Odisha news

ବାୟୁ ପ୍ରଦୂଷଣ କେବଳ ଫୁସଫୁସ ନୁହେଁ କିଡ୍ନୀ ଓ ଲିଭର କୁ ମଧ୍ୟ କରିଥାଏ ରୋଗଗ୍ରସ୍ତ ,ଏଭଳି ରଖନ୍ତୁ ନିଜକୁ ସୁସ୍ଥ : ଏମ୍ସ ଡାକ୍ତରଙ୍କ ସୂଚନା

0

ବର୍ତମାନ ସାରା ବିଶ୍ୱରେ ବାୟୁ ପ୍ରଦୂଷଣ ଚରମ ସୀମାରେ ପହଂଚି ସାରିଛି କହିଲେ ଅତ୍ୟୁକ୍ତି ହେବନାହିଁ l ଯାହାକୁ ନେଇ ଏମ୍ସ ର ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଖୁବ ଚିନ୍ତାରେ l ଶୀତଋତୁ ଆସିବା ମାତ୍ରକେ ଯେଭଳି ପୂଜାପର୍ବ ବଢି ଯାଇଥାଏ ସେହିଭଳି ଜଳବାୟୁ ପ୍ରଦୂଷଣ ମଧ୍ୟ ବଢି ଯାଇଥାଏ l କାହିଁକି ନା ପ୍ରତ୍ୟେକ ପୂଜାପର୍ବ ପାଇଁ ଲାଇଟ, ବାଣ ଓ ବାଜା ର ଆୟୋଜନ ବର୍ତମାନ ଜୋରେ ହେଉଛି l ଯାହାଦ୍ୱାରା ଜଳବାୟୁ ମଧ୍ୟ ପ୍ରଦୂଷିତ ହେଉଛି l ସେହିଭଳି ଦୀପାବଳୀ ରେ ମଧ୍ୟ ବାଣ ଜଳାଇବା ଦ୍ୱାରା ଜଳବାୟୁ ପ୍ରଦୂଷିତ ହୋଇଥାଏ l ଯାହାକୁ ନେଇ ଏମ୍ସ ର ଚିକିତ୍ସକ ଚିନ୍ତାରେ l

ଏମ୍ସ ର ଚିକିତ୍ସକ ଙ୍କ ମତରେ ପ୍ରଦୂଷିତ ଜଳବାୟୁ କିଡ୍ନୀ ଓ ଲିଭର ସମସ୍ୟାର କାରଣ ହେଉଛି l ଯେପରିକି ମୂତ୍ର ମାର୍ଗ ସଂକ୍ରମଣ, କିଡ୍ନୀ ରେ ଷ୍ଟୋନ ସମ୍ବନ୍ଧୀୟ ସମସ୍ୟା ହେଉଛି, ଏହା କିଡ୍ନୀ ଉପରେ ଖରାପ ପ୍ରଭାବ ପକାଇବାର କାରଣ ହୋଇଥାଏ l ଏହାଛଡା ଲିଭର ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ମଧ୍ୟ ଦେଖିବାକୁ ମିଳୁଛି l ଖାଦ୍ୟ ହଜମ ନହେବା, ଅପଚ ସମସ୍ୟା ଇତ୍ୟାଦି ଅଧିକ ଦେଖିବାକୁ ମିଳୁଛି l ତେଣୁ ସେଥିପ୍ରତି ବିଶେଷ ସତର୍କ ରହିବା ଜରୁରୀ l କାହିଁକି ନା ବିଷାକ୍ତ ଜଳବାୟୁ ମଣିଷକୁ ରୋଗଗ୍ରସ୍ତ କରାଇ ଦେଉଛି l

ଏମ୍ସ ର ଚିକିତ୍ସକ ଙ୍କ ମତରେ ଏହି ସବୁଥିରୁ ନିଜକୁ ରକ୍ଷା କରିବା ପାଇଁ ଆୟୁର୍ବେଦ ହେଉଛି ଗୋଟିଏ ଭଲ ମାଧ୍ୟମ l ଆସନ୍ତୁ ଜାଣିବା ବାୟୁ ପ୍ରଦୂଷଣ କୁ ନେଇ କଣ କହୁଛି ଆୟୁର୍ବେଦ —–

* ତ୍ରିଫଳା -:
ଏମ୍ସ ଚିକିତ୍ସକ ଙ୍କ ମତରେ ତ୍ରିଫଳା ଆୟୁର୍ବେଦ ଜଡି – ବୁଟୀ ର ଗୋଟିଏ ଭଲ ସଂଯୋଜକ ଅଟେ l ଯାହା ଆପଣଙ୍କ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ l ଏବଂ କିଡ୍ନୀ କୁ ପ୍ରାକୃତିକ ଉପାୟରେ ସଠିକ ଭାବରେ କାର୍ଯ୍ୟ କରିବାରେ ସୁଧାରି ଥାଏ l ତ୍ରିଫଳା ସେବନ ଦ୍ୱାରା କିଡ୍ନୀ ଓ ଲିଭର ମଜବୁତ ହୋଇଥାଏ l ଏହାକୁ ସେବନ କରିବା ଦ୍ୱାରା ଶରୀରକୁ ଖୁବ ଏନର୍ଜି ମିଳିଥାଏ l

* ତୁଳସୀ -:
ତୁଳସୀ ଆଣ୍ଟି ଅକ୍ସିଡେଣ୍ଟ ଗୁଣରେ ଭରପୁର ଅଟେ l ଏହା ମେଟାବୋଲିଯିମ କୁ ବୃଦ୍ଧି କରି ଶରୀରରୁ ବିଷାକ୍ତ ପଦାର୍ଥ କୁ ବାହାର କରିବାରେ ସାହାଯ୍ୟ କାରିଥାଏ l ତେଣୁ ନିୟମିତ କିଛି ତୁଳସୀ ପତ୍ରକୁ ପାଣିରେ ଫୁଟାଇ ଉଷୁମ ଉଷୁମ ସେବନ କରନ୍ତୁ l ଏହା ଉଭୟ କିଡ୍ନୀ ଓ ଲିଭର କୁ ସୁରକ୍ଷିତ ରଖିବ l ଏଥି ସହିତ ଫୁସଫୁସ ମଧ୍ୟ ରୋଗ ମୁକ୍ତ ରହିବ l

* ଧନିଆ -:
ଭାରତୀୟ ରୋଷେଇ ଘରର ଧନିଆ ଅନେକ ଔଷଧୀୟ ଗୁଣରେ ଭରପୁର ଅଟେ l ତେଣୁ ଏହାକୁ ନିୟମିତ ସେବନ କରିବା ଜରୁରୀ l ପ୍ରତିଦିନ ଧନିଆ ପାଣି କୁ ସେବନ କରିବା ଦ୍ୱାରା କିଡ୍ନୀ , ଲିଭର, ଫୁସଫୁସ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ l

* ଚନ୍ଦନ -:
ପରିସ୍ରା ପୋଡା ପାଇଁ ଆୟୁର୍ବେଦ ରେ ଚନ୍ଦନ ପାଣି ସେବନ ପାଇଁ ପରାମର୍ଶ ଦିଆଯାଇଥାଏ l ଶାନ୍ତ ଓ ସୁଖଦାୟକ, ଚନ୍ଦନ ରେ ରୋଗଣୁରୋଧି ଗୁଣ ରହିଛି l ଏହା ୟୁଟିଆଇ ସମସ୍ୟାକୁ ଠିକ କରିବା ସହିତ କିଡ୍ନୀ କୁ ବିଭିନ୍ନ ସମସ୍ୟା ରୁ ରକ୍ଷା କରିଥାଏ l

* ଅଦା -:
ରୋଷେଇ ଘରର ଗୋଟିଏ ମୁଖ୍ୟ ଜିନିଷ ଅଦା l ଯାହାକି ଲିଭର ଓ କିଡ୍ନୀ ପାଇଁ ଖୁବ ହିତକର l ଏହାକୁ ସେବନ କରିବା ଦ୍ୱାରା ଲିଭର ଓ କିଡ୍ନୀ ଡିଟକ୍ସି ଫାଇ ହୋଇଥାଏ l ଏଥିରେ ଥିବା ଆଣ୍ଟି ଇମ୍ଫ୍ଲାମେଟାରି ଗୁଣ କିଡ୍ନୀ କୁ ସଂକ୍ରମିତ ହେବାରୁ ରକ୍ଷା କରିଥାଏ l ଏହାଛଡା ଫୁସଫୁସ କୁ ନିରୋଗୀ ରଖିବାରେ ସାହାଯ୍ୟ କରିଥାଏ l

Leave A Reply