Odisha news

ତୁଳସୀ ବିବାହ କେବେ ? କାହିଁକି ଭଗବାନ ବିଷ୍ଣୁ ତୁଳସୀଙ୍କୁ କରିଥିଲେ ବିବାହ

0

ସନାତନ ଧର୍ମ ରେ ତୁଳସୀ ଙ୍କୁ ମା ଲକ୍ଷ୍ମୀଙ୍କ ସ୍ଥାନରେ ରଖା ଯାଇଥାଏ, ତୁଳସୀ ଙ୍କ ଅନ୍ୟନାମ ବିଷ୍ନୁପ୍ରିୟା ଅଟେ l ମା ତୁଳସୀ ଭଗବାନ ବିଷ୍ଣୁଙ୍କ ପତ୍ନୀ ଅଟନ୍ତି ବୋଲି ମାନ୍ୟତା ରହିଛି l ପ୍ରତ୍ୟେକ ବର୍ଷ କାର୍ତିକ ମାସ ଶୁକ୍ଲପକ୍ଷ ଦ୍ୱାଦଶୀ ତିଥିରେ ତୁଳସୀ ବିବାହ ପାଳିତ ହୋଇଥାଏ l

ଏହାର ଗୋଟିଏ ଦିନ ପୂର୍ବରୁ ଦେବ ଉତଥାନ ଏକାଦଶୀ ଅଟେ,ଏହିଦିନ ଭଗବାନ ବିଷ୍ଣୁ ଯୋଗ  ନିଦ୍ରାରୁ ଉଠି ଥାଆନ୍ତି l ଶୟନ ଏକାଦଶୀ ପରେ ୪ ମାସ ପାଇଁ ଭଗବାନ ବିଷ୍ଣୁ ନିଦ୍ରା ଯାଇ ଥାଆନ୍ତି l ଏହାପରେ ସମସ୍ତ ମାଙ୍ଗଳିକ କାର୍ଯ୍ୟ ଆରମ୍ଭ ହୋଇଥାଏ l

ଚଳିତ ବର୍ଷ ତୁଳସୀ ବିବାହ ନଭେମ୍ବର ୧୩ ତାରିଖରେ ପାଳିତ ହେବ, ଏବଂ ଏହାର ପୂର୍ବ ଦିନ ଅର୍ଥାତ ୧୨ ନଭେମ୍ବର ଦେବ ଉତଥାନ ଏକାଦଶୀ l ଏହିଦିନ ଠାରୁ ଚତୁର୍ମାସ୍ୟା ର ସମାପ୍ତି ହୋଇଥାଏ l ଏବଂ ଏହିଦିନ ଭଗବାନ ବିଷ୍ଣୁ ଙ୍କୁ ଶାଳଗ୍ରାମ ଭାବରେ ତୁଳସୀ ଙ୍କ ସହିତ ବିବାହ କରାଯାଇ ଥାଏ l

ତୁଳସୀ ବିବାହ କରିବା ଦ୍ୱାରା କେଉଁ ଲାଭ ମିଳିଥାଏ ?

ହିନ୍ଦୁ ଧର୍ମରେ କନ୍ୟାଦାନ କୁ ମହାନ ଦାନ ବୋଲି କୁହାଯାଇ ଥାଏ l ମାନ୍ୟତା ରହିଛି ଯେ ତୁଳସୀ ବିବାହ ର ପରମ୍ପରା ପାଳନ କରିବା ଦ୍ୱାରା କନ୍ୟା ଦାନ ସମାନ ଫଳ ପ୍ରାପ୍ତି  ହୋଇଥାଏ l ଏବଂ ତୁଳସୀ ବିବାହ ନିଜ ଘର ଅଗଣା ରେ କରିବା ଜରୁରୀ ଏବଂ ଏଥିପାଇଁ ଉପଯୁକ୍ତ ସମୟ ହେଉଛି ଗୋଧୂଳୀ ସମୟ l ଯେଉଁ ଘରେ ଶାଳଗ୍ରାମ ଓ ମା ତୁଳସୀ ଙ୍କୁ ବିବାହ କରାଯାଇ ଥାଏ ସେଠାରେ ଲକ୍ଷ୍ମୀଙ୍କ ବାସ ହୋଇଥାଏ l

ବିଷ୍ଣୁ ତୁଳସୀ ଙ୍କୁ କାହିଁକି କଲେ ବିବାହ –
ଗୋଟିଏ ପୌରାଣିକ କଥା ଅନୁସାରେ ରାକ୍ଷସ ଜଳନ୍ଧର କୁ ପରାସ୍ତ କରିବା ପାଇଁ ଭଗବାନ ବିଷ୍ଣୁ ବୃନ୍ଦା ନାମକ ନିଜ ଭକ୍ତ ସହିତ ଛଳନା କରିଥିଲେ l ବୃନ୍ଦା ମହାସତୀ ହୋଇ ଥିବାରୁ ବିଷ୍ଣୁ ଜଳନ୍ଧର ର ରୂପ ଧରି ତାଙ୍କର ସତୀତ୍ଵ ହରଣ କରିଥିଲେ ଏବଂ ଜଳନ୍ଧର କୁ ବଧ କରିଥିଲେ l ଏଥିରେ ବୃନ୍ଦା କ୍ରୋଧିତ ହୋଇ ଅଭିଶାପ ଦେଇ ବିଷ୍ଣୁ ଙ୍କୁ ପଥର କରି ଦେଇଥିଲେ l କିନ୍ତୁ ମାତା ଲକ୍ଷ୍ମୀଙ୍କ ଅନୁରୋଧ ପରେ ତାଙ୍କୁ ପୁନର୍ବାର ସ୍ଵ ଦେହ କୁ ଫେରାଇ ସତୀ ହୋଇଯାଇ ଥିଲେ l ଏବଂ ତାଙ୍କ ପାଉଁଶ ରୁ ତୁଳସୀ ଙ୍କ ଜନ୍ମ ହୋଇଥିଲା ଏବଂ ତାଙ୍କ ସହିତ ଶାଳଗ୍ରାମ ଙ୍କ ବିବାହ ସମ୍ପନ ହୋଇଥିଲା l

Leave A Reply