥାଆନ୍ତି ଏବଂ ଏକ ସାଙ୍ଗରେ ଦୁଇଟି ଛୁଆ ଜନ୍ମ ନିଅନ୍ତି l
– ଏଭଳି ମଧ୍ୟ ହୋଇଥାଏ ଯେ ପୁରୁଷ ଙ୍କ ସିମେନ ୨ଟି ଶୂକ୍ରାଣୁ ମହିଳା ଙ୍କର ଅଲଗା ଅଲଗା ଡିମ୍ବାଣୁ ମଧ୍ୟକୁ ପ୍ରବେଶ କରିଥାଏ ଏହାଦ୍ୱାରା ଗର୍ଭ ରେ ଦୁଇଟି ଶିଶୁ ବିକଶିତ ହୁଅନ୍ତି l
– ଏବଂ ଅନ୍ୟ କ୍ଷେତ୍ରରେ ବାୟୋଲୋଜିକାଲ ଦୃଷ୍ଟିରୁ ମଧ୍ୟ ଜାଅଁଳା ଛୁଆ ଜନ୍ମ ନେଇ ଥାଆନ୍ତି, ଯେପରିକି ମା ଯଦି ଜାଅଁଳା ସନ୍ତାନ ଜନ୍ମ କରିଛନ୍ତି ତେବେ ଝିଅ ମଧ୍ୟ କରି ଥାଆନ୍ତି l