Odisha news

ଶାଳପଡା ଓଭର ବ୍ରିଜ ନିକଟରେ ବସ ଉପରକୁ ଖସିପଡ଼ିଲା ଆଇରନ ବୋଝେଇ ଟ୍ରକ

ଆନନ୍ଦପୁର: ୨୦ ନମ୍ବର ଜାତୀୟ ରାଜପଥ ଦେଇ ଏକ ଲୁହ ବୋଝେଇ ଟ୍ରକ କେନ୍ଦୁଝର ରୁ ବାହାରି ପାରାଦ୍ୱୀପ ଯାଉଥିବା ବେଳେ ଶାଳପଡା ସ୍ଥିତ ଓଭର ବ୍ରିଜ ନିକଟ ତଳ ରାସ୍ତା ଦେଇ କରଞ୍ଜିଆ ରୁ ଭୁବନେଶ୍ୱର ଯାଉଥିବା ପଦ୍ମାବତୀ ନାମକ ଏକ ଘରୋଇ ବସ ଉପରକୁ ଖସିପଡ଼ିଥିଲା ଅଳ୍ପକେ ବର୍ତ୍ତି ଯାଇଥିଲେ ବସ ରେ ଥିବା ଯାତ୍ରୀ | ଘଟଣାରୁ ଜଣାପଡେ ଲୁହା ବୁଝେଇ ଟ୍ରକ ଟି ଶାଳପଡା ବାଇପାସ ଓଭର ବ୍ରିଜ ଉପରୁ ଭାରସାମ୍ୟ ହରାଇ ଲୁହା ରିଲିଙ୍ଗ ଭାଙ୍ଗି ଓଭର ବ୍ରିଜ ତଳ ରାସ୍ତା ଦେଇ ଯାଉଥିବା ବସ ଉପରକୁ ଖସିପଡ଼ିଥିଲା | ବସ ଡ୍ରାଇଭର ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ବର୍ତ୍ତୀ ଯାଇଥିଲେ ଯାତ୍ରୀ ଏବଂ ଘଟଣାସ୍ଥଳରେ ଟ୍ରକ ଚାଳକ ଗୁରୁତର ହୋଇଥିବା ବେଳେ ବସ ର କଣ୍ଡକଟର ଆହତ ହୋଇଥିବା ଜଣାପଡିଛି | ଘଟଣାସ୍ଥଳ ରେ ଆନନ୍ଦପୁର ଅଗ୍ନିଶମ ବାହିନୀ ଓ ଘସିପୁରା ଅଗ୍ନିଶମ ବାହିନୀ ଏବଂ ଘସିପୁରା ପୋଲିସ ଉଦ୍ଧାର କାର୍ଯ୍ୟ ଜାରିରଖିଥିବା ବେଳେ ଘଟଣା ରେ ଆହତ ହୋଇଥିବା ଯାତ୍ରୀ ମାନଙ୍କୁ ସାଙ୍ଗେ ସାଙ୍ଗେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା କୁ ପଠାଯାଇଥିଲା |

Comments are closed.