Odisha news

ଘଟଗାଁ ତାରିଣୀ ପୀଠକୁ ରେଳପଥ ସଂଯୋଗ ଦାବୀ କଲା କଂଗ୍ରେସ

ଘଟଗାଁ,୨୭/୦୩- କେନ୍ଦୁଝର ଜିଲ୍ଲା ର ଅଧିଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ପୀଠ ଘଟଗାଁକୁ ଘଟଗାଁକୁ ରେଳପଥ ସଂଯୋଗ କରାଇବା ଦାବିରେ ଆଜି ଘଟଗାଁ ବ୍ଲକ କଂଗ୍ରସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି !ଏହି ସାମ୍ବାଦିକ ସମ୍ମିଳନୀ ରେ କଂଗ୍ରେସ ମୁଖ୍ୟତଃ 3 ଟି ଦାବୀ ଯଥା ପ୍ରଥମ ଦାବି ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁର ବାଦାମ ପାହାଡ଼ରୁ କରଞ୍ଜିଆ, ପାଟଣା ଢେଙ୍କିକୋଟ ଦେଇ ପ୍ରସ୍ତାବିତ ରେଳପଥକୁ ଘଟଗାଁ ମାତାରିଣୀ ଷ୍ଟେସନକୁ  ଜଙ୍କସନ କରାଇବା ,ଦ୍ୱିତୀୟ ଦାବି – ଘଟଗାଁ ମାଆ ତାରିଣୀ ଷ୍ଟେସନଠାରୁ ନାରଙ୍ଗ ପୁର ଛକ – ଦେଓଗାଁ କୁଶଳେଶ୍ୱର -ଆନନ୍ଦପୁର -ଭଦ୍ରକ ଧାମରା ବନ୍ଦର ପର୍ଯ୍ୟନ୍ତ ନୂତନ ରେଳପଥ ନିର୍ମାଣ ଓ ତୃତୀୟ ଦାବି ନିଳକଣ୍ଠେଶ୍ୱର ଷ୍ଟେସନ ରୁ ହରିଚନ୍ଦନପୁର ଷ୍ଟେସନ -ଭାୟା ଘଟଗାଁ ମା ତାରିଣୀ ଷ୍ଟେସନ ନିର୍ମାଣ ଦାବିରେ ସାମ୍ବାଦିକ ସମ୍ମିଳନୀ ରେ ବ୍ଲକ କଂଗ୍ରସ ସଭାପତି ପ୍ରଭାକର ନାୟକ ମତ ବ୍ୟକ୍ତ କରିଥିଲେ ! ଆଗାମୀ ଦିନରେ ଏହି ଦାବୀ କୁ ଜୋରଦାର କରାଯିବ ଗାଁ କୁ ଗାଁ ବୁଲି ଦସ୍ତଖତ ଅଭିଯାନ କରାଯିବ ବୋଲି ବୋଲି ଶ୍ରୀ ନାୟକ ପ୍ରକାଶ କରିଥିଲେ !ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ବିଶ୍ଵନାଥବେଜ, ସେକ ଆଜିଜ, ସୁରେନ୍ଦ୍ର କୁମାର ପଟ୍ଟନାୟକ, ମହେନ୍ଦ୍ର କୁମାର ପାତ୍ର, ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକ ମାନଙ୍କ ସହଯୋଗ ଲୋଡିଥିଲେ !

Govt

Comments are closed.