ବିରିଡି, ୨୭ା୧୦ ; ଆସନ୍ତା ନଭେମ୍ବର ୩ ତାରିଖରେ ହେବାକୁ ଥିବା ତିର୍ତୋଲ ଉପନିର୍ବାଚନ ପରିପେକ୍ଷିରେ ବିରିଡି ବ୍ଲକ ତଥା ଜଗତସିଂହପୁର ସିପିଆଇଏମ ଜିଲ୍ଲା କମିଟି ପକ୍ଷରୁ ବିରିଡି ଠାରେ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ୩୦୦ ରୁ ଉର୍ଦ୍ଧ ସିପିଆଇଏମ କର୍ମି ଯୋଗ ଦେଇଥିଲେ ।
ଏହି ସଭାରେ ସିପିଆଇଏମ ଜିଲ୍ଲା ସମ୍ପାଦକ ଲୋଭାକାନ୍ତ ସ୍ୱାଇଁ, ଜିଲ୍ଲା କମିଟି ସଭ୍ୟ ଯୁଧିଷ୍ଠିର ଦାସ, ଗଣେଶ ଚନ୍ଦ୍ର ମାଣିଆ, ବେଣୁଧର ବାରିକ ଯୋଗ ଦେଇଥିବା ବେଳେ କଂଗ୍ରେସ ନେତା ଲିଙ୍ଗରାଜ ମଲ୍ଲ ଓ କଂଗ୍ରେସ ଦଳରୁ ପାର୍ଥୀ ହୋଇଥିବା ଇଂ ହିମାଂସୁୁ ଭୂଷଣ ମଲ୍ଲିକ ଯୋଗ ଦେଇଥିଲେ । ଏହି ପରିପେକ୍ଷିରେ ସିପିଆଇଏମ ଦଳ ପକ୍ଷରୁ ଜିଲ୍ଲା ସମ୍ପାଦକ ଲୋଭାକାନ୍ତ ସ୍ୱାଇଁ ନିଜ ଦଳର ଅଭିମୂଖ୍ୟ ସ୍ପଷ୍ଠ କରିବା ସହ ଚଳିତ ନିର୍ବାଚନୀରେ କଂଗ୍ରେସ ଦଳର ପାର୍ଥୀଙ୍କୁ ନିସର୍ଥ ସମର୍ଥନ ଘୋଷଣା କରିଥିଲେ ।
ଏବଂ ନିଜ ବକ୍ତବ୍ୟ ରଖିବା ବେଳେ କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାର ଉପରେ ବର୍ଷୀବା ସହ କୃଷି ବିଲ ସମେତ ୧୪ ଟି ଖାଉଟି ଜିନିଷ ର ୧୯୫୫ ଆଇନସଂଶୋଧନକୁ ବିରୋଧ କରିଥିଲେ । ଏହି ବିଲ ପାସ ହେବା ଫଳରେ ଏବଂ ବିଜେପିର ଜନମାରଣ ନିତିକୁ ରାଜ୍ୟର ବିଜେଡି ସରକାର ନିସର୍ଥ ସମର୍ଥନ ଦେଇ ଧିରେ ଧିରେ ଲୋକମାନଙ୍କର ମୌଳିକ ସୁବିଧାକୁ ଛଡାଇ ନେଇ ଜନସାଧାରଣଙ୍କ ଉପରେ କୁଠାର ଘାତ କରାଯାଉଛି ବୋଲି ଅଭିଯୋଗ ଆଣିବା ସହ ସମସ୍ତେ କଂଗ୍ରେସ ଦଳର ପାର୍ଥୀଙ୍କୁ ହାତ ଚିହ୍ନରେ ଭୋଟ ଦେବାକୁ ଆହ୍ୱାନ ଦେଇଥିଲେ ।
କଂଗ୍ରେସ ପାର୍ଥୀ ହିମାଂସୁ ଭୂଷଣ ମଲ୍ଲିକ ଏହି ନିର୍ବାଚନ ସଭାରେ ଯୋଗ ଦେଇ ଭୋଟ ଭିକ୍ଷା କରିବା ସହ କହିଥିଲେ ଯେ ତିର୍ତୋଲ ନିର୍ବାଚନୀ ରଗ୍ଧ ୠଙ୍କଦ୍ଭମଗ୍ଧସକ୍ଟଦ୍ଭ ଟ୍ଟ ଣ୍ଡଳର ପୁଅ ମୁଁ ମୋର ତିର୍ତୋଲ ନିର୍ବାଚନ ମଣ୍ଡଳୀ ତଥା ବିରିଡି, ରଘୁନାଥପୁର, ତିର୍ତୋଲ ବ୍ଲକରେ ଚାଷୀମାନଙ୍କ କୃଷି କ୍ଷେତ୍ର ପାଇଁ ହଂସୁଆ ଡ୍ରେନେଜର ସମସ୍ୟା ରହିଛୀ, ଗାଁ କୁ ଗମନାଗମନ ପାଇଁ ସଂଯୋଗୀକରଣ ରାସ୍ତା ନାହିଁ, ବିଷୁଦ୍ଧ ପାନୀୟ ଜଳର ବ୍ୟାପକ ସମସ୍ୟା ଦେଖାଦେଇଛି । ବିଶେଷକରି ଲୋକଙ୍କ ପାଇଁ ବିଭିନ୍ନ ରୋଗର ଚିକିôସôା କ୍ଷେତ୍ରରେ ଉର୍ଚ୍ଚ ମାନର ହସ୍ପିଟାଲ ନଥିବାରୁ ରୋଗୀକୁ ୭୦ କିମି ନେଇ ଚିକିôସôା ପାଇଁ ଯିବା ବେଳେ ଅନେକଙ୍କ ପା୍ରଣ ହାନି ଘଟୁଛି । ଯାହା ଅଂଚଳବାସୀଙ୍କ ପାଇଁ ବଡ ସମସ୍ୟା ଦେଖାଦେଇଛି ତେଣୁ ମୁଁ ଜିତିବା ପରେ ଏହି ସବୁ ସମସ୍ୟା ପ୍ରତି ପ୍ରାଥମିକତା ଦେବାକୁ ପାର୍ଥୀ ଶ୍ରୀ ମଲ୍ଲିକ ପ୍ରତିଶୃତି ଦେଇଥିଲେ ।