ନୂଆଦିଲ୍ଲୀ : କାଶ୍ମୀର ମୁଦ୍ଦା କୁ ନେଇ ପାକିସ୍ତାନ ପ୍ରତି ବନ୍ଧୁତା ଦେଖାଉଥିବା ତୁର୍କୀ କୁ ଆଉଥରେ ଭାରି ପଡିଛି ତାର ପାକ ପ୍ରେମ l ସଂଯୁକ୍ତ ରାଷ୍ଟ୍ର ମହାସଭାର ୭୬ ତମ ଅଧିବେଶନ ରେ କାଶ୍ମୀର କଥା ଉଠାଉଥିବା ତୁର୍କୀ କିଛି ସମୟ ପରେ ଭାରତ କଡା ଜବାବ ଦେଇଛି l ଘଟଣାଟି ଏହିପରି ସଂଯୁକ୍ତ ରାଷ୍ଟ୍ର ମହାସଭାରେ ତୁର୍କୀର ରାଷ୍ଟ୍ରପତି ନିଜର ସମ୍ବୋଧନ ଭାଷଣରେ କାଶ୍ମୀର ମୁଦ୍ଦା ଉଠାଇ ଥିଲେ l ଏହାର ଠିକ ପରେ ଭାରତୀୟ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଟୁଇଟ କରି ସାଇପ୍ରସ ମୁଦ୍ଦାକୁ ନେଇ ତୁର୍କିକୁ ଘେରି ଥିଲେ l
ଏସ ଜୟଶଙ୍କର ସାଇପ୍ରସ କୁ ନେଇ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ କୁ ଆବଶ୍ୟକତା ଉପରେ ଜୋର ଦେବାକୁ କହିଥିଲେ l ଏସ ଜୟଶଙ୍କର ଲେଖିଥିଲେ ଯେ ” ଆମେ ଆର୍ଥିକ ସମ୍ବନ୍ଧ ଆଗକୁ ବଢାଇବା ଉପରେ କାମ କରୁଛୁ l ସମସ୍ତଙ୍କୁ ଏହି ନିୟମ ମାନି କାର୍ଯ୍ୟ କରିବା ଆବଶ୍ୟକ l ସଂଯୁକ୍ତ ରାଷ୍ଟ୍ର ମହାସଭାରେ ତୁର୍କୀ ରାଷ୍ଟ୍ରପତି କାଶ୍ମୀର ମୁଦ୍ଦା କୁ ନେଇ ବିଶେଷ ଭାବରେ ପାକିସ୍ତାନ ପ୍ରେମ ଜାହିର କରିଥିଲେ l ତୁର୍କୀ ରାଷ୍ଟ୍ରପତି ନିଜ ଭାଷଣରେ କହିଥିଲେ ଯେ କାଶ୍ମୀର କୁ ନେଇ ୭୪ ବର୍ଷ ଧରି ଚାଲି ଥିବା ଅସନ୍ତୋଷ ଉଭୟ ଦେଶକୁ ସମାଧାନ କରିବା ଆବଶ୍ୟକ l ପୂର୍ବରୁ ମଧ୍ୟ ଅନେକ ଥର କାଶ୍ମୀର ମୁଦ୍ଦାକୁ ନେଇ ମନ୍ତବ୍ୟ ଦେଇଛନ୍ତି l
ଭାରତ ସେତେବେଳେ କହିଥିଲା ଯେ ତୁର୍କୀ ଅନ୍ୟ ଦେଶର ସଂପ୍ରଭୁତ୍ୱକୁ ସମ୍ମାନ ଦେବା ଆବଶ୍ୟକ ଓ ନିଜର ନୀତି ଉପରେ ଗଭୀର ଭାବରେ ବିଚାର କରିବା ଆବଶ୍ୟକ l ତୁର୍କୀ ଅଧିକାଂଶ ସମୟ କାଶ୍ମୀର ମୁଦ୍ଦାକୁ ନେଇ ମନ୍ତବ୍ୟ ଦେଇଥାଏ l ଏହି ମୁଡାକୁ ନେଇ ସାଉଦି ଆରବ ଚୁପ ରହିଥିବା ବେଳେ ତୁର୍କୀ କିନ୍ତୁ ତା ପ୍ରକୃତି ଛାଡୁ ନାହିଁ l ତୁର୍କୀ ଚାହୁଁଚି ଯେ ସେ ସାଉଦି ଆରବ ସ୍ଥାନରେ ମୁସ୍ଲିମ ରାଷ୍ଟ୍ରଙ୍କ ର ନେତୃତ୍ୱ ନେଉ l ଗତ କିଛି ବର୍ଷ ଭିତରେ ସାଉଦି ଆରବ ସହିତ ପାକିସ୍ତାନ ର ସମ୍ପର୍କ ଖରାପ ହୋଇଥିବା ବେଳେ ତୁର୍କୀ ସହିତ ଭଲ ହୋଇଛି l
Comments are closed.