ଭାରତର ଲୋକମାନେ ସାଧାରଣତଃ ଚାହା ସଉକିନ ଲୋକ ଅଟନ୍ତି l ଚାହା ଗୋଟିଏ ପୁରୁଣା ପାନୀୟ ଭାବରେ ଯୁଗଯୁଗରୁ ପରିଚିତ l ଚାହାରେ ଏପରି କିଛି ତତ୍ୱ ରହିଛି ଯାହାକୁ ଅଧିକ ପରିମାଣରେ ପିଇବା ଆବଶ୍ୟକ ନୁହେଁ l ଅଧିକାଂଶ ବ୍ୟକ୍ତି ଅଛନ୍ତି ଯେଉଁ ମାନେ ଦିନକୁ ୧୦ ରୁ ୧୨ କପ ଚାହା ପିଇ ଥାନ୍ତି ,ଯାହା ଦ୍ୱାରା ସେମାନଙ୍କୁ ଅନେକ ଗୁଡିଏ ଶାରୀରିକ କଷ୍ଟ ସହିବାକୁ ପଡିଥାଏ l କିନ୍ତୁ ଯଦି ଆମେ ପ୍ରାକୃତିକ ଉପାୟରେ କୌଣସି ଚାହା ପ୍ରସ୍ତୁତ କରି ପିଇ ପାରିବ ତାହା ଆମ ଶରୀରକୁ ଉର୍ଜା ଯୋଗାଇବ l ଯେପରି କି କମଳା ଚୋପାରେ ପ୍ରସ୍ତୁତ ହୋଇଥିବା ଚାହା ଶରୀର ପାଇଁ ଅତ୍ୟନ୍ତ ହିତକର l
ଏହି ଚାହା ପ୍ରସ୍ତୁତ କରିବାର ବିଦ୍ଧି -ଏହି ଚାହାକୁ ପ୍ରସ୍ତୁତ କରିବା ପାଇଁ ଗୋଟିଏ ପାତ୍ରରେ କିଛି ପାଣି ଭରନ୍ତୁ l ଏହାପରେ ଏଥିରେ କମଳା ଚୋପା ,ଡାଳଚିନି ,ତିନିଟି ଲବଙ୍ଗ ,ଗୋଟିଏ ଗୁଜୁରାତି ଓ ସ୍ୱାଦ ଅନୁଯାଇ ଗୁଡ଼ ମିଶାନ୍ତୁ l ଏହାକୁ ୩ ମିନିଟି ପର୍ଯ୍ୟନ୍ତ ଫୁଟାଇବା ପରେ ଛାଣି ନେଇ ପିଅନ୍ତୁ l
କମଳା ଚୋପା ଚାହା ପିଇବାର ଲାଭ –
* ନିୟମିତ ଭାବରେ କମଳା ଚୋପାରେ ପ୍ରସ୍ତୁତ ଚାହା ପିଇବା ଦ୍ୱାରା ଗ୍ୟାସ ,ଏସିଡ଼ିଟି ,ପେଟ ଫୁଲିବା ,ଛାତି ପୋଡା ଓ ସ୍କିନ କ୍ୟାନ୍ସର ସମସ୍ୟାରୁ ଶରୀରକୁ ଆରମ୍ଭ ମିଳିଥାଏ l
* କମଳାର ଚୋପା ଆପଣଙ୍କ ଶରୀରର ମେଟାବୋଲିଯିମକୁ ବଢ଼ାଇ ଥାଏ l ତା ସହିତ ଆପଣଙ୍କ ଶରୀରରେ ଜମି ରହିଥିବା ଚାରବିକୁ ଘଟାଇ ବାରେ ସାହାଯ୍ୟ କରିଥାଏ l ଯାହା ଦ୍ୱାରା ଶରୀରରୁ ଚର୍ବି କମିବାରେ ସାହାଯ୍ୟ ମିଳିଥାଏ l
* କମଳା ଚୋପାରେ ପ୍ରସ୍ତୁତ ହୋଇଥିବା ଚାହା ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ବଢାଇବାରେ ସାହାଯ୍ୟ କରିଥାଏ l ଏହାକୁ ପିଇବା ଦ୍ୱାରା ଆପଣଙ୍କୁ ଥଣ୍ଡା ଓ କାଶ ସହିତ ସଂଘର୍ଷ କରିବା ପାଇଁ ସୁଯୋଗ ମିଳେ l
Comments are closed.