Odisha news

ଭୂକମ୍ପରେ ଥରିଲା ତୁର୍କୀ, ଗ୍ରୀସ୍‌ : ୭.୦ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ , ତୁର୍କୀ ଏବଂ ଗ୍ରୀସ୍‌ର ୧୪ ଜଣଙ୍କର ମୃତ୍ୟୁ

0

ଇସ୍ତା‌ନବୁଲ୍ : ତୁର୍କୀର ଏଜିୟନ୍‌ ଉପକୂଳରେ ଆଜି ୭.୦ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପରେ ତୁର୍କୀ ଏବଂ ଗ୍ରୀସ୍‌ର ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଶହରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ଭୂକମ୍ପ ପ୍ରଭାବରେ ଅନେକ କୋଠା ଭୁଶୁଡ଼ି ପଡ଼ିଛି ।

ତୁର୍କୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ଏଜିୟନ ସାଗରରେ ଆସିଥିବା ଏହି ଭୂକମ୍ପର ଗଭୀରତା ୧୬.୫ କିଲୋମିଟର ରହିଥିଲା। ମୃତାହତଙ୍କ ଉଦ୍ଧାର କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି ଏବଂ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ଗ୍ରୀସ୍‌ର ସାମୋସ ସହର ଏବଂ ତୁର୍କୀର ଇଜ୍‌ମୀର ସହରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଭୂକମ୍ପ ପରେ ଆସିଥିବା ଏକ କ୍ଷୁଦ୍ର ସୁନାମି ସାମୋସ ସହରବାସୀଙ୍କ ପାଇଁ ଆତଙ୍କର କାରଣ ପାଲଟିଥିଲା। ତେବେ ସୁନାମିରେ କୌଣସି କ୍ଷୟକ୍ଷତି ହୋଇନଥିବା ରିପୋର୍ଟ ମିଳିଛି। ଭୂକମ୍ପର ତୀବ୍ର ଝଟ୍‌କା ଅନୁଭୂତ ହେବାମାତ୍ରେ ଲୋକେ ଭୟରେ ଘର ଛାଡ଼ି ବାହାରକୁ ପଳାଇ ଆସିଥିଲେ ଏବଂ ତଟବର୍ତ୍ତୀ ଅଂଚଳରୁ ଯୁଦ୍ଧକାଳୀନ ଭିତ୍ତିରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା।

Nalco
Leave A Reply