ଆନନ୍ଦପୁର : ଟିଉସନ ଯାଉଥିବା ବେଳେ ମାଡିଗଲା ଟ୍ରକ, ଘଟଣା ସ୍ଥଳରେ ଚାଲିଗଲା ପ୍ରଥମ ଣ୍ରେଣୀ ଛାତ୍ରର ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ୨୦ ନଂ ଜାତୀୟ ରାଜପଥ ଅନ୍ତର୍ଗତ ରାଚନ୍ଦ୍ରପୁର ଥାନା ନୂଆଗାଁ ଛକ ନିକଟରେ ଟ୍ରଲର ମାଡି ଯିବାରୁ ଜଣେ ପ୍ରଥମଶ୍ରେଣୀ ଛାତ୍ରଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ରାସ୍ତାର ଉଭୟ ପାର୍ଶ୍ଵରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ଫଳରେ ଉଭୟ ପାର୍ଶ୍ଵରେ ଶହ ଶହ ଗାଡି ଅଟକି ରହିଛି।ଆଜି ଭାରତ ବନ୍ଦ ସମୟରେ ରାସ୍ତାରେ ଭାରିଯାନ କିଭଳି ଚଳାଚଳ କରୁଥିଲା ତାକୁ ନେଇ ପୋଲିସ୍ ପ୍ରଶାସନକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ। ଏଥିସହ ଦୀର୍ଘ ଦିନର ଦାବି ପରେ ମଧ୍ୟ ନୂଆଗାଁ ଛକଠାରେ ଓଭର ବ୍ରିଜ୍ ନିର୍ମାଣ ହୋଇନଥିବାରୁ ନିୟମିତ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି। ଏହା ସହ ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକ ଙ୍କୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି। ଘଟଣା ରୁ ପ୍ରକାଶ ଆଜି ଦିନ ଦୁଇଟା ସମୟରେ ନୂଆଗାଁର ପ୍ରଭାତ ରଞ୍ଜନ ସାଙ୍କ ପ୍ରଥମ ଶ୍ରେଣୀ ପଢୁଆ ପୁଅ ଗୁଡୁଲୁ ସା ଘରଠାରୁ ମାତ୍ର ୧୦୦ ମିଟର ଦୂର ଟିଉସନ ଯାଉଥିବା ସମୟରେ କେନ୍ଦୁଝର ପଟୁ ଆସୁଥିବା ଏକ ଏନଏଲ୦୧-ଏବି-୧୭୧୩ ନମ୍ବର ଟ୍ରଲର ତା ଉପରେ ମାଡି ଯାଇଥିଲା। ଦୁର୍ଘଟଣା ପରେ ଟ୍ରଲରଟି ଦ୍ରୁତଗତିରେ ପଳାଇବାକୁ ଉଦ୍ୟମ କରିଥିଲା। ସୁଆଁପଦା ଛକ ନିକଟରେ ଗାଡି ଅଟକାଇ ଡ୍ରାଇଭର ଦୌଡି ପଳାଉଥିବା ସମୟରେ ସ୍ଥାନୀୟ ଲୋକେ କାବୁକରି ପୋଲିସ୍ ଜିମା ଦେଇଛନ୍ତି। ଘଟଣା ସ୍ଥଳରେ ରାମଚନ୍ଦ୍ରପୁର ପୋଲିସ୍ ପହଁଞ୍ଚି ପରିସ୍ଥିତି ଉପରେ ନଜର ରଖିଛି।
Comments are closed.