Odisha news

ତିର୍ତୋଲ ବିଧାନ ସଭାର ଉପନିର୍ବାଚନ : ମଜୁରାଇରେ କଂଗ୍ରେସର କର୍ମି ସମ୍ମିଳନୀ ଲଢେଇକୁ ଯୋରଦାର କରାଯିବା ପାଇଁ ଆହ୍ୱାନ

0

ବିରିଡି  ; ଆସନ୍ତା ତିର୍ତୋଲ ବିଧାନ ସଭାର ଉପନିର୍ବାଚନ ପାଇଁ ବିରିଡି ବ୍ଲକର କଂଗ୍ରେସ ଦଳ ନିଜର ରଣନୀତିକୁ ସାଣିତ କରିଛି । ଯୁବ ନେତା ଦେବୀ ପ୍ରସାଦ ତ୍ରୀପାଠୀଙ୍କ ଅଧକ୍ଷତାରେ ଶୁକ୍ରବାର ଦିନ ଅଢଙ୍ଗ ମଜୁରାଇରେ ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ କର୍ମି ସମ୍ମିଳନୀରେ ଉକୁନ୍ଦରା, ବାସନ୍ଦରା, ମଙ୍ଗୁଲି, ହାଜିପୁର, ବୁଢାପଡା, ସଢେଇଶାସନ, ଅଢଙ୍ଗଗଡ, ଅଢଙ୍ଗ ମଜୁରାଇ ପଂଚାୟତରୁ ଶତାଧିକ କର୍ମି ଯୋଗ ଦେଇଥିଲେ ।

କୋଭିଡ-୧୯ ନିୟମକୁ ଅନୁପାଳନ କରି ଶ୍ରୀ ତ୍ରିପାଠୀ ଗୋଟିଏ ଗୋଟିଏ ପଂଚାୟତର କର୍ମିମନାଙ୍କୁ ପୃଥକ ଭାବେ ଡାକି ବୁଥ ସ୍ତରରୁ ପଂଚାୟତ ସ୍ତର ପର୍ଯ୍ୟନ୍ତ ଲୋକମାନଙ୍କ ଠାରୁ କିଭଳି ଭୋଟ ଆସି ପାରିବ ସେ ସମ୍ପର୍କରେ ବିସ୍ତୁତ ଆଲୋଚନା କରିବା ସହ ଏବେ ଠାରୁ କଂଗ୍ରେସ ସେନାକୁ ପ୍ରସ୍ତୁତ ହୋଇ ଲଢେଇକୁ ଯୋରଦାର କରିବାକୁ ଆହ୍ୱାନ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ରାଉଳ, ସରପଂଚ ଅଶୋକ ଜେନା, ଚନ୍ଦ୍ର ଶେଖର ଦାଶ, ତୃପ୍ତି ମଂଜରୀ ପରିଜା, ବିମଳ ସେଠୀ, ସମିତି ସଭ୍ୟ ବିଶ୍ୱ ରଂଜନ ପାତ୍ର, ସୁଦର୍ଶନ ମହାରଣା, ଅମୁଲ୍ୟ ମହାନ୍ତି, ରମାକାନ୍ତ ଲେଙ୍କା, ମିର୍ଜା ସବିରବେଗ, ଗୁରୁ ଚରଣ ମଲ୍ଲିକ, ବିଜୟ ଭୋଇ, ବିବେକାନନ୍ଦ ବେହେରା, ଅଭୟ ଜେନା, ମନୋଜ ଜେନା, ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Ad2
Leave A Reply