Odisha news

ବର୍ଷା ଋତୁରେ ନିଜ ତ୍ୱଚାର ସୌନ୍ଦର୍ଯ୍ୟ ବୃଦ୍ଧି କରିବେ ଏହି ୫ଟି ଜିନିଷ ଦ୍ୱାରା

0

ବର୍ଷା ଋତୁ ଉତ୍ତପ୍ତ ଗରମ ରୁ ତ ଆରାମ ଦେଇଥାଏ, କିନ୍ତୁ ନିଜ ପାଇଁ ଅନେକ ସମସ୍ୟା ନେଇକି ଆସିଥାଏ, ବର୍ଷା ଋତୁରେ ତ୍ୱଚା ସମ୍ବନ୍ଧିତ ବିଭିନ୍ନ ସମସ୍ୟା ହୋଇଥାଏ, ଏହି ଦିନ ଗୁଡିକ ରେ ବାତାବରଣ ରେ ଆର୍ଦ୍ରତା ରହିଥାଏ l ବର୍ଷା ଦିନ ତ୍ୱଚା ସମ୍ବନ୍ଧିତ ବିଭିନ୍ନ ଇନଫେକ୍ସନ ହୋଇଥାଏ l ଯାହାକି ବିଭିନ୍ନ ସଂକ୍ରମଣ ର କାରଣ ହୋଇଥାଏ l କିନ୍ତୁ ତ୍ୱଚାର ଯତ୍ନ ପାଇଁ କେମିକାଲ ବ୍ୟବହାର ନକରି ପ୍ରାକୃତିକ ଜିନିଷ ର ବ୍ୟବହାର କରନ୍ତୁ l ଦେଖିବେ ତ୍ୱଚା ଅକ୍ରୁସ୍ତ ହେବା ସହିତ ବର୍ଷା ଋତୁରେ ସୁନ୍ଦର ମଧ୍ୟ ରହିବ l

* ଯଦି ଆପଣ ବର୍ଷା ଋତୁରେ ଗ୍ଳୋଇଂ ସ୍କିନ ପାଇବାକୁ ଚାହୁଁଛନ୍ତି ତେବେ ନିୟମିତ ତ୍ୱଚାରେ ଗୋଲାପ ଜଳ ଲଗାନ୍ତୁ, ଏହା ତ୍ୱଚା କୁ ହାଇଡ୍ରେଟ କରିଥାଏ, ଏବଂ ତ୍ୱଚା ରୁ ଡେଡ଼ ସ୍କିନ ଓ ଏକ୍ସଟ୍ରା ଅଏଲ କୁ ଦୂର କରିଥାଏ l ଆପଣ ଗୋଲାପ ଜଳ କିଛି ସମୟ ପାଇଁ ମୁଖ ରେ ଲଗାଇ ଅଳ୍ପ ସମୟ ପରେ ଧୋଇ ନିଅନ୍ତୁ l

* ବର୍ଷା ଋତୁରେ ଏଲୋଭେରା ଗୋଟିଏ ସୁନ୍ଦର ଉପଚାର, ଏହା ତ୍ୱଚାକୁ ହାଇଡ୍ରେଟ କରିବା ସହିତ ମଇଶ୍ଚର ମଧ୍ୟ ବାଲାନ୍ସ ରଖିଥାଏ l ନିୟମିତ ଭାବରେ ବର୍ଷା ଋତୁରେ ଏଲୋଭେରା ଲଗାଇବା ଦ୍ୱାରା ତ୍ୱଚା ରେ ଚମକ ରହିଥାଏ l ଏଲୋଭେରା କୁ ୨୦ ମିନିଟ ପର୍ଯ୍ୟନ୍ତ ମୁହଁ ରେ ଲଗାଇ ରଖନ୍ତୁ ଏହାପରେ ଧୋଇ ନିଅନ୍ତୁ l

* ବର୍ଷା ଋତୁରେ ମୁଲତାନି ମାଟି ଗୋଟିଏ ଭଲ ଉପଚାର ଅଟେ, ମୁଲତାନି ମାଟି ତ୍ୱଚା କୁ ସଫା ରଖି, ଟ୍ୟାନିଂ ଦୂର କରିଥାଏ, ତେଣୁ ମୁଲତାନି ମାଟି ରେ ଗୋଲାପ ଜଳ ମିଶାଇ ଲଗାଇ ନିଅନ୍ତୁ, ୧୫ ମିନିଟ ପରେ ଧୋଇ ନିଅନ୍ତୁ l

* ବର୍ଷା ଋତୁରେ ତ୍ୱଚା ରେ କାକୁଡି ଲଗାଇବା ଦ୍ୱାରା ଡେଡ଼ ସ୍କିନ ସମସ୍ୟା ଦୂର ହୋଇଥାଏ, କାକୁଡି ରସ ଡାର୍କ ସର୍କଲ , ଟେନିଙ୍ଗ ବିଭିନ୍ନ ଦାଗ ଓ ବରଂ ସମସ୍ୟା ମୁଖରୁ ସଫା କରିଥାଏ l ବର୍ଷା ଋତୁରେ ସପ୍ତାହ କୁ ଥରଟିଏ କାକୁଡି ରସ ମୁହଁ ରେ ଲଗାଇବା ନିହାତି ଜରୁରୀ l

* ଅନ୍ୟ ଋତୁ ଅପେକ୍ଷା ବର୍ଷା ଋତୁରେ ବେସନ ତ୍ୱଚା ପାଇଁ ଗୋଟିଏ ଭଲ ଉପଚାର, ଏହା ମୁହଁ ରୁ ଏକ୍ସଟ୍ରା ଅଏଲ କୁ ଦୂର କରିଥାଏ, ବେସନ ବ୍ଲାକ ହେଡ଼ସ, ପିଗ ମେଣ୍ଟେସନ ଏବଂ ବିଭିନ୍ନ ଦାଗ କୁ  ଦୂର କରିବାରେ ସାହାଯ୍ୟ କରିଥାଏ l

Leave A Reply