Odisha news

ବାଖ୍ୟାନ କେନ୍ଦ୍ର ଶୌଚାଳୟ ରେ ପଡି ବଙ୍ଗୀୟ ପର୍ଯ୍ୟଟକଙ୍କ ମୃତ୍ୟୁ

କୋଣାର୍କ : ଶୁକ୍ରବାର ଅପରାହ୍ନରେ ଦୀପ୍ତି ଚୌଧୁରୀ ନାମକ(୫୭) ବର୍ଷ ଜଣେ ବଙ୍ଗୀୟ ବୃଦ୍ଧା ପର୍ଯ୍ୟଟକ ନିଜ ପରିବାର ସହ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ରେ ଆସି ମନ୍ଦିର ବୁଲି ସାରିବା ପରେ ଇଣ୍ଡିଆନ ଅଏଲ ଦ୍ୱାରା ନିର୍ମିତ ବାଖ୍ୟାନ କେନ୍ଦ୍ର ଶୌଚାଳୟ କୁ ଶୌଚ ହେବା ପାଇଁ ଯାଇ   ତଳେ ପଡି ଗୁରୁତର ଆଘାତ ହୋଇ ଥିଲେ ।ପରେ ତାଙ୍କୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ରେ ଗୋପ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠା ଯାଇଥେଲେବି ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଖବର ପାଇ କୋଣାର୍କ ପୋଲିସ ଗୋପ ରେ ପହଞ୍ଚି ଶବକୁ ଜବତ କରିଥିବା ଜଣାପଡ଼ିଛି ।

IEC 2 years

Comments are closed.