Odisha news

ସ୍ୱୟଂଚାଳିତ ସାଙ୍କେତିକ ପ୍ରଣାଳୀ ଟ୍ରେନ ଚଳାଚଳ କ୍ଷେତ୍ରରେ ଦକ୍ଷତା ଏବଂ ନିରାପତ୍ତା ବୃଦ୍ଧି

0

•       ଏକାଧିକ ଟ୍ରେନ୍ ଗୋଟିଏ ସ୍ୱୟଂଚାଳିତ ସାଙ୍କେତିକ ପ୍ରଣାଳୀ ବ୍ଲକ ସେକ୍ସନ ମଧ୍ୟରେ ରହିପାରିବେ |

•       ଟ୍ରେନ୍ ଚଳାଚଳ କ୍ଷେତ୍ରରେ ଗୋଟିଏ ବ୍ଲକ୍ ସେକ୍ସନରେ ଏକାଧିକ ଟ୍ରେନ୍ ପଛକୁ ପଛ ରହିବା କିଛି ଅସାଧାରଣ ନୁହେଁ  |

•       ଏହି ଗୁରୁତ୍ୱପୂର୍ଣ୍ଣ ରେଳ ସେକ୍ସନ ଗୁଡ଼ିକରେ ରେଳ ଚଳାଚଳର ଦକ୍ଷତା ଏବଂ ନିରାପତ୍ତାକୁ ବୃଦ୍ଧି କରାଯିବାକୁ ଲକ୍ଷ୍ୟ ରଖାଯାଇଛି |

•       ଏହା ରେଳ ଧାରଣାରେ କ୍ଷମତା ବୃଦ୍ଧି କରିବ ଏବଂ ଟ୍ରେନର କାର୍ଯ୍ୟକ୍ଷମ ମୂଲ୍ୟ ହ୍ରାସ କରିବ |

•       ଟ୍ରେନ୍ ଗୁଡିକର ନିରାପଦ ଏବଂ ଚଳାଚଳରେ ଉପୁଜୁଥିବା ବାଧାକୁ ସହଜ କରିବ |

•       ଭୁଲ ତଥ୍ୟ ପ୍ରସାର ନକରିବାକୁ ପୂର୍ବତଟ ରେଳପଥ ବାରମ୍ବାର ସଚେତନତା କରାଇଆସୁଅଛି |

•       ଯଖପୁରା-ନିର୍ଗୁଣ୍ଡି ଏବଂ ଖୋର୍ଦ୍ଧା ରୋଡ୍-ଗୋଳନ୍ଥରା ରେଳ ସେକ୍ସନରେ ଖୁବ୍ ଶୀଘ୍ର ସ୍ୱୟଂଚାଳିତ ସାଙ୍କେତିକ ପ୍ରଣାଳୀ କାର୍ଯ୍ୟକାରୀ କରାଯିବ |

•       ସ୍ୱୟଂଚାଳିତ ବ୍ଲକ ସିଗନାଲିଂ ପ୍ରକଳ୍ପ ପାଇଁ 160 କୋଟି ଟଙ୍କା ଟେଣ୍ଡର ପ୍ରଦାନ କରାଯାଇଛି |

•       ଖୋର୍ଦ୍ଧା ରୋଡ୍-ନିର୍ଗୁଣ୍ଡି ଏବଂ ଭଦ୍ରକ-ଯଖପୁରା ରେଳ ସେକ୍ସନ ସ୍ୱୟଂଚାଳିତ ସିଗନାଲରେ କାର୍ଯ୍ୟ କରିସାରିଛି |

ସୁରକ୍ଷିତ ଏବଂ ଅଧିକ ଦକ୍ଷ ଟ୍ରେନ୍ ଚଳାଚଳ ସୁନିଶ୍ଚିତ କରିବାକୁ ଭାରତୀୟ ରେଳବାଇ ଏହାର ଭିତ୍ତିଭୂମିକୁ କ୍ରମାଗତ ଭାବରେ ନବୀକରଣ କରିଆସୁଅଛି | ଏହି ଆଧୁନିକୀକରଣର ଏକ ଅଂଶ ଭାବରେ ପୂର୍ବତଟ ରେଳପଥର ଯଖପୁରା-ନିର୍ଗୁଣ୍ଡି ଏବଂ ଖୋର୍ଦ୍ଧା ରୋଡ୍-ଗୋଳନ୍ଥରା ରେଳ ସେକ୍ସନ ସମେତ ପ୍ରମୁଖ ରେଳ ସେକ୍ସନରେ ଅଟୋମେଟିକ୍ ବ୍ଲକ୍ ସିଗନାଲ୍ (ଏବିଏସ୍) ଅଥବା ସ୍ୱୟଂଚାଳିତ ସାଙ୍କେତିକ ପ୍ରଣାଳୀ ବ୍ୟବସ୍ଥା ନିୟୋଜିତ ହେଉଛି | ଏହି ଉନ୍ନତ ପ୍ରଣାଳୀ ଟ୍ରେନର କାର୍ଯ୍ୟକ୍ଷମତା ଏବଂ ଟ୍ରେନର ସୁରକ୍ଷାକୁ ବୃଦ୍ଧିକରାଇବାକୁ ଲକ୍ଷ୍ୟ ରଖିଛି |

ସ୍ୱୟଂଚାଳିତ ସାଙ୍କେତିକ ପ୍ରଣାଳୀ ବ୍ୟବସ୍ଥାର ମୁଖ୍ୟ ଆକର୍ଷଣ:

ଗୋଟିଏ ବ୍ଲକ ସେକ୍ସନରେ ଏକାଧିକ ଟ୍ରେନ୍:   ଏବିଏସ୍ ସିଷ୍ଟମ୍ ଅଥବା ସ୍ୱୟଂଚାଳିତ ସାଙ୍କେତିକ ପ୍ରଣାଳୀ ବ୍ୟବସ୍ଥା ଏକାଧିକ ଟ୍ରେନ୍ କୁ ଗୋଟିଏ ବ୍ଲକ୍ ସେକ୍ସନରେ ରହିବାକୁ ଅନୁମତି ଦେଇଥାଏ ଯାହା ସ୍ୱୟଂଚାଳିତ ସାଙ୍କେତିକ ପ୍ରଣାଳୀ ଦ୍ୱାରା ଟ୍ରେନ ଚଳାଚଳ କାର୍ଯ୍ୟର ଏକ ସାଧାରଣ ବୈଶିଷ୍ଟ୍ୟ ଅଟେ | ଏହି ପ୍ରକ୍ରିୟାରେ କୌଣସି ଅସାଧାରଣ କିମ୍ବା ଅସୁରକ୍ଷିତ କିଛି ନାହିଁ, ଯେହେତୁ ସ୍ୱୟଂଚାଳିତ ସେକ୍ସନ ଅଞ୍ଚଳରେ ସୁରକ୍ଷିତ ଏବଂ ଦକ୍ଷତାର ସହିତ ଟ୍ରେନ୍ ଚଳାଇବା ପାଇଁ ପ୍ରଣାଳୀକୁ ଡିଜାଇନ୍ କରାଯାଇଅଛି |

ଭୁଲ ତଥ୍ୟ ବିରୋଧରେ ନିବେଦନ :     ଗୋଟିଏ ବ୍ଲକ ସେକ୍ସନରେ ଏକାଧିକ ଟ୍ରେନର ଉପସ୍ଥିତି ବିଷୟରେ ଭୁଲ ତଥ୍ୟ ବିସ୍ତାର ନକରିବାକୁ ପୂର୍ବତଟ ରେଳପଥ ଜନସାଧାରଣ ଏବଂ ପ୍ରଭାବଶାଳୀ ପ୍ରସାରକ ମାନଙ୍କୁ  ଅନୁରୋଧ କରିଆସୁଅଛି | ଏହି ପ୍ରଣାଳୀ ସଂପୂର୍ଣ୍ଣ ସ୍ୱୟଂଚାଳିତ ଏବଂ ନିରାପତ୍ତାର ଆବଶ୍ୟକୀୟ ମାନ ସୁନିଶ୍ଚିତ କରୁଅଛି |

ଆଗାମୀ ପ୍ରକଳ୍ପଗୁଡିକ:     ଯଖପୁରା-ନିର୍ଗୁଣ୍ଡି ଏବଂ ଖୋର୍ଦ୍ଧା ରୋଡ୍-ଗୋଳନ୍ଥରା ରେଳ ସେକ୍ସନରେ ଖୁବ୍ ଶୀଘ୍ର ସ୍ୱୟଂଚାଳିତ ସାଙ୍କେତିକ ପ୍ରଣାଳୀ ବ୍ୟବସ୍ଥା କରାଯିବ | ଏହି ଗୁରୁତ୍ୱପୂର୍ଣ୍ଣ ରେଳ ସେକ୍ସନରେ ସ୍ୱୟଂଚାଳିତ ବ୍ଲକ୍ ସାଙ୍କେତିକ ପ୍ରଣାଳୀ ପ୍ରକଳ୍ପ ପାଇଁ 160 କୋଟି ମୂଲ୍ୟର ଟେଣ୍ଡର ପ୍ରଦାନ କରାଯାଇସାରିଛି |

ପ୍ରମୁଖ କ୍ଷେତ୍ରରେ କାର୍ଯ୍ୟକ୍ଷମ ସଫଳତା:    ଖୋର୍ଦ୍ଧା ରୋଡ୍-ନିର୍ଗୁଣ୍ଡି ଏବଂ ଭଦ୍ରକ- ଯଖପୁରା ରେଳ ସେକ୍ସନ ସୁରକ୍ଷିତ ଏବଂ ଦକ୍ଷ ଟ୍ରେନ୍ ଚଳାଚଳକୁ ସୁନିଶ୍ଚିତ କରି ଏବିଏସ୍ ସଫଳତାର ସହ କାର୍ଯ୍ୟକାରୀ କରିଛନ୍ତି |

ସ୍ୱୟଂଚାଳିତ ସାଙ୍କେତିକ ପ୍ରଣାଳୀର ଲାଭ:   ଏବିଏସ୍ ପ୍ରଣାଳୀ ରେଳ ଧାରଣା କ୍ଷମତା ବୃଦ୍ଧି କରାଇବା ସହିତ କାର୍ଯ୍ୟକ୍ଷମ ଖର୍ଚ୍ଚ ହ୍ରାସ କରିଥାଏ ଏବଂ ବ୍ୟସ୍ତବହୁଳ ମାର୍ଗରେ ଟ୍ରେନ୍ଗୁଡ଼ିକର ଚଳାଚଳକୁ ସୁଗମ କରିଥାଏ |

ଏବିଏସ୍ ପ୍ରଣାଳୀ ବିଷୟରେ:    ସ୍ୱୟଂଚାଳିତ ବ୍ଲକ୍ ସାଙ୍କେତିକ ପ୍ରଣାଳୀ ବ୍ୟବସ୍ଥା ରେଳ ଲାଇନକୁ ଛୋଟ ବିଭାଗ କିମ୍ବା “ବ୍ଲକ୍” ରେ ବିଭକ୍ତ କରେ | ଟ୍ରାକ୍ ସର୍କିଟ୍ ଏବଂ ଅନ୍ୟାନ୍ୟ ଚିହ୍ନଟ ପ୍ରଣାଳୀ ବ୍ୟବହାର କରି ଏହା ଟ୍ରେନ୍ ସ୍ଥିତିକୁ ଆଧାର କରି ସିଗନାଲ୍ ଅପରେସନ୍ଗୁଡ଼ିକୁ ସ୍ୱୟଂଚାଳିତ କରିଥାଏ ଏବଂ ଟ୍ରେନର ଚଳାଚଳ ଦକ୍ଷତାକୁ ସୁନିଶ୍ଚିତ କରିବା ସହିତ ଧକ୍କାକୁ ପ୍ରତିହତ କରିଥାଏ ବା ରୋକିଥାଏ |

ଆଧୁନିକ ଟ୍ରେନ୍ ଚଳାଚଳ କାର୍ଯ୍ୟ ପାଇଁ ଏହି ପ୍ରଣାଳୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ଏକାଧିକ ଟ୍ରେନ୍କୁ ଗୋଟିଏ ବ୍ଲକ୍ ସେକ୍ସନ ମଧ୍ୟରେ ଯାତ୍ରା କରିବାକୁ ଅନୁମତି ଦେଇଥାଏ ଯାହା ସୁରକ୍ଷାକୁ ଧ୍ୟାନ ଦେବା ସହିତ ରେଳବାଇର କ୍ଷମତାର ସର୍ବୋତ୍ତମ ଉପଯୋଗ କରିଥାଏ |

ସୁରକ୍ଷା ଏବଂ ଦକ୍ଷତା ପାଇଁ ପ୍ରତିବଦ୍ଧତା:    ଭାରତୀୟ ରେଳବାଇ ଏହାର ସାଙ୍କେତିକ ପ୍ରଣାଳୀର କ୍ରମାଗତ ଉନ୍ନତିକରଣ ମାଧ୍ୟମରେ ଏହାର କାର୍ଯ୍ୟକାରିତାର ନିରାପତ୍ତାକୁ ବୃଦ୍ଧି କରାଇବାପାଇଁ ପ୍ରତିଶ୍ରୁତିବଦ୍ଧ | ଏହି ପ୍ରୟାସଗୁଡ଼ିକରେ ନିରାପଦ ଏବଂ ଦକ୍ଷ ଟ୍ରେନ୍ ପରିଚାଳନା ପାଇଁ ସ୍ୱଦେଶୀ ଟ୍ରେନ୍ ଧକ୍କା ଏଡାଇବା ସିଷ୍ଟମ୍ (ପ୍ରଣାଳୀ) ବା (TCAS) କିମ୍ବା KAVACH ସିଷ୍ଟମ୍ (କବଚ ପ୍ରଣାଳୀ) ନିୟୋଜନ ଅନ୍ତର୍ଭୁକ୍ତ |

ପୂର୍ବତଟ ରେଳପଥ ଏହି ଉନ୍ନୟନ କାର୍ଯ୍ୟ ଗୁଡିକ କ୍ଷେତ୍ରରେ ସର୍ବଦା ସର୍ବାଙ୍ଗେ ରହିଆସୁଅଛି ଯାହା ଉଭୟ ଯାତ୍ରୀ ଏବଂ ପଣ୍ୟ ପରିବହନ ସୁରକ୍ଷିତ ଏବଂ ଦକ୍ଷତାର ସହିତ ସମ୍ପାଦନ ହୋଇପାରିବ |

Leave A Reply