ରଘୁନାଥପୁର : ତିର୍ତ୍ତୋଲ ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କ ନେତୃତ୍ୱରେ ରଘୁନାଥପୁର ବ୍ଲକ୍ର ୪ଗୋଟି ପଞ୍ଚାୟତରେ ବାଇକ୍ ରାଲି କରିଥିଲେ । ଏହି ରାଲି ରଘୁନାଥପୁର, ଜଗନ୍ନାଥପୁର, ଧରାଧରପୁର, ପୁରଣଓଡ଼ପଡା ପଞ୍ଚାୟତ ପରିକ୍ରମା କରିଥିଲା । ଏଥିରେ ଶତାଧିକ ବିଜେପି କର୍ମୀ ରାଲିରେ ଯାଇ ବିଜେପି ପ୍ରାର୍ଥୀଙ୍କୁ ଭୋଟ୍ ଦେବା ପାଇଁ ନିବେଦନ କରିଥିଲେ ।
ଏଥିରେ ଜିଲ୍ଲାପରିଷଦ ସଭ୍ୟ ଅଶୋକ ମହାରଣା, ପୂର୍ବତନ ମଣ୍ଡଳ ସଭାପତି ସୁବାସ ଜେନା, ଅଶୋକ ମହାପାତ୍ର, ଆଇନ୍ଜୀବୀ ଗଗନ ଦାଶ, ଆଇନ୍ଜୀବୀ ପ୍ରଦୀପ୍ତ ବିହାରୀ, ସୁକାନ୍ତ ସ୍ୱାଇଁ, ବିନୋଦ ବିହାରୀ ପଟ୍ଟନାୟକ, ରତିକାନ୍ତ ମହାପାତ୍ର, ସୌମ୍ୟରଞ୍ଜନ ଭୂୟାଁ, କୃଷ୍ଣଚନ୍ଦ୍ର ଜେନା, ବାବୁଲି ନାୟକ, ବିଜୟାନନ୍ଦ ମହାନ୍ତି, ବିଜେପି ନେତା ନିର୍ମଳ ମହାପାତ୍ର, ମଣ୍ଡଳ ସଭାପତି ବିଶ୍ୱଜିତ୍ ନାୟକ, ବିଜେପି ନେତା ସୁବୋଧ ଜେନା, ଜ୍ୟୋତିରଞ୍ଜନ ସାହୁ ପ୍ରମୁଖ ଶତାଧିକ ବିଜେପି କର୍ମୀ ସାମିଲ୍ ହୋଇଥିଲେ ।
ଏହି ଅବସରରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଗତକାଲି ରଘୁନାଥପୁର ବ୍ଲକ୍ ବିରାଟ କଟକ ଗ୍ରାମରେ ପହଞ୍ଚି ବିଜେଡ଼ି ଓ କଂଗ୍ରେସ୍ ବିରୁଦ୍ଧରେ ବିଷୋଦ୍ଗାର କରିବା ସହିତ ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେବାପାଇଁ ଭୋଟରଙ୍କୁ ନିବେଦନ କରିଥିଲେ । ଏଥିରେ ପୂର୍ବତନ ସାଂସଦ ବିଭୁପ୍ରସାଦ ତରାଇ, ବିଜେପି ପାର୍ଥୀ ରାଜକିଶୋର ବେହେରା, ଏରାଶିଷ୍ ଆ·ର୍ଯ୍ୟ, ଆଇନ୍ଜୀବୀ ଗଗନ ଦାଶ, ବାବୁଲି ପରିଡ଼ା, ଜିଲ୍ଲାପରିଷଦ ସଭ୍ୟ ଅଶୋକ ମହାରଣା, ସୁବାସ ଜେନା, ନିର୍ମଳ ମହାପାତ୍ର, ସୁକାନ୍ତ କୁମାର ସ୍ୱାଇଁ, ବାବୁଲି ନାୟକ ପ୍ରମୁଖ ଶତାଧିକ ନେତା ଯୋଗଦେଇ ବିଜେପିକୁ ଭୋଟଦେବାକୁ ନିବେଦନ କରିଥିଲେ ।