ଜୀବନରେ ଭଲ ଓ ଖରାପ୍ ଘଟଣା ଲାଗି ରହିଥାଏ । ବେଳେବେଳେ ଏହି ଘଟଣା ଗୁଡ଼ିକ ଆସିବା ପୂର୍ବରୁ କିଛିଟା ସଂକେତ ଦେଖିବାକୁ ମିଳିଥାଏ । ଏହି ସଂକେତ ଗୁଡ଼ିକ ସାମାନ୍ୟ ନଜର ଆସିଥିଲେ ମଧ୍ୟ ପରିସ୍ଥିତି ଗମ୍ଭୀର ହୋଇଥାଏ । ଯଦି ଆପଣ ଙ୍କ ଜୀବନରେ ଏହିସବୁ ସଂକେତ ଦେଖିବାକୁ ମିଳୁଛି ତେବେ ତୁରନ୍ତ ସତର୍କ ହୋଇ ଯାଆନ୍ତୁ ।
* ଘରେ ଯଦି ବାରମ୍ବାର ଦର୍ପଣ ଭାଙ୍ଗି ଥାଏ ତେବେ ଏହା ଧନ ହାନି ର ସଂକେତ ଦେଇଥାଏ । ଭଙ୍ଗା ଦର୍ପଣ କଦାପି ଘରେ ରଖିବା ଉଚିତ୍ ନୁହେଁ ।
* ଘରେ ତୁଳସୀ ଗଛ ଶୁଖି ଯିବା ଓ ବାରମ୍ବାର ତୁଳସୀ ଗଛ ମାରିବା ଅଶୁଭ ସଂକେତ ହୋଇଥାଏ । ଏହା ଧନ ହାନି ର ସଂକେତ ଅଟେ ।
* ଯଦି ଦୁଗ୍ଧ ଓ ଲୁଣ ବାରମ୍ବାର ପଡୁଛି ତେବେ ଏହା ଅଶୁଭ ସଂକେତ । ଏହା ହୋଇଥାଏ କୌଣସି ବିପଦ ଆସିବାର ସଂକେତ ।
* ଯଦି ଘରେ ଅଚାନକ ଭାବରେ ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ କଳହ ଦେଖା ଦେଇଥାଏ ଏହା ଦ୍ଵାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଥାଆନ୍ତି ଓ ଅର୍ଥ ହାନି ହୋଇଥାଏ ।
* ଯଦି ଘରେ ଗୁରୁଜନ ମାନେ ଆପଣଙ୍କ ଉପରେ ଅସନ୍ତୁଷ୍ଟ ରହୁଛନ୍ତି କିମ୍ବା ଆପଣ ସେମାନଙ୍କୁ ଅପମାନିତ କରୁଛନ୍ତି ତେବେ ଏହା ଧନ ହାନି ର ସଂକେତ ହୋଇଥାଏ ।